ହେଡଲାଇନସ୍:

କାଶୀପୁରରେ ଝାଡାବାନ୍ତି ଘଟଣା ,ସ୍ଥିତି ଉପରେ ପ୍ରଶାସନର ନଜର

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ପ୍ରଭାବିତ ଅଂଚଳରେ ପହଁଚିଲେ ଜିଲ୍ଲା ପ୍ରଶାସନ ଓ ରାଜ୍ୟସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀ

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ଗତ ପାଞ୍ଚ ଦିନ ମଧ୍ୟରେ ଛଅ ଜଣଙ୍କ ଝାଡାବାନ୍ତି ରେ ମୃତ୍ୟୁ ଅଭିଯୋଗ ପରେ ପୁଣି ଆଜି ପଂଚାଲି ଗ୍ରାମ ଅଗାଧୁ ଗରଡାଙ୍କ ଝାଡା ବାନ୍ତିରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି |ଆକ୍ରାନ୍ତ ଗ୍ରାମ ଗୁଡ଼ିକରେ ଯୁଦ୍ଧ କାଳୀନ ଭିତରେ ସ୍ୱାସ୍ଥ୍ୟସେବା ପହଞ୍ଚିଛି। ଆଜି ରାୟଗଡା ଜିଲ୍ଲାପାଳ ସ୍ଵଧାଦେବ ସିଂ ଙ୍କ ସମେତ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଉପଜିଲ୍ଲାପାଳ ଟିକିରି ମେଡ଼ିକାଲ ,ଦୁଡୁକା ବାହଲ ଓ ଟିକିରି ସ୍ଥିତ ଝୋଡ଼ିଆ ସାହି ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପ୍ରଭାବିତ ଅଂଚଳରେ ଲୋକଙ୍କ ସହିତ ଆଲୋଚନା କରିବା ସହ ଉତ୍କଳ ଆଲୁମିନା ଡାକ୍ତରଖାନାରେ ୩୦ଟି ବେଡ଼ ପ୍ରସ୍ତୁତ କରି ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ | ଏହା ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ବସନ୍ତ ପ୍ରଧାନ ଙ୍କ ନେତୃତ୍ୱରେ ଦୁଇ ଜଣିଆ ଟିମ ଜିଲ୍ଲା ପ୍ରଶାସନ ସହ ଗସ୍ତ କରିଛନ୍ତି । ଚାରି ଗୋଟି ମେଡ଼ିକାଲ ଟିମ ଆକ୍ରାନ୍ତ ଗ୍ରାମ ଗୁଡିକରେ ପହଁଚି ଲୋକଙ୍କୁ ସଚେତନ କରିବା ସହ ORS ଓ HELOJEN ଟାଵଲେଟ ବଣ୍ଟନ କରିବା ସହ ଦୂଷିତ ପାଣି ଓ ବାସୀ ଖାଦ୍ୟ ନ ଖାଇବା ପାଇଁ ପରାମର୍ଶ ଦେଇଛନ୍ତି ।ଗତ କାଲି କିଛି ଆକ୍ରାନ୍ତ ଙ୍କ ସମସ୍ତ ନମୁନା ଆଣି ପରୀକ୍ଷା କରାଜାଉଛି । ରିପୋର୍ଟ ଆସି ପରେ ଝାଡା ବାନ୍ତି କେଉଁ କାରଣ ରୁ ବ୍ୟାପୁଛି ତାର ପ୍ରକୃତ ସତ୍ୟା ସତ୍ୟ ଜଣାପଡିବ । ଦୂଷିତ ପାଣି ପାଇଁ ଏହି ସଂକ୍ରମଣ ବ୍ୟାପୁଥିବା ଅନୁମାନ କରି ଆକ୍ରାନ୍ତ ଗାଁ ରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଇଛି ।ଏହା ସହ ଆକ୍ରାନ୍ତ ଙ୍କୁ ତୁରନ୍ତ ନିକଟସ୍ଥ ମେଡ଼ିକାଲ କୁ ଯାଇ ଚିକିତ୍ସା କରିବା ପଠାଯାଉଛି । ଏହା ସହ ଆକ୍ରାନ୍ତ ଗାଁ ଗୁଡିକ ରେ ଅଙ୍ଗନବାଡ଼ି ଓ ଆଶା କର୍ମୀ ପହଂଚି ଲୋକଙ୍କୁ ସଚେତନ କରୁଛନ୍ତି । ଅପରପକ୍ଷେ ଯେଉଁମାନେ ଯେଉଁମାନେ ଝାଡାବାନ୍ତି ରେ ମୃତ୍ୟୁ ହୋଉଥିବା ଅଭିଯୋଗ ହେଇଛି ତଦନ୍ତ ପରେ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ ହେବ ବୋଲି ରାୟଗଡା ଜିଲ୍ଲାପାଳ ପ୍ରକାଶ କରିଛନ୍ତି |

0
0
0
s2sdefault