ହେଡଲାଇନସ୍:

ସ୍କାଉଟସ୍ ଏବଂ ଗାଇଡସ୍ ଏସିଆ ପ୍ୟାସିଫିକ୍ (ଫିଲିଫାଇନ୍‌) ନିର୍ଦ୍ଦେଶକଙ୍କ ଓଡ଼ିଶା ଗସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସ୍କାଉଟସ୍ ଏବଂ ଗାଇଡସ୍‌ର ବିଭିନ୍ନ ପ୍ରକଳ୍ପ (ଚାଇଲଡ୍ ଏଜୁକେସନ, କ୍ଲିନ୍ ଇଣ୍ଡିଆ, ଫିଟ୍ ଇଣ୍ଡିଆ) ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରିଆସୁଛି । ଓଡ଼ିଶାର ଏହି କାର୍ଯ୍ୟ ଏସିଆ ପ୍ୟାସିିଫିକ୍ ଦ୍ୱାରା ମନୋନୀତ ହୋଇଥିବାରୁ ଏହି କାର୍ଯ୍ୟ ପ୍ରଥମ ଥର ପାଇଁ ସୁଦୂର ଏସିଆ ପ୍ୟାସିଫିକ୍ ରିଜିଅନ୍‌, ଫିଲିାଇନ୍ସରୁ ୬ଜଣିଆ ଉଚ୍ଚପଦସ୍ଥ ଅଫିସର ଦୁଇ ଦିନିଆ ପରିଦର୍ଶନ କରିବାକୁ ଆସିଛନ୍ତି । ଏହି ପରିଦର୍ଶକ ଦଳରେ ଆଞ୍ଚଳିକ ନିର୍ଦ୍ଦେଶକ ଜେ.ଆର.ସି. ପାଙ୍ଗିଲିନାନ୍‌, ନିର୍ଦ୍ଦେଶକ ଶିକ୍ଷା ପ୍ରଣାଳୀ ସିଡ୍ କାଷ୍ଟିଲୋ, ପ୍ରକଳ୍ପ ଅଧିକାରୀ ଲାନ୍ସ ପାପା ଲଭରସନ୍ ବନ, ଅଧିକାରୀ ଆର୍ୟା ଫ୍ରାନ୍ସିସ୍କୋ କାମେରୋଷ, ପ୍ରବନ୍ଧକ ବ୍ୟାଟ୍ରେରିକ୍ କାନେଡିସ୍ ଏବଂ ଏନ.ଏସ. ଓ କୋଡିନେଟର ତଥା ଅତିରିକ୍ତ ଅନ୍ତର୍ଜାତୀୟ କମିଶନର ମଧୁସୂଦନ ଆଭାଲା ଅଛନ୍ତି ।
ମଙ୍ଗଳବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟ ସ୍କାଉଟିଂର ସଫଳତା ସହିତ ଏହି ପରିଦର୍ଶନର ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ । ଦ୍ୱିତୀୟ ଦିନର ଉଦଯାପନୀ ସମାରୋହରେ ଓଡ଼ିଶା ରାଜ୍ୟ ସ୍କାଉଟ୍ସ ଏବଂ ଗାଇଡ୍ସ ସଭାପତି ତଥା ମନ୍ତ୍ରୀ ଖାଦ୍ୟଯୋଗାଣ ଓ ସମବାୟ ଅତନୁ ସବ୍ୟସାଚୀ ନାୟକ ଓଡ଼ିଶା ସ୍କାଉଟର କାର୍ଯ୍ୟକ୍ରମ ମାନ ବିଶ୍ୱସ୍ତରରେ ପ୍ରଶଂସିତ ହେଉଥିବାରୁ ଆନନ୍ଦିତ ହୋଇଥିଲେ । ନିର୍ଦ୍ଦେଶକ ଏସିଆ ପ୍ୟାସିଫିକ୍ ରିଜିଅନ୍ ଶ୍ରୀ ପାଙ୍ଗିଲିନାନ୍ ଓଡ଼ିଶାକୁ ଭାରତର ସବୁଠାରୁ ଶ୍ରେଷ୍ଠ ରାଜ୍ୟ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ରାଜ୍ୟ ସଭାପତି ଶ୍ରୀ ନାୟକ ଓଡ଼ିଶା ସ୍କାଉଟ୍ ଲାଗି ଗର୍ବାନ୍ୱିତ ଅନୁଭବ କରି ନିଜେ ଜଣେ ସ୍କାଉଟ ବୋଲି ଖୁସିବ୍ୟକ୍ତ କରିଥିଲେ । ଶେଷରେ ସମସ୍ତ ବିଦେଶୀ ଅଫିସରମାନଙ୍କୁ ଓଡ଼ିଶା ତରଫରୁ ଉପଢୌକନ ଏବଂ ସ୍ମୃତି ଫଳକ ପ୍ରଦାନ କରିଥିଲେ । ରାଜ୍ୟ ମୁଖ୍ୟ କମିଶନର ଡଃ କାଳୀପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଯୋଗ ଦେଇଥିବା ପ୍ରତିନିଧିମଣ୍ଡଳୀ ଏସିଆ ପ୍ୟାସିଫିକ୍ ଅଞ୍ଚଳର ସ୍କାଉଟ୍ସ ଏବଂ ଗାଇଡ୍ସ ସଂସ୍ଥା ଯେଉଁ ସବୁ କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି ସେ ସମ୍ବନ୍ଧରେ ଅବଗତ କରାଇଥିଲେ ।

0
0
0
s2sdefault