ବରଗଡ଼: ବୃକ୍ଷ ହିଁ ଜୀବନ' କହିବା ଆଦ୍ୟୈ ଅସମୀଚୀନ ନୁହେଁ। ଏହା ସମ୍ପୂର୍ଣ୍ଣ ସମୀଚୀନ ଓ ଯଥାର୍ଥ । ବୃକ୍ଷ ଆମ୍ଭମାନଙ୍କ ପାରିବେଶିକ ପ୍ରଦୂଷଣକୁ ଦୂରୀଭୂତ କରି ଆମ୍ଭମାନଙ୍କ ଜୀବନ ରକ୍ଷା କରିଥାଏ। ବୃକ୍ଷ ବହୁବିଧ ଉପକାରିତା ରହିଛି। ବୃକ୍ଷ ଆମ୍ଭମାନଙ୍କ ଫଳ ଓ ଛାୟା ଦାନ କରେ; ଆମ ପରିବେଶକୁ ଶୀତଳ ରଖେ ; ଶୁଷ୍କ ଡାଲପତ୍ର ଯୋଗାଇ ଆମ୍ଭମାନଙ୍କୁ ଜାଲେଣି ଓ ଆମ ଗୃହୋପକରଣ ପାଇଁ କାଠ ଯୋଗାଏ; ବଣଜଙ୍ଗଲରେ ନିଘଞ୍ଚ ଭାବରେ ରହି ମେଘ ଆକର୍ଷଣ କରେ । ଵନଭୂମିରେ ବର୍ଷାଜଲକୁ ସଞ୍ଚିତ ରଖି କ୍ରମଶଃ ଛାଡ଼ିବା ଫଲରେ ବନ୍ୟା ନିୟନ୍ତ୍ରଣ କରେ। ଚେର ଛନ୍ଦି ମୃତ୍ତିକା ସଂରକ୍ଷଣ କରେ। ଖସି ପଡ଼ୁଥିବା ପତ୍ର ଦ୍ଵାରା ଆମ ଭୃମି ଉର୍ବର କରେ ଓ ନୂତନ ମୃତ୍ତିକା ଗଠନ କରେ । ମଣିଷ ଓ ପ୍ରାଣିଜଗତ ବଞ୍ଚି ରହିବାକୁ ହେଲେ ଆବଶ୍ୟକ ସଂଖ୍ୟକ ବୃକ୍ଷ ଵଞ୍ଚିରହିବା ନିତାନ୍ତ ଆବଶ୍ୟକ। ସାମାଜିକ ବନୀକରଣ ଏକାନ୍ତ ଆବଶ୍ୟକ। ଏଥିପାଇଁ ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାଵାହାଲ ପଞ୍ଚାୟତ ଅଧିନରେ ଥିବା ଯୁଵାଖୋଲ ଗ୍ରାମ ର ଜ୍ୟୋତିଷ ପରିବାର କଲେ ବୃକ୍ଷ ରୋପଣ।
ରାଜ୍ୟ
ବୃକ୍ଷ ରୋପଣ କଲେ ଜ୍ୟୋତିଷ ପରିବାର
- Hits: 771