ହେଡଲାଇନସ୍:

ବର୍ଷା ଦିନରେ ମଧ୍ୟ ପଦ୍ମପୁରରେ ପାନୀୟ ଜଳସଙ୍କଟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ପଦ୍ମପୁର,(ନୀଳ ଦୀପ) - ବର୍ଷାଦିନରେ  ପାନୀୟ ଜଳ ସଙ୍କଟ !!! ହଁ ବିଶ୍ୱାସ ନହେଲେ ବି ସତ |  ବରଗଡ ଜିଲ୍ଲା ପଦ୍ମପୁର ସହରରେ ଖରା ସମୟରେ ପାନୀୟ ଜଳ ସମସ୍ୟା ଏକ ନିତିଦିନିଆ କଥା, କିନ୍ତୁ ଚଳିତ ବର୍ଷ ବର୍ଷା ଦିନରେ ମଧ୍ୟ ସହର ମଧ୍ୟରେ ପାନୀୟ ଜଳ ସଙ୍କଟ ଦେଖା ଦେଇଛି  ।

 ସ୍ଥାନୀୟ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ଅସୁସ୍ଥତା କାରଣରୁ ଦୀର୍ଘ ଦିନ ହେଲା ଛୁଟିରେ ରହିଛନ୍ତି ଏବଂ ତାଙ୍କ ସ୍ଥାନରେ ଅନ୍ୟ କୌଣସି ଅଧିକାରୀଙ୍କୁ ଏଠାରେ ଅବସ୍ଥାପିତ କରା ନ ଯିବାରୁ ବିଭାଗ ମୁରବୀ ବିହିନ ହୋଇ ପଡିଛି  । ଏହି କାରଣରୁ ବିଭାଗୀୟ କର୍ମଚାରୀ ମାନେ  ନିଜ ମନମୁଖି କାର୍ଯ୍ୟ କରୁଥିବାରୁ ସହରରେ ଜଳଯୋଗାଣ ବ୍ୟବସ୍ଥା ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି  । ସହରବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ୱେ ଏଥି ପ୍ରତି କୌଣସି କାର୍ଯାନୁସ୍ଠାଵଂ ନିଆ ଯାଉ ନ ଥିବାରୁ ଜନସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି  । ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ହନୁମାନ ପଡା, ନେହେରୁ ଗଲି, ବଡପଡା, ବଡବନ୍ଧ ପଡା, ମେହେର ପଡା ଆଦି ସ୍ଥାନରେ ଗତ ଦଶ ଦିନରୁ ଉଦ୍ଧ୍ୱର୍ ହେଲା ଜଳଯୋଗାଣ ସମ୍ପୁର୍ଣ୍ଣ ବନ୍ଦ ହୋଇ ଯାଇଥିବାରୁ ମହିଳାମାନେ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି  । ସହର ମଧ୍ୟରେ ଥିବା ପାଣିଟାଙ୍କିର ମୋଟର ପୋଡି ୍ୟିବାର ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଏହାର ମରାମତି ପାଇଁ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଉ ନାହିଁ  । ଏଥି ସହିତ ସ୍ଥାନୀୟ ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟକୁ ଜନସାଧାରଣ ଅଭିଯୋଗ କରିବା ପାଇଁ ଗଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହେଉଛି  । ବିଭାଗୀୟ ଅବହେଳା ତଥା ବେପରୁଆ ମନୋଭାବ କାରଣରୁ ପଦ୍ମପୁର ସହରର ଅଧିକାଂଶ ଅଂଚଳପାନୀୟ ଜଳ ପାଇବାରେ ବଂଚିତ ହେଉଛନ୍ତି  । ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଶୀଘ୍ର ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଜନଆନେ୍ଦାଳନର ସମ୍ଭାବନାକୁ ଏଡାଇ ଦିଆ ଯାଇ ନ ପାରେ  ।

 

0
0
0
s2sdefault