ହେଡଲାଇନସ୍:

ନିଷ୍ଠା ଥିଲେ କୈାଣସି ସଫଳତା ହାସଲ କରିବା ଅସମ୍ଭବ ନୁହେଁ : ଶ୍ରୀ ପୁରୋହିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜମଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର(ନୀଳ ଦୀପ) - ଜମଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରିଷରରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ଉଦେ୍ଧଶ୍ୟରେ ଏକ ସଭା ଅନୁଷ୍ଠିତ  ହୋଇଥିଲା । ଉକ୍ତ ସଭାରେ ଅଧ୍ୟକ୍ଷ ଶ୍ରୀ ବିରଜା ପ୍ରସାଦ ଦଳପତି ସଭାପତିତ୍ୱ କରିଥିବା ବେଳେ ବିଧାୟକ ତଥା ପରିଚାଳନା କମିଟୀର ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଜୋଗଦେଇଥିଲେ । ସର୍ବ ପ୍ରଥମେ ଦ୍ୱିତିୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗିତ ପରିବେଶଣ ହୋଇଥିବା ବେଳେ ରୀତା ସେଠ, ସୀମା ମେହେର, ନମିତା ସୁନା, ସଂଜୟ ବାଗ୍ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ସଂସ୍କୃତ ବିଭାଗର ଅଧ୍ୟାପକ ଶ୍ରୀ ରମେଶ କୁମାର ସାହୁ , ଅଧ୍ୟାପିକା ଲିଲିମା କର, ବିଧାୟକ ପ୍ରତିନିଧି ଶ୍ରୀ କହ୍ନେଇ ପ୍ରଧାନ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଭଲ ମଣିଷ ହେବାପାଇଁ ଉଦ୍ୱୋଧନ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ପୁରୋହିତ କଠିଣ ପରିଶ୍ରମ କରି କରି ନିଜ ଲକ୍ଷ ଉଦେ୍ଧଶ୍ୟରେ ପ୍ରଧାନ ମଂତ୍ରୀଙ୍କ ସଫଳତାର ଓ ବିଶ୍ୱର ଶ୍ରେÂ ପ୍ରଧାନ ମଂତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତାକୁ ଜଣାଇଥିଲେ ଏବଂ ନିଷ୍ଠା ଥିଲେ କୈାଣସି ସଫଳତା ହାସଲ କରିବା ଅସମ୍ଭବ ନୁହେଁ ବୋଲି ନିଜ ଭାଷଣ ମାଧ୍ୟମତରେ ଜଣାଇଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଧାୟକ ନିଜ କରାକମଳରେ ପୁରଷ୍କୃତ କରିଥିଲେ ।

 

0
0
0
s2sdefault