ହେଡଲାଇନସ୍:

ମେଲଛାମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜାସ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡାସ୍ଥିତ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ପରିସରରେ ବୁଧବାର ଦିନ ଜନ ଆରୋଗ୍ୟ ସମିତି (ଜାସ)ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳା ପରିଷଦ ସଭ୍ୟ ପୂର୍ଣ୍ଣିମା ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିପିଏମଓ ଜମଳା ସିଏଚସି ଇନଚାର୍ଯ୍ୟ ଡା.ଆଦିତ୍ୟ ଭୋଇ, ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡା.ଦେବାଶିଷ ରଥ, ଜମଲା ବିପିଏମ ବିଜୟ କୁମାର ସରାଫ, ପିଏଚଓ ଶିବପ୍ରସାଦ ବେହେରା, ସ୍ଥାନୀୟ ସରପଂଚ ପ୍ରତ୍ୟୁଷ ରଂଜନ ଭୋଇ, ସିନିୟର ସିଟିଜନ ଏଲିୟ ସାଗର, କମିଟି ସଭ୍ୟ ଡା.ସୁବ୍ରତ କୁମାର ନାୟକ, ସ୍ଥାନୀୟ ହାଇସ୍କୁଲ ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ସାହୁ, ଫର୍ମସିଷ୍ଟ ସୋମନାଥ ମେହେର, ରାଜେନ୍ଦ୍ର ମିଶ୍ର, ଆଇସିଡିଏସ ସୁପରଭାଇଜର ତିଲୋତମା ଦାସ, ୟୁôôଥ ଲିଡର ଶିବୁନ ଭୋଇ ପ୍ରମୁଖ ଉପସ୍ଥିତ ରହି ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତି ଉପରେ ଆଳୋଚନାରେ ଭାଗ ନେଇଥିଲେ । ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରର ଡା.ଦେବାଷିଶ ରଥ ସ୍ୱାସ୍ଥ୍ୟ କେନ୍ଦ୍ରର ବର୍ତାମାନର ସ୍ଥିତି ଏବଂ ଆବଶ୍ୟକତା ଉପରେ କମିଟି ସଦସ୍ୟଙ୍କ ଦୃଷ୍ଟି ଆର୍କଷଣ କରିବା ସହ ସଭାଟିକୁ ପରିଚାଳନା କରିଥିଲେ । ଆଲୋଚନା ପରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରସ୍ତାବ ସବୁ କମିଟି ଦ୍ୱାରା ଗୃହୀତ ହୋଇଥିଲା । ପ୍ରକାଶଯୋଗ୍ୟ ଯେ ଚଳିତ ବର୍ଷ ମେଲଛାମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ରାଜ୍ୟ ସରକାରଙ୍କ କାୟାକଳ୍ପ ଯୋଜନାରେ ବରଗଡ ଜିଲ୍ଳାରୁ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ କମିଟି ଦସସ୍ୟଗଣ ଡା.ଦେବାଶିଷ ରଥ ଏବଂ ସହଯୋଗୀ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମ ସବୁକୁ ଏଏନଏମ ଦେବକୀ ସେଠ, ଉପେନ୍ଦ୍ର ସାହୁ, ଉତମ କଲେତ, ଦେବେନ୍ଦ୍ର ମେହେର ଓ ଉଦିତ ପଟେଲ ସହଯୋଗ କରିଥିଲେ । ଶେଷରେ ବିପିଏମ ବିଜୟ କୁମାର ସରାଫ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault