ଯାଜପୁର (ବୁ୍ୟରୋ ଚିଫ୍, ଜୟଶଙ୍କର ଦାଶ): ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଡଙ୍କାରୀରେ ପ୍ରତିଷ୍ଠା ହେବାକୁ ଥିବା ଭାରତର ବୃହତମ ତୈଳ ପ୍ରକଳ୍ପ ହେବାକୁ ଯାଉଛି । ପ୍ରକଳ୍ପ ଅଞ୍ଚଳରେ ଥିବା ପଥର ଖାଦାନରୁ କୋଟିକୋଟି ଟଙ୍କା କଳାପଥର ଲୁଟ୍ ପାଇଁ ଏହି ପ୍ରକଳ୍ପକୁ ବିରୋଧ କରାଯିବାର ଷଡ଼ଯନ୍ତ୍ର କରାଯାଉଛି । ଏପରିକି ଏଥିନେଇ ତୈଳ ମନ୍ତ୍ରଣାଳୟକୁ ମଧ୍ୟ ପ୍ରଭାବିତ କରାଯାଇ ପ୍ରକଳ୍ପକୁ ବିଳମ୍ବ କରାଯାଇଛି । ଏହି ବେଆଇନ କାରବାରରୁ ନିର୍ଦ୍ଧିଷ୍ଟ କ୍ଷମତାଶାଳୀ ଲୋକ ଉପକୃତ ହେଉଥିବା ବେଳେ ଅଯଥାରେ ବିଜେଡି ଜନଅସନ୍ତୋଷର ଶିକାର ହେଉଛି । ବିଜେଡି ପାଉଛି କେତେ ହରାଉଛି କେତେ ଏଥିନେଇ ଆତ୍ମସମୀକ୍ଷା କରାଯିବାକୁ ସାଧାରଣରେ ମତ ପ୍ରକାଶ ପାଇଛି । ସୋମବାର ଧର୍ମଶାଳାର ବିଜେଡି ନେତା ସତୀଶ ବିଶ୍ୱାଳ ଏ ସଂକ୍ରାନ୍ତରେ ବିସ୍ଫୋରକ ବୟାନ ଦେବା ସହ ଏଥିନେଇ ତୁରନ୍ତ ସରକାରଙ୍କ ସ୍ୱାର୍ଥରକ୍ଷା ପାଇଁ ଏଠାରେ ଚାଲିଥିବା ବେଆଇନ କାରବାରକୁ ବନ୍ଦ କରିବାକୁ ଦାବି କରିଛନ୍ତି । ଧର୍ମଶାଳା ପାହାଡ଼ ପର୍ବତ ସୁରକ୍ଷା ମଞ୍ଚ ସଭାପତି ତଥା ବିଜେଡି ନେତା ସତୀଶ ବିଶ୍ୱାଳ ଅଭିଯୋଗ କରିଛନ୍ତି ଯେ, ୨୦୧୪ ମସିହାରେ ଏହି ପ୍ରକଳ୍ପ ହେବାର ଘୋଷଣା ପରେ ଅଦ୍ୟାବଧି ପ୍ରକଳ୍ପ କାର୍ଯ୍ୟ ନ ଆଗେଇବା ଅନ୍ତରାଳରେ କେନ୍ଦ୍ର ସରକାର ଦାୟୀ । ପଥର ବ୍ୟବସାୟୀଙ୍କ ସ୍ୱାର୍ଥରକ୍ଷା ପାଇଁ ଏଭଳି ଏକ ଜାତୀୟ ସ୍ୱାର୍ଥ ଥିବା ପ୍ରକଳ୍ପକୁ ବିଳମ୍ବିତ କରାଯାଇଛି । ଏଠାରେ ତୈଳ ପ୍ରକଳ୍ପ ପାଇଁ ଖୋଳା ହେବାକୁ ଥିବା ଟନେଲରୁ ପ୍ରର୍ଯ୍ୟାପ୍ତ ପରିମାଣର କଳାପଥର ମିଳିବ । ଯାହାକୁ ନେଇ ଦୀର୍ଘବର୍ଷ ବିକାଶମୂଳକ କାମ କରାଯାଇପାରିବ । ଅପରପକ୍ଷରେ ଯେଉଁମାନେ ଜୀବନ ଜୀବିକାର ପ୍ରଶ୍ନ ଉଠାଇ ପାହାଡ଼ ବନ୍ଦ ନେଇ ଉଦ୍ବେଗ ପ୍ରକାଶ କରୁଛନ୍ତି ସେମାନେ ଡଙ୍କାରୀ ପାହାଡ଼ରୁ ଗୋଟିଏ ଦିନରେ ପଥର ଚୋରି କରାଯାଇ ହଡ଼ପ ହେଉଥିବା ୭୦ ଲକ୍ଷ ଟଙ୍କା କାହା ପକେଟକୁ ଯାଉଛି ତା'ର ଉତ୍ତର ରଖିବା ଜରୁରୀ । ଏଠାରୁ ରାଜ୍ୟ ସରକାର ପାଉଥିବା ରାଜସ୍ୱର ୨୦୦ ଗୁଣ ପଥର ଦୈନିକ ଚୋରି ହୋଇଥାଏ । ବେଆଇନ ୱାଗନହୋଲ ବ୍ଲାଷ୍ଟିଂ ପାଇଁ ପାହାଡ଼ ଲୋପ ପାଇବାରୁ ଭୂତଳ ଜଳ ପ୍ରଦୂଷିତ ହେବାରୁ ଅଞ୍ଚଳବାସୀଙ୍କ ବିଭିନ୍ନ ରୋଗରେ ମୃତୁ୍ୟ ଘଟୁଥିବା ବେଳେ ଚାଷ ଗୁରୁତର କ୍ଷତିଗ୍ରସ୍ତ ହେଉଛି । ୱାଗନହୋଲ ବ୍ଲାଷ୍ଟିଂ ଏବଂ ବାହାରର ମେଘା କ୍ରସର ମାଲିକ, ବାହାରର ସପ୍ଲାୟର୍ସ ପାଇଁ ହାତରେ ପଥର ବାଡେ଼ଇ ପେଟ ପୋଷୁଥିବା ଶ୍ରମିକ ତଥା ଏହି ଅଞ୍ଚଳର ଲୋକେ ଏହି ବେପାରରୁ ନିଜର ଜୀବିକା ହରାଇଲେ । ପାହାଡ ଚାରି ପାଖରେ ଥିବା ଗାଁଗୁଡ଼ିକର ଟ୍ରକ, ଟ୍ରାକ୍ଟର, କମ୍ପେ୍ରସର ବି ଏଠାରେ କାମ ପାଇଲେ ନାହିଁ । ସରକାରଙ୍କୁ ରାଜସ୍ୱ ନଦେଇ ଲୁଟ୍ ହେଉଥିବା ପଥର ଟନରେ ମାତ୍ର ୧୦୦ ଟଙ୍କା ଖର୍ଚ୍ଚ ହେଉନଥିବା ବେଳେ ୩୦୦ ଟଙ୍କାରେ କ୍ରସରକୁ ବିକ୍ରି କରାଯାଉଛି । ଏଠାରୁ ଦୈନିକ ଚୋରି ହେଉଥିବା ୭ ହଜାର ଟ୍ରିପ କଳାପଥର ବାବଦରେ ଟନରେ ୨୦୦ ଟଙ୍କା ହିସାବରେ ଲକ୍ଷାଧିକ ଟନ୍ର ଅର୍ଥ କିଏ ନେଉଛି? ପାହାଡ଼ ଚାରି ପାଖରେ ଥିବା ଲୋକମାନଙ୍କ କୌଣସି ପ୍ରକାର ଆର୍ଥôକ ବିକାଶ ହେଉ ନଥିବା ବେଳେ ସେମାନେ କେବଳ ସେହି ଶ୍ରମିକ ହୋଇ ରହିଛନ୍ତି । ଏପରିକି ଏଠାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଶ୍ରମ ଆଇନ ପରିସର କରାନଯିବାରୁ ସେମାନେ ଦୁର୍ଘଟଣାରେ ମରିଗଲେ ବି କୌଣସି ସୁବିଧା ପାଉନାହାନ୍ତି । ହେଲେ ବାହାର ଅଞ୍ଚଳରୁ ଆସିଥିବା ଆଙ୍ଗୁଠି ଗଣତି ଲୋକେ ଏଠାରେ ବିଭିନ୍ନ ପ୍ରକାର ବ୍ୟବସାୟ କରି କୋଟିପତି ହେବା ସହ ଖାଦାନମାଲିକ, କ୍ରସରମାଲିକ, ସପ୍ଲାୟର୍ସ ହୋଇଛନ୍ତି । ପାହାଡ଼ ଲୁଟିବା ପାଇଁ ସାଟେଲାଇଟ ମାଧ୍ୟମରେ ପଥର ଉତ୍ତୋଳନ କରି ତଥ୍ୟ ସଂଗ୍ରହ ପ୍ରକିୟାକୁ ବନ୍ଦ କରି ରଖାଯାଇଛି । ଏହି ଚୋରିରୁ ବିଜେଡି କିମ୍ବା ରାଜ୍ୟ ସରକାର କେହି ଉପକୃତ ହେଉନାହାନ୍ତି । କେବଳ ନିର୍ଦ୍ଧିଷ୍ଟ କ୍ଷମତାସୀନ ନେତା ଏବଂ ପ୍ରଶାସକଙ୍କ ମିଳିତ ସଲାସୁତରାରେ ଏହି ଲୁଟ୍କୁ ସୁରକ୍ଷା ଦିଆଯାଇ ଅଯଥାରେ ରାଜ୍ୟ ସରକାରଙ୍କୁ ବଦନାମ କରାଯାଉଛି । ଏଥିପାଇଁ ଜଣେ ବିଜେଡି ନେତା ଭାବେ ବାରମ୍ବାର ଏହି ଆନେ୍ଦାଳନର ନେତୃତ୍ୱ ନେବା ସହ ବିରୋଧ କରିଆସିଛି । ବିକାଶ ପାଇଁ ପଥର ଆବଶ୍ୟକ ବୋଲି ଜନସ୍ୱାର୍ଥ ଏବଂ ସରକାରଙ୍କ ରାଜସ୍ୱ ଆୟ ଜନିତ ସ୍ୱାର୍ଥକୁ ଆଖି ବୁଜିଦେଇ ନିର୍ଦ୍ଧିଷ୍ଟ ଲୋକଙ୍କୁ ଚୋରି କରିବାକୁ ସରକାରୀ ସଂପତ୍ତିକୁ ଛାଡ଼ି ଦିଆଯିବା ଉଚିତ ନୁହେଁ । ଗତ ୨୦ ବର୍ଷ ଭିତରେ ଏଠାରେ ଉତ୍ତୋଳିତ ହୋଇଥିବା ପଥର ନେଇ ଖଣି ସୁରକ୍ଷା ଆଇନ ଅନୁସାରେ ଆକଳନ କରାଗଲେ ସରକାର ହଜାର ହଜାର କୋଟି ଟଙ୍କା ଅଧିକ ରାଜସ୍ୱ ପାଇବେ । ପାହାଡ଼ ନିଲାମ ନେଇଥିବା ବହୁ ଇଜରାଦାର ଏବଂ ପ୍ରଶାସକ ଏଥିପାଇଁ ଜେଲ ଯିବାକୁ ପଡ଼ବ । ଧର୍ମଶାଳାର ଅଭୟପୁର ଠାରୁ ଅରାବଳ ପର୍ଯ୍ୟନ୍ତ ବହୁ ପଞ୍ଚାୟତର ଲୋକଙ୍କ ପାଇଁ ପଥର ପାହାଡ ନଥିଲେ ମଧ୍ୟ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ହେଲେ ବାସ୍ତବ ଜନମତକୁ ଚାପି ଦେଇ ପଥର ବ୍ୟବସାୟୀଙ୍କ କଳାଟଙ୍କାରେ ପରୋକ୍ଷରେ ବିଜେଡି ଓ କ୍ଷମତାକୁ ବ୍ୟବହାର କରାଯାଇ ଏହି ପ୍ରକଳ୍ପ ବିରୋଧରେ ଜନଆନେ୍ଦାଳନ ଠିଆ କରାଇବାକୁ କେତେକ ସଂଗଠନ ନାମରେ ଚାଲିଥିବା ଚକ୍ରାନ୍ତକୁ ନବୀନବାବୁଙ୍କ ନେତୃତ୍ୱ ପ୍ରତି ଆସ୍ଥା ରଖିଥିବା ପ୍ରତ୍ୟେକ ବ୍ୟକ୍ତି ଏବଂ ଧର୍ମଶାଳାର ଲୋକେ ବିରୋଧ କରନ୍ତୁ । ଏଥିନେଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ତଥ୍ୟ ସହ ଅବଗତ କରାଯିବ । ଏହାସହ ନିର୍ଦ୍ଧିଷ୍ଟ କ୍ଷମତାଶାଳୀ ଏହି ଅଞ୍ଚଳରୁ ଦୈନିକ କେତେ ଲୁଟ୍ କରିଛନ୍ତି ଏବଂ ଅଞ୍ଚଳ ପାଇଁ ସେହି କଳାଧନରୁ କ'ଣ କରିଛନ୍ତି ହିସାବ ମାଗନ୍ତୁ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ସତୀଶ ହିସାବ ମାଗିବା ପରେ ଏହି ପ୍ରସଙ୍ଗକୁ ନେଇ ଆଲୋଚନା ସରଗରମ ହୋଇଛି ।