ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ ଅଫ କମ୍ପାନୀ ସେକ୍ରେଟାରିଜ ଅଫ ଇଣ୍ଡିଆ (ଆଇସିଏସ୍ଆଇ) ପକ୍ଷରୁ ଏଠାରେ ଚଳିତ ମାସ ୧୩ ତାରିଖରୁ ଆଇସିଏସ୍ଆଇ କ୍ୟାପିଟାଲ ମାର୍କେଟ ସପ୍ତାହ-୨୦୨୨ ଆୟୋଜିତ ହେବାକୁ ଯାଉଛି । ଏହି ବୃହତ କାର୍ଯ୍ୟକ୍ରମର ଶୀର୍ଷକ ରଖାଯାଇଛି ‘୫ ଟ୍ରିଲିଅନ ଅର୍ଥନୀତି ଅଭିମୁଖେ ଯାତ୍ରା: ଭାରତୀୟ କ୍ୟାପିଟାଲ ମାର୍କେଟଅ୭୫’ ।
ଚଳିତ ବର୍ଷ ମଧ୍ୟ ଇନଷ୍ଟିଚ୍ୟୁଟ ପକ୍ଷରୁ ସମଗ୍ର ଦେଶରେ ଏହାର ଆଞ୍ଚଳିକ ଏବଂ ଚାପ୍ଟର କାର୍ଯ୍ୟାଳୟଗୁଡିକରେ କ୍ୟାପିଟାଲ ମାର୍କେଟ ସପ୍ତାହ-୨୦୨୨ ଆୟୋଜନ କରାଯାଉଛି । ଏହି ଅବସରରେ ସମଗ୍ର ଦେଶରେ ୮ଟି ସ୍ଥାନରେ କ୍ୟାପିଟାଲ ମାର୍କେଟ ସମ୍ପର୍କରେ ବୃହତ କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି । ସପ୍ତାହବ୍ୟାପୀ ଏହି କାର୍ଯ୍ୟକ୍ରମ ଜୁଲାଇ ୯ରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଡଃ.ଉମାକାନ୍ତ ଧ୍ରୁପତି, ଆଇଆରଏସ୍, ଯୁଗ୍ମ କମିଶନର, ଆୟକର ବିଭାଗ, ଭୁବନେଶ୍ୱର ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଏବଂ ଶ୍ରୀ ଅଂଶୁମାନ ଦାସ, ଡିଜିଏମ୍, ସେବି, ଭୁବନେଶ୍ୱର କାର୍ଯ୍ୟାଳୟ ସମ୍ମାନନୀୟ ଅତିଥି ଭାବରେ ଉପସ୍ଥିତ ଥିଲେ । ସିଏସ୍ ବି ନରସିଂହନ୍ ଏବଂ ସିଏସ୍ ସନ୍ଦୀପ କୁମାର କେଜରିୱାଲ, କେନ୍ଦ୍ରୀୟ କାଉନସିଲ ସଦସ୍ୟ, ଆଇସିଏସ୍ଆଇ, ନୂଆଦିଲ୍ଲୀ, ସିଏସ୍ ଅନିଲ କୁମାର ଦୁବେ, ଚେୟାରମ୍ୟାନ, ଆଇସିଏସ୍ଆଇ, କୋଲକାତାର ଇଆଇଆରସି, ସିଏସ୍ ଜ୍ୟୋତିର୍ମୟ ମିଶ୍ର, ଚେୟାରମ୍ୟାନ, ଆଇସିଏସ୍ଆଇ ଭୁବନେଶ୍ୱର ଚାପ୍ଟର ପ୍ରମୁଖ ଆଲୋଚନାଚକ୍ରର ଉଦ୍ଘାଟନି ଅଧିବେଶନରେ ଯୋଗଦେଇଥିଲେ ।
ଦିବସବ୍ୟାପୀ କାର୍ଯ୍ୟକ୍ରମ ସମୟରେ ‘ପ୍ରଫେସନାଲ- ଏ କାଟାଲିଷ୍ଟ ଇନ୍ କ୍ୟାପିଟାଲ ମାର୍କେଟସ୍’ ବିଷୟ ଉପରେ ଆଇସିଏସ୍ଆଇ କେନ୍ଦ୍ରୀୟ କାଉନସିଲ ସଦସ୍ୟ ଏବଂ ଚେୟାରମ୍ୟାନ, ଫାଇନାନ୍ସିଆଲ ସର୍ଭିସେସ୍ କମିଟି ପ୍ରଫେସର, (ଡଃ) ସାମ୍ସନ ମହାରଣା, ପ୍ରଫେସର ଏବଂ ଡିନ୍, ବିର୍ଲା ସ୍କୁଲ ଅଫ କମର୍ସ, ବିର୍ଲା ଗ୍ଲୋବାଲ ୟୁନିଭରସିଟି ଆଲୋଚନା କରିଥିବାବେଳେ ପ୍ରଫେସର ଡି ଭି ରମନା, ପ୍ରଫେସର ଅଫ ଆକାଉଣ୍ଟିଂ, ଏକ୍ସଆଇଏମ୍ ୟୁନିଭରସିଟି, ଭୁବନେଶ୍ୱର ‘ଇଏସ୍ଜି ରିପୋର୍ଟିଂ- ଇନଭେଷ୍ଟର ଆପ୍ରୋଚ ଆଣ୍ଡ ଏକ୍ସପେକ୍ଟେସନ୍ସ’ ବିଷୟ ଉପରେ ନିଜର ମତାମତ ରଖିଥିଲେ ଏବଂ ଶ୍ରୀ ଜୟଶେ ତାଓରି, ଆସୋସିଏଟ ଭାଇସ ପ୍ରେସିଡେଣ୍ଟ, ଲିଷ୍ଟିଂ ବିଜିନେଓ ଡେଭଲପମେଣ୍ଟ, ନ୍ୟାସନାଲଶ ଷ୍ଟକ ଏକ୍ସଚେଞ୍ଜ ‘ଅଲ୍ଟରନେଟ ଫଣ୍ଡ ରେଜିଂ ଆଭେନ୍ୟୁଜ ଫର ଏସଏମ୍ଇ’ ଉପରେ ଉପାଦେୟ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ୟାପିଟାଲ ମାର୍କେଟ ଇଣ୍ଟରମିଡିଆରୀ, କମ୍ପାନୀ ସେକ୍ରେଟାରୀ,ବୃତ୍ତିଧାରୀ, ଓଡ଼ିଶାର କର୍ପୋରେଟ ଏକ୍ଜିକ୍ୟୁଟିଭ ଏବଂ ଶିକ୍ଷାବିତ୍ ଯୋଗଦେଇଥିଲେ ।
ରାଜ୍ୟ
ଆଇସିଏସ୍ଆଇ ପକ୍ଷରୁ ‘କ୍ୟାପିଟାଲ ମାର୍କେଟ ସପ୍ତାହ-୨୦୨୨’
- Hits: 297