ହେଡଲାଇନସ୍:

ନୃସିଂହନାଥ ମଠରେ ଶ୍ରୀ ଗୋପାଳ ଯଜ୍ଞ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ କାରଣ ସାହି ସ୍ଥିତ ନୃସିଂହନାଥ ମଠରେ ଆଷାଢ଼ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ଶ୍ରୀ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଉପଲକ୍ଷେ ଶ୍ରୀ ଗୋପାଳ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଯଜ୍ଞରେ ବ୍ରାହ୍ମଣ ବିପ୍ରମାନେ ବେଦଧ୍ୱନୀ କରି ଶ୍ରୀ ଶ୍ରୀ ଗୋପାଳ ଦେବତାଙ୍କ ନାମରେ ଏକ ସହସ୍ର ନାମ ଯଜ୍ଞ ଆହୁତି ଦିଆଯାଇଥିଲା।
ତତ୍ ସହିତ ଏକ ସହସ୍ର ତୁଳସୀ ମଞ୍ଜୁରୀ , ଏକ ସହସ୍ର ଚମ୍ପାପୁଷ୍ପ , ଏକ ସହସ୍ର କମଳ ପୁଷ୍ପ ସହ ଠାକୁରଙ୍କୁ ସମର୍ପଣ କରାଯାଇଥିଲା। ଉକ୍ତ ଯଜ୍ଞରେ ପାରଳାଖେମୁଣ୍ଡି ମଣ୍ଡଳର ସାଧୁ ବୈଷ୍ଣବ ମାନେ ଯୋଗଦାନ କରିଥିଲେ।
ତତ୍ ସହିତ ମଠ ତରଫରୁ ନାମ ସଂକୀର୍ତ୍ତନ ଆୟୋଜନ କରାଯାଇଥିଲା। ଏଥିରେ ସଂକୀର୍ତ୍ତନ ଗୁରୁ ରମେଶ ଚନ୍ଦ୍ର ପଟ୍ଟନାୟକ , ବୀର କିଶୋର ପଟ୍ଟନାୟକ , ରବିନାରାୟଣ ଚୌଧୁରୀ ପ୍ରମୁଖ ସଂକୀର୍ତ୍ତନ ପରିବେଷଣ କରିଥିଲେ।
ଯଜ୍ଞରେ ରବୀନ୍ଦ୍ର କୁମାର ସାହୁ ସପରିବାର ସହ କର୍ତ୍ତା ହୋଇ ଯଜ୍ଞାହୁତି ଦେଇଥିଲେ।
ଏହି କାର୍ଯ୍ୟକ୍ରମକୁ ମଠର ମହନ୍ତ ଶ୍ରୀ ମଦନ ଗୋପାଳ ଦାସଜୀ ମହାରାଜ , ବାବା ମଧୂସୁଦନ ଦାସଜୀ ମହାରାଜ , ନାରାୟଣ ଦାସ ପୂଜକ ପ୍ରମୁଖ ପରିଚାଳନା କରିଥିଲେ। ଯଜ୍ଞକୁ ପୁରୋହିତ ସୁନିଲ କୁମାର ମିଶ୍ର ପରିଚାଳନା କରିଥିଲେ।
ଏହି ଗୋପାଳ ଯଜ୍ଞରେ ପାରଳା ସହରର ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।

0
0
0
s2sdefault