ଅସ୍ତରଙ୍ଗ/ଦୁଃଶାସନ ନୟକ: ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ଅନ୍ତସ୍ଥଳୀୟ ମତ୍ସ୍ୟ ଗବେଷଣା ଅନୁଷ୍ଠାନ ତରଫରୁ ନୁଆଗଡ଼ ସାମୁଦ୍ରିକ ଥାନା ପରିସ୍ଥଳି ମଧ୍ୟରେ ଓଡିଶାର ଉପକୂଳ ଆଦ୍ରଭୂମିରେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ହେଉଥିବା ସଙ୍କଟ ଆକଳନ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦ୍ଧେଶକ ଡା. ବି କେ ଦାସ, ଡା. ଉତ୍ତାମ୍ ସରକାର ବରିଷ୍ଠ ବୈଜ୍ଞାନିକ ତଥା ବିଭାଗିୟ ମୁଖ୍ୟ, ବୈଜ୍ଞାନିକ ଶ୍ରୀ ମିଶାଲ ପି ଓ ଶ୍ରୀ ହିମାଂଶୁ ଶେଖର ସ୍ବାଇଁ, ପୁରୀ ଜିଲ୍ଲା ମତ୍ସ୍ୟ ବିଭାଗ ନିର୍ଦ୍ଧେଶକ ଶ୍ରୀ କୁଅଁର ମାରାଣ୍ଡି, ଅତିରିକ୍ତ ମତ୍ସ୍ୟ ବିଭାଗ ଅଧିକାରୀ(ସାମୁଦ୍ରିକ) ଶ୍ରୀ ପ୍ରକାଶ କୁମାର ନାୟକ, ପୁରୀ ଜିଲ୍ଲା ଅବୈତନିକ ବନ୍ୟପ୍ରାଣୀ ତତ୍ଵାବଧାରକ ଶ୍ରୀ ଶୋଭାକର ବେହେରା , ଶ୍ରୀ ବିଜୟ କୁମାର କର ଅତିରିକ୍ତ ମତ୍ସ୍ୟ ଅଧିକାରୀ ଓ ଶ୍ରୀ ନିପ୍ରବର ରାଉତ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କିଭଳି ଭାବରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ସହ ପରିବେଶ ସୁରକ୍ଷା କରାଯାଇ ମତ୍ସ୍ୟ ସମ୍ପଦର ବିକାଶ ହୋଇପାରିବ ଅଲୋଚନା କରା ଯାଇଥିଲା । ଅସ୍ତରଙ୍ଗ ଉପକୂଳର ବିଭିନ୍ନ ସମସ୍ୟାର ସମାଧାନ କରିବା ସହ ପ୍ରାକୃତିକ ବିପର୍ଯୟ ପ୍ରତିରୋଧି ମତ୍ସ୍ୟ ଶିଳ୍ପର ବିକାଶ ପାଇଁ ଆବଶ୍ୟକୀୟ ଜ୍ଞାନ କୌଶଳ ଓ ତାହାର ଉପଯୋଗ ପାଇଁ କି ପ୍ରକାର ପଦକ୍ଷେପ ନେବା ଦରକାର ସେ ବିଷୟରେ ଅଧିକାରୀ ମାନେ ବିଷଦ ଭାବରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଛୁରିଅନା, ନୁଆଗଡ, ଝାଡଲିଙ୍ଗ, ନଗର ଓ ଆଳସାହି ଗ୍ରାମ ପଞ୍ଚାୟତ ର ଶତାଧିକ ମତ୍ସ୍ୟଜୀବି ଅଂଶଗ୍ରହଣ କରିଥିଲେ । ଗୁଣ୍ଡଳବା ଗ୍ରାମର ଶ୍ରୀ ପବିତ୍ର କୁମାର ବିଶ୍ୱାଳ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ରାଜ୍ୟ
ଜଳବାୟୁ ପରିବର୍ତ୍ତନ ଶୀର୍ଷକ କର୍ମଶାଳା !
- Hits: 339