ହେଡଲାଇନସ୍:

ଉସ୍କୀ ଆଶ୍ରମ ବିଦ୍ୟାଳୟରେ ପିତାମାତା ଶିକ୍ଷକ ସମ୍ମେଳନ ଓ ବୃକ୍ଷରୋପଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯଶିପୁର(ଶାସକ ପ୍ରଶାସକ) : ଉସ୍କି ଆଶ୍ରମ ବିଦ୍ୟାଳୟ ଠାରେ ପିତାମାତା ଓ ଶିକ୍ଷକ ସମ୍ମିଳନୀ ସହ ବୃ୍କ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ର ଚେୟାରମେନ ଶ୍ରୀମତୀ ଲେତ ଜେରାଇ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ ପିତାମାତା ତଥା ଅଭିଭାବକ ଗଣ ଉପସ୍ଥିତ ରହିଥିଲେ । ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଦେବାନନ୍ଦ ନାୟକ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଶିକ୍ଷକ ଶ୍ରୀ ପୁରନ ମେହେର ଓ ବୁଧୁରାମ ନାଏକ କାର୍ଯକ୍ରମ ପରିଚାଳନା କରିଥିଲେ ।
ଗ୍ରାମର ବୟୋଜେଷ୍ଠ ଠାକୁରଦାସ ହେମ୍ବ୍ରମ ଓ ଫକୀର ହେମ୍ବ୍ରମ୍ ଙ୍କୁ ସମ୍ମାନୀତ କରାଯିବା ସହ କୃତିତ୍ୱ ହାସଲ କରିଥିବା ଦୁଇ ଜଣ ପିଲା ଟୁନା ଜେରାଇ ଓ ରସିକା ଶିର୍କା ଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଛାତ୍ର ବାସରେ ରହୁଥିବା ପିଲାଙ୍କ ସୁରକ୍ଷା,
ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର, ପରିଷ୍କାର ପରିଚ୍ଛନ୍ନତା, ସୁସ୍ଥ ଶରୀର ପରିଚାଳନା , ବଜ୍ରାଘାତ, ସର୍ପାଘାତ,ମଧ୍ୟାହ୍ନ ଭୋଜନ, ମୀନା କ୍ଯାବିନେଟ, ସ୍କୁଲ କ୍ଯାବିନେଟ ର ଭୂମିକା ଆଦି କାର୍ଯ୍ୟକ୍ରମ ହାତକୁ ନେଇ ସଫଳତାର ସହ ବିଦ୍ୟାଳୟରେ ସମାପନ କରାଯାଇଛି । ସରକାରଙ୍କ ଆଦିବାସୀ ହରିଜନଙ୍କ ପ୍ରତି ଥିବା ବିଭିନ୍ନ ଯୋଜନାର ସଫଳ ରୂପାୟନ ଓ ଯୋଜନାର ଲାଭ ଉଠାଇବା ସହ ପିଲାଙ୍କୁ ଉଚ୍ଚଶିକ୍ଷିତ କରିବା ବିଷୟ ଆଲୋଚନା କରାଗଲା । ଆଶାକର୍ମୀ ରାଇବାରି ଜେରାଈ ଯୋଗଦେଇ ହାତଧୁଆ, ଶୌଚାଳୟର ବ୍ୟବହାର ସହ ବିଭିନ୍ନ ସ୍ବାସ୍ଥ୍ୟ ଦିବସର ଗୁରୁତ୍ୱକୁ ଆଲୋକପାତ କରିଥିଲେ।ଆଦିବାସୀ ସ୍ଵାଧୀନତା ସଂଗ୍ରମୀ ଙ୍କ ଏକ ଛୋଟ ଭିଡିଓ ଅଭିଭାବକଙ୍କ ସହ ଛାତ୍ର ଓ ଶିକ୍ଷକ ଦେଖି ଥିଲେ ।ସଭା ଶେଷରେ ପରିବେଶ ସୁରକ୍ଷା କୁ ଦୃଷ୍ଟିରେ ରଖି ବୃକ୍ଷ ରୋପଣ କାର୍ଯ୍ଯ କରାଯାଇ ଧନ୍ୟବାଦ ଦେଇ ସଭା ସାଙ୍ଗ କରଯାଇଥିଲା।

0
0
0
s2sdefault