ହେଡଲାଇନସ୍:

କେନ୍ଦୁପତ୍ର କଲ୍ୟାଣ ପାଣ୍ଠି ସହାୟତା ରାଶି ପ୍ରଦାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର:ପଦ୍ମପୁର ବନଖଣ୍ଡ ମେଲଛାମୁଣ୍ଡା ବନାଞ୍ଚଳ ରେ ଦିପ୍ତିପୁର କେନ୍ଦ୍ରୀୟ କେନ୍ଦୁପତ୍ର ଗୋଦାମ ଠାରେ କେନ୍ଦୁପତ୍ର ତୋଳାଳୀ, ବନ୍ଧାଲି, ସାମୟିକ କର୍ମଚାରୀ ମାନଙ୍କ କଲ୍ୟାଣ ପାଣ୍ଠି ରୁ ମୃତ୍ୟୁ କାଳୀନ ସହାୟତା ରାଶି ବଣ୍ଟନ କରାଯାଇଛି । ଏହି ସହାୟତା ରାଶି ବଣ୍ଟନ ସଭାରେ ମୂଖ୍ୟ ବନ ସଂରକ୍ଷକ ଶ୍ରୀଯୁକ୍ତ ପ୍ରଦୀପ୍ତ ମହାପାତ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ପଦ୍ମପୁର କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ବିଭୁତି ଭୁଷଣ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ତୋଲାଲୀ, ବନ୍ଧାଲି, ସାମୟିକ କର୍ମଚାରୀ ମାନେ କଲ୍ୟାଣ ପାଣ୍ଠି ସଦସ୍ୟ ହୋଇ ସାମାଜିକ ସୁରକ୍ଷା ଲାଭ ନେବାକୁ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ। ଏହି ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ ରେ ମେଲଛାମୁଣ୍ଡା କେନ୍ଦୁପତ୍ର ରେଞ୍ଜ ଅନ୍ତର୍ଗତ ଇଚ୍ଛାପାଲି ଫଡିର ମୃତ ୰ଗୋପାଳ ଚନ୍ଦ୍ର ପଣ୍ଡା ଙ୍କ ଉତ୍ତରାଧିକାରୀ ସୁବର୍ଣ୍ଣ ପଣ୍ଡା, ସର୍ଗିବାହାଲ ର ମୃତ ୰ଗୋକୁଲ ଦୀପଙ୍କ ଉତ୍ତରାଧିକାରୀ ଦୁଃଖଦେଇ ଦୀପ, ଜ୍ଞାନ ର ମୃତ ୰ଶୁକୃ ଗଡ଼ତିଆ ଙ୍କ ଉତ୍ତରାଧିକାରୀ ରାଜେଶ ଗଡ଼ତିଆ ଙ୍କୁ ମୃତ୍ୟୁ କାଳୀନ ସହାୟତା ରାଶି ବଣ୍ଟନ କରାଯାଇଥିଲା। ଟେମରୀ ଫଡିର ହରିବୋଲ ଥପା, ସାରଙ୍ଗପୁର ଫଡିର ତପସିଲ ବରିହା, କୁମୁନୀବାହାଲି ଫଡିର ତପିନ୍ଦ୍ର ଭୋଇ, ଚିଖିଲି ଫଡିର ରାଜେନ୍ଦ୍ର ଡନସନା, ଢୋଲବନ୍ଧ ଫଡିର ଦେବରାଜ ପାତ୍ର, ସୁରେନ୍ଦ୍ର ଦୀପ, ସୁଶିଲ କୁମାର ବରିହା, କୁମରସିଂ ବରିହା, ଶାନ୍ତି ବୁଡେକ ଏବଂ ମଧୁ ଦୀପଙ୍କୁ ସାମୟିକ କର୍ମଚାରୀଙ୍କ ଆନୁତୋଷିକ ସହାୟତା ରାଶି ବଣ୍ଟନ କରାଯାଇଥିଲା।

ଏହି ସଭାରେ ପଦ୍ମପୁର କେନ୍ଦୁପତ୍ର ବନାଞ୍ଚଳ ଅଧିକାରୀ କେଶବ ନାଏକ, ଜଗଦଲପୁର ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ସାହୁ, ଗାଇସିଲେଟ ବନାଞ୍ଚଳ ଅଧିକାରୀ ଜୟକୃଷ୍ଣ ଭୋଇ, ସୋହେଲା ବନାଞ୍ଚଳ ଅଧିକାରୀ ନନ୍ଦକିଶୋର ସିଦ୍ଧାର, ପଦ୍ମପୁର ହେଡ ଚେକର ସୁରେଶ ପଣ୍ଡା ଓ ଅନ୍ୟାନ୍ୟ ରେଞ୍ଜର ହେଡଚେକର ମାନେ ଯୋଗଦେଇଥିଲେ। ଶେଷରେ ମେଲଛାମୁଣ୍ଡା ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ପହିଲ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault