ଉମରକୋଟ/ଜିତେନ୍ଦ୍ର ମହାନ୍ତି- ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତୋହରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେଉପାଣି ଗ୍ରାମରେ ଘଟିଛି ଏକ ହୃଦୟ ବିଦାରକ ଘଟଣା l ସୂଚନା ଅନୁଯାୟୀ:ଗତକାଲି କେଉପାଣି ଗ୍ରାମର କୁମାରୀ ମନମତି ମାଝୀ (13) ପିତା - ସପାଲ ମାଝୀ ସକାଳ ପ୍ରାୟ 9:00 ଘଣ୍ଟିକା ସମୟରେ ଚାଷ ଜମି ପାଖରେ ଥିବା ପୋଖରୀ କୁ ଗାଧୋଇବାକୁ ଯାଇଥିଲେ,ଗାଧୋଇଲା ବେଳେ ହଟାତ ମନମତି ଙ୍କ ଗୋଡ଼ ଖସି ଯାଇଥିଲା ଏବଂ ସେ ଗଭୀର ଜଳ ମଧ୍ୟ କୁ ଚାଲିଯାଇଥିଲେ l ଯାହାଦ୍ୱାରା ଜଳ ମଧ୍ୟରୁ ବାହାରକୁ ବାହାରିବା ତାଙ୍କ ପକ୍ଷେ ଆଉ ସମ୍ଭବ ହେଇନଥିଲା l ଶେଷରେ ସେ ପୋଖରୀ ମଧ୍ୟରେ ମୃତ୍ୟୁ ବରଣ କରିଥିଲେ l ଏହି ଖବର ପାଇ ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଁଚି ମନମତି ର ମୃତ ଶରୀର କୁ ଉଦ୍ଧାର କରିଥିଲେ l ଉକ୍ତ ଘଟଣାଟି ଯେତିକି ଦୁଃଖ ଦାୟକ ଥିଲା ତାଠାରୁ ଅଧିକ ହୃଦୟ ସ୍ପର୍ଶି ମଧ୍ୟ ଥିଲା, ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଂଚିବା ସମ୍ଭବ ନଥିବା ଯୋଗୁଁ ଉମରକୋଟ ଥାନାରେ କାର୍ଯ୍ୟରତ ସବଇନ୍ସପେକ୍ଟର ଖଗେଶ୍ୱର ଖୋସଲା ନିଜେ ଅନ୍ୟ ପୋଲିସ କର୍ମୀ ମାନଙ୍କ ସହ ମନମତି ର ମୃତ ଶରୀରକୁ କାନ୍ଧରେ ବୋହି ପୋଖରୀ ପାଖରୁ ଆମ୍ବୁଲାନ୍ସ ପାଖକୁ ଆଣିଥିଲେ l
ଏଭଳି ଘଟଣା ଉମରକୋଟ ଅଞ୍ଚଳରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ଯେ ଜଣେ ସାଧାରଣ ନିରୀହ ଝିଅର ମୃତ ଶରୀରକୁ ଜଣେ କାର୍ଯ୍ୟରତ ପୋଲିସ ବାବୁ ନିଜ କାନ୍ଧରେ ବୋହିଛନ୍ତି l ପୋଲିସ ବାବୁ ଙ୍କ ଏଭଳି ମାନବିକତା ଦେଖି ଅଞ୍ଚଳ ବାସି ତାଙ୍କୁ ବହୁତ ପ୍ରଶଂସା କରିଛନ୍ତି!