ପଦ୍ମପୁର(ନୀଳ ଦୀପ)- ପଦ୍ମପୁର ବ୍ଲକ ଜ୍ଞାନ ପଂଚାୟତ ଅନ୍ତର୍ଗତ ଖଲିଆମୁଣ୍ଡା ଗ୍ରାମର ଅଙ୍ଗନବାଡି କେନ୍ଦ୍ରରେ ଗତ ତା.୨୮.୨.୨୦୦୯ର ମସିହାରେ ସେହି ଗ୍ରାମର ଶାରିରୀକ ଅକ୍ଷମ ନିରୁପମା ସାହୁଙ୍କୁ ଅଙ୍ଗନବାଡି କର୍ମୀ ଭାବରେ ନିଯୁକ୍ତି ଦିଆଯାଇଥିଲା । କିନ୍ତୁ ଏହାର ଦୀର୍ଘ ସାଢେ ପାଂଚ ବର୍ଷ ପରେ ନିରୁପମାଙ୍କୁ ଗ୍ରାମର ମୁଳବାସ୍ିନ୍ଦା ହୋଇ ନ ଥରବା ଅଭିଯୋଗ କରି ତାଙ୍କୁ ଗତ ତା. ୧୨.୬.୧୪ରେ କାର୍ଯ୍ୟରୁ ଅନ୍ତର କରାଯାଇଥିଲା ଏବଂ ଏହି ବିଷୟରେ କୋର୍ଟରେ ମାମଲା ବିଚାରାଧିନ ରହିଛି । କିନ୍ତୁ ଏହି ମଧ୍ୟରେ ଖଲିଆମୁଣ୍ଡା ଗ୍ରାମର ଅଙ୍ଗନବାଡି କର୍ମୀ ପାଇଁ ନୁତନ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇ ଥିବାରୁ ନିରୁପମା ନିଜ ପରିବାର ସହ ସୋମବାର ଦିନ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଥିଲେ । ପରେ ପଦ୍ମପୁର ଉପଜିଲ୍ଲାପାଳ ନିରୁପମାଙ୍କ ଦାବୀ ଉପରେ ଉପଯୁକ୍ତ ତଦନ୍ତ କରି ତୁନ୍ତ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେବା ପରେ ଅନଶନ ପ୍ରତ୍ୟାହାର ହୋଇଥିଲା ।
ରାଜ୍ୟ
ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡି କର୍ମୀଙ୍କ ଅନଶନ- ପ୍ରତିଶୃତି ପରେ ପ୍ରତ୍ୟାହାର
- Hits: 877