ହେଡଲାଇନସ୍:

ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଡ଼ବିଲ: ଆଜାଦୀ କା ଅମୃତ ମହୋତ୍ସବର ଏକ ଅଂଶ ଭାବେ ଦେଶର ଅଗ୍ରଣୀ ଷ୍ଟିଲ ଉତ୍ପାଦନକାରୀ କମ୍ପାନୀ, ଜେଏସ୍‌ଡବ୍ଲ୍ୟୁଏହାର କାର୍ଯ୍ୟାଳୟ ପରିସରଏବଂ ଖଣି ଅଞ୍ଚଳରେ ଚାରାରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଥିଲା ।
କମ୍ପାନୀର ଭଦ୍ରସାହି ଅଫିସ୍‌ରେ ୧୨ ଚାରାରୋପଣ କରାଯାଇଛି । ସେଗୁଡ଼ିକ ଭଲ ଭାବେ ବଢ଼ିବା ପର୍ଯ୍ୟନ୍ତ କମ୍ପାନୀ ତାହାର ଦେଖାରଖା କରିବ । ଭଦ୍ରସାହି ସମେତ ନୂଆଗାଁ ଖଣି ଅଞ୍ଚଳ ଏବଂ ଭୁବନେଶ୍ୱର କାର୍ଯ୍ୟାଳୟ ପରିସରରେ ମଧ୍ୟ ଚାରା ଲଗାଯାଇଛି ।
ଏହାସହକମ୍ପାନୀଜଜାଙ୍ଗକଲୋନୀଏବଂଏହାର ପରିପାଶ୍ୱର୍ରେସ୍ୱଚ୍ଛତା ଅଭିଯାନ ଚଳାଇଥିଲା । ଆବର୍ଜନାମୁକ୍ତ ପରିବେଶ ଲକ୍ଷ୍ୟରେ ଜଜାଙ୍ଗ ନଦୀ ନିକଟ ପିକ୍‌ନିକ୍‌ ସ୍ପଟ୍‌ରୁ ଅଳିଆ ସଫାକରାଯାଇଥିଲା । ସ୍ୱାଧୀନତା ଦିବସ ସମ୍ପର୍କରେ ପିଲାଙ୍କ ଭିତରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଜେଏସ୍‌ଡବ୍ଲ୍ୟୁଷ୍ଟିଲ ପକ୍ଷରୁ ଜଜାଙ୍ଗ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ ହୋଇଥିଲା ।ଏହାର ବିଷୟବସ୍ତୁ ଥିଲା ‘ଆଜାଦୀ କା ଅମୃତ ମହୋତ୍ସବ’ ।ଶେଷରେ ପ୍ରତିଯୋଗିତାରେ ଜିତିଥିବା ପିଲାଙ୍କୁ ପୁରସ୍କୃତ କରାଯାଇଥିଲା ।
ସୁସ୍ଥଜୀବନଶୈଳୀ, ସାନିଟାଇଜେଶନ ଅଭିଯାନକୁ ଆଗେଇ ନେବାସହ କୋଭିଡ୍‌-୧୯ ସଂକ୍ରମଣରୁ ବର୍ତ୍ତିବା ପାଇଁ ସତର୍କତା ଅବଲମ୍ବନ ମଧ୍ୟ ଏହି ମହୋତ୍ସବ ପାଳନର ଅଂଶ ଥିଲା । ୨୦୨୨ ଜୁଲାଇ ୧ରୁ ଦେଶରେ ସିଙ୍ଗିଲ୍‌ ୟୁଜ୍‌ ବା ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ ଉପରେ କେନ୍ଦ୍ର ସରକାର କଟକଣା ଜାରି କରିଛନ୍ତି ।ସରକାରଙ୍କ ନିୟମର ଅନୁସରଣ କରିଜେଏସ୍‌ଡବ୍ଲ୍ୟୁ ମଧ୍ୟ ଏହି ଅଭିଯାନରେ ସାମିଲହେବା ସହ କମ୍ପାନୀ କର୍ମଚାରୀଏବଂ ଅନ୍ୟମାନେ ଯେପରିଉକ୍ତ ନିର୍ଦ୍ଦେଶାବଳୀର ପାଳନ କରନ୍ତିସେ ଦିଗରେସତର୍କ ଓ ସଚେତନ କରାଇବ ।
କର୍ମଚାରୀମାନଙ୍କମଧ୍ୟରେ ଏକ ସଚେତନମୂଳକ ଜୀବନଶୈଳୀ ବଞ୍ଚିବା ମନୋବୃତ୍ତି ଜାଗ୍ରତ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର କାର୍ଯ୍ୟାଳୟରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏକ ଉନ୍ନତ ଏବଂସ୍ଥିରଜୀବନ ପାଇଁକର୍ମଚାରୀମାନେ ସଂକଳ୍ପନେବାକୁ ଏଥିରେ ପରାମର୍ଶ ଦିଆଯାଇଥିଲା ।
ସ୍ୱାଧୀନତର ୭୫ ବର୍ଷ ପୂରଣ ତଥା ଲୋକ, ସଂସ୍କୃତିଏବଂଗୌରବମୟଇତିହାସ ତଥା ସଫଳତାକୁସ୍ମରଣକରିବା ପାଇଁ ଦେଶବ୍ୟାପୀ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଛି । ଆଜାଦୀ କା ଅମୃତ ମହୋତ୍ସବ ୨୦୨୧ ମାର୍ଚ୍ଚ ୧୨ରେ ଆରମ୍ଭ ହୋଇଥିଲା । ୭୫ତମ ସ୍ୱାଧୀନତା ଦିବସ ପାଳନ ପାଇଁ ୭୫ ସପ୍ତାହ ଧରିଚାଲିବାକୁ ଥିବାଏହି ମହୋତ୍ସବ ୨୦୨୩ ଅଗଷ୍ଟ ୧୫ରେ ଶେଷହେବ ।
ଜଗତସିଂପୁରଜିଲାରଏରସମାବ୍ଲକରେ ଥିବା ଅଙ୍ଗନୱାଡିଗୁଡ଼ିକୁ ଜେଏସ୍‌ଡବ୍ଲ୍ୟୁ ଫାଉଣ୍ଡେଶନ ଏହାର ଆଇଏସ୍‌ପି ପ୍ରକଳ୍ପ ଅଞ୍ଚଳରେ ଅନ୍ତର୍ଭୂକ୍ତ କରିବା ପାଇଁ କାର୍ଯ୍ୟକ୍ରମ ହାତକୁ ନେଇଛି । ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲର ଇଣ୍ଟିଗ୍ରେଟେଡଷ୍ଟିଲ୍ ପ୍ଲାଣ୍ଟ ପ୍ରକଳ୍ପର ପ୍ରତ୍ୟକ୍ଷ ପ୍ରଭାବକ୍ଷେତ୍ରରେ ଆସୁଥିବା ଢିଙ୍କିଆ, ନୂଆଗାଁଏବଂଗଡ଼କୁଜଙ୍ଗର ୧୫ ଅଙ୍ଗନୱାଡ଼ି କେନ୍ଦ୍ରକାନ୍ଥରେଚିତ୍ରଅଙ୍କନ, ବାଲାମଡେଲ, ସୌନ୍ଦର୍ଯ୍ୟକରଣସହ ପିଲାମାନଙ୍କ ପାଇଁଖେଳିବାବ୍ୟବସ୍ଥାକରାଯିବ । ୨୦ରୁ ଅଧିକ ପ୍ରକାରରଶିକ୍ଷା ଓ ଖେଳସାମଗ୍ରୀ, ସ୍କୁଲବ୍ୟାଗ୍‌, ଇଂରାଜୀଏବଂଓଡ଼ିଆବର୍ଣ୍ଣମାଳାବହି, ଆବାକସ୍ କାଉଣ୍ଟିଂଫ୍ରେମ୍‌, ଲୁଡୋମ୍ୟାଟ୍‌, ବେବିସୁଇଙ୍ଗ, ବେବିହର୍ସରକର୍ ଆଦି ପ୍ରଦାନ କରାଯିବ ।
ପାରାଦ୍ୱୀପ ଏବଂ ଇଣ୍ଟିଗ୍ରେଟେଡ୍‌ଷ୍ଟିଲ୍ ପ୍ଲାଣ୍ଟ୍ ପ୍ରକଳ୍ପ ପାରିପାଶ୍ୱର୍ିକଗ୍ରାମରେ ମଧ୍ୟ କମ୍ପାନୀ ପକ୍ଷରୁ ଅନେକ କାର୍ଯ୍ୟକ୍ରମକରାଯାଇଥିଲା । ଆଇଏସ୍‌ପି ପ୍ରକଳ୍ପର ୩ ପଞ୍ଚାୟତଏବଂ ପାରାଦୀପ ମ୍ୟୁନିସିପାଲିଟି ଅଞ୍ଚଳର ପ୍ରାୟ ୧୦ ହଜାର ହିତାଧିକାରୀଙ୍କ ପାଇଁ ଏକ ଚକ୍ଷୁଚିକିତ୍ସାଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେଲୋକଙ୍କୁମାଗଣାରେଚଷମା ପ୍ରଦାନ କରାଯାଇଥିଲା । ପାରାଦୀପ ମ୍ୟୁନିସିପାଲିଟି ଦ୍ୱାରା ଅଳିଆ ଆବର୍ଜନା ଉଠାଣକୁ ସହଜ କରିବା ପାଇଁ ଜେଏସ୍‌ଡବ୍ଲ୍ୟୁ ଫାଉଣ୍ଡେଶନ ଚକା ଥିବା ୬୦ଟି ଡଷ୍ଟବିନ୍‌ଯୋଗାଇଛି ।ନେହେରୁବଙ୍ଗଳା ନିକଟମେରାଇନ୍‌ଡ୍ରାଇଭ୍‌ରୋଡ୍ ପାଶ୍ୱର୍ରେ ପ୍ରାୟ ୫,୬୦୦ ବର୍ଗମିଟର ଅଞ୍ଚଳରେ ଚାରାରୋପଣ କରାଯାଇଥିଲା ।ଢିଙ୍କିଆ ପଞ୍ଚାୟତ ଅଫିସ୍ ନିକଟରେଜେଏସ୍‌ଡବ୍ଲ୍ୟୁ ଫାଉଣ୍ଡେଶନ ପକ୍ଷରୁ ଏକ କର୍କଟ ଚିହ୍ନଟଏବଂ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା । ଏଥିରେ ୩୦୦ରୁ ଊର୍ଦ୍ଧ୍ୱରୋଗୀସେମାନଙ୍କସ୍ୱାସ୍ଥ୍ୟ ଯାଞ୍ଚ କରାଇବାସହମାଗଣାରେଔଷଧ ନେଇଥିଲେ ।ଗଡ଼କୁଜଙ୍ଗରେ ରଥଯାତ୍ରାବେଳେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍ ପକ୍ଷରୁ ମାସ୍କ, ପିଇବା ପାଣିଯୋଗାଯାଇଥିଲା ।

 

 

 

 

0
0
0
s2sdefault