ହେଡଲାଇନସ୍:

ଧାନମଣ୍ଡି ଖୋଳାଯିବା ପାଇଁ ଦାବୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ନୀଳ ଦୀପ ) - ପଦ୍ମପୁର ବ୍ଲକ ଅନ୍ତର୍ଗତ କଂସର ଓ ବୁଡାମାଲ ପଂଚାୟତର ଚାଷିମାନଙ୍କୁ ଧାନ ବିକ୍ରୀ ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି  । ଉଭୟ ପଂଚାୟତର ଚାଷିମାନେ ନିଜ କଷ୍ଟୋପାର୍ଜିତ ଧାନକୁ ବିକ୍ରି କରିବା ପାଇଁ ସୁଦୁର ଦହିଗାଁ ସେବା ସମବାୟ ସମିତି କିମ୍ବା ପଦ୍ମପୁରକୁ ଆସିବା ପାଇଁ ବାଧ୍ୟ ହେଉଛନ୍ତି  । ଏହି କାରଣରୁ ବୁଡାମାଲଠାରେ ଏକ ଧାନମଣ୍ଡି ଖୋଳିବା ପାଇଁ ଅଂଚଳର ଚାଷୀମାନେ ବହୁ ଦିନରୁ ଦାବୀ ଜଣାଇ ଆସୁଛନ୍ତି  । ଏ ସଂକ୍ରାନ୍ତରେ ଜୟହିନ୍ଦ କୃଷକ ସଙ୍ଗଠନ ତରଫରୁ ସୋମବାର ଦିନ ବରଗଡ ଜିଲ୍ଲାପାଳଙ୍କ ଉଦେ୍ଧଶ୍ୟରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା  । ଏହି ସମୟରେ ସଙ୍ଗଠନର ସଭାପତି ନାରାୟଣ ଅମରୀ, ଲିଙ୍ଗରାଜ ଗଡତିଆଉମେଶ ଗଡତିଆ, ମିନକେତନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ  ।

0
0
0
s2sdefault