ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର ଠାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ , ପଞ୍ଚାୟତିରାଜ ବିଭାଗ ଓ ଜିଲ୍ଲା ଡି ଆର୍ ଡି ଏର ମିଳିତ ଆନୁକୂଲ୍ୟରର ୫ଦିନ ଧରି ଚାଲିଥିବା ସରପଞ୍ଚ ମାନଙ୍କୁ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି।
ଗତ ତା୧୧ ରିଖ ଠାରୁ ୧୫ ତାରିଖ ୫ ଦିନ ଧରି ତିନୋଟି ପଞ୍ଚାୟତ ସମିତି ଯଥା :- ନୂଆଗଡ, ରାୟଗଡ ଓ ଆର୍.ଉଦୟଗିରି ରୁ ୫୫ ଜଣ ସରପଞ୍ଚ ଆବାସିକ ତାଲିମରେ ଯୋଗଦେଇ ପ୍ରଶିକ୍ଷଣରେ ଭାଗ ନେଇଥିଲେ।
ଉକ୍ତ ତାଲିମରେ ତାଲିମଦାତା ଭାବେ ଶ୍ରୀଯୁକ୍ତ ଲିଙ୍ଗରାଜ ପାଣିଗ୍ରାହୀ ଓ ଶ୍ରୀଯୁକ୍ତ ରବି ନାରାୟଣ ପାଇକରାଏ , ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ସ୍ୱୀକୃତି ପ୍ରାପ୍ତ ତାଲିମ ଦାତା ୫ ଦିନ ଉକ୍ତ ତାଲିମକୁ ପରିଚାଳନ କରିଥିଲେ।
ଡି.ଆର.ଡି.ଏ ର ଅତିରିକ୍ତ ପ୍ରକଳ୍ପ ଅଧିକାରୀ ଶ୍ରୀଯୁକ୍ତ ଦେବେନ୍ଦ୍ର କର (ଦକ୍ଷତା ବିକାଶ ) ଉଦଘାଟନ ଉତ୍ସବରେ ଯୋଗ ଦେଇ ପାଞ୍ଚ ଦିନିଆ ତାଲିମ ଉଦ୍ଦେଶ୍ୟ ଓ ଏହାକୁ କିପରି ସମସ୍ତଙ୍କ ସହଯୋଗରେ କରାଯିବ ଓ ପଞ୍ଚାୟତକୁ ଏକ ସଶକ୍ତ ପଞ୍ଚାୟତ ଓ ସଶକ୍ତ ଓଡିଶା ଗଠନ କରିବାରେ ସରପଞ୍ଚଙ୍କ ଭୁମିକା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ତାଲିମରେ ମୁଖ୍ୟ ବିଷୟ ବସ୍ତୁ ଥିଲା ପଞ୍ଚାୟତିରାଜ ବ୍ୟବସ୍ଥା , ୭୩ତମ ସମ୍ବିଧାନ ସଂଶୋଧନ , ସଶକ୍ତ ଗ୍ରାମ ସଭା ଓ ପଲ୍ଲୀ ସଭା , ମୋ ସରକାର ୫-ଟି , ଗ୍ରାମ ପଞ୍ଚାୟତର ଆର୍ଥିକ ବ୍ୟବସ୍ଥା , ସ୍ଥାୟୀ କମିଟି , ଅର୍ଥ ଆୟୋଗ ଅନୁଦାନ , ଗ୍ରାମପଞ୍ଚାୟତ ବିକାଶ ଯୋଜନା ସହ ସରକାରଙ୍କ ୧୧ ଟି ବିଭାଗର ଦାୟୀତ୍ବରେ ଥିବା ଅଧିକାରୀ ଆସି ବିଭିନ୍ନ ବିଭାଗର ଯୋଜନା , କାର୍ଯ୍ୟକ୍ରମ , ପଞ୍ଚାୟତ ଓ ସରପଞ୍ଚ ସମନ୍ଵୟରେ କିପରି କାର୍ଯ୍ୟକ୍ରମ ଗୁଡିକ ପ୍ରସାର ହୋଇପାରିବ ଆଲୋଚନା ତଥା ପ୍ରଶିକ୍ଷଣ ବା ତାଲିମ ଦିଆଯାଇଥିଲା।
ଆସନ୍ତା ୫ ବର୍ଷରେ ଏକ ଦଳଗତ କାର୍ଯ୍ୟକ୍ରମରେ "ମୋ ସ୍ୱପ୍ନର ପଞ୍ଚାୟତ" ଗଠନ ବିଷୟରେ ୪ଟି ଦଳରେ ଉପସ୍ଥାପନା କରିଥିଲେ।
ଶେଷରେ ଅଂଶ ଗ୍ରହଣକାରୀଙ୍କୁ ସାର୍ଟିଫିକେଟ ଦିଆଯାଇ କାର୍ଯ୍ୟକ୍ରମକୁ ସମାପ୍ତ କରାଯାଇଥିଲା। ଏକ ସ୍ଲୋଗାନ ଦିଆଯାଇଥିଲା - "ସଶକ୍ତ ଗ୍ରାମ ପଞ୍ଚାୟତ, ସଶକ୍ତ ଓଡିଶା ଗଠନ"।
ରାଜ୍ୟ
ନବ ନିର୍ବାଚିତ ସରପଞ୍ଚମାନଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ
- Hits: 732