ଭଦ୍ରକ,ସୀତାକାନ୍ତ ପାଢ଼ୀ- କୋର୍ଟ ଙ୍କ ନିର୍ଦେଶ କୁ ଅବମାନନା କରି ଚାବି ଭାଙ୍ଗି ଆସବାପତ୍ର ଫିଙ୍ଗିଲା ଭଦ୍ରକ ଟାଉନ ପୋଲିସ | ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ନୂଆବଜ଼ାର ସ୍ଥିତ ତାରିଣୀ କ୍ଲିନିକ ପରିସର ମଧ୍ୟରେ | ସୂଚନା ଅନୁଯାଇ ଜଗନ୍ନାଥପୁର ଗ୍ରାମର ଭଗବାନ ରାଉଳ ଦ୍ରୋପଦି ସିନେମା ହଲ ନିକଟରେ 2018 ମସିହା ରୂ ଭଡା ରେ ମା ତାରିଣୀ କ୍ଲିନିକ ନାମରେ ଏକ ମେଡ଼ିସିନ ଦୋକାନ ଚଳାଇ ଆସୁଥିଲେ | ଗତ 15 ଦିନ ପୂର୍ବେ ହଟାତ ଘର ମାଲିକ ଙ୍କ ଝିଅ ପ୍ରୀତିରେଖା ମହାନ୍ତି ଭଗବାନ ଙ୍କୁ ଘର ଛାଡିବାକୁ କହିଥିଲେ ! ହେଲେ ନିୟମିତ ଘର ଭଡା ଦେଇ ଆସୁଥିବା ସହିତ ଏଗ୍ରିମେଣ୍ଟ ଅନୁସାରେ ସମୟ ହୋଇ ନଥିବାରୁ କିଛି ଦିନ ସମୟ ଦେବାକୁ ଅନୁରୋଧ କରିଥିଲେ ଭଗବାନ ! ମାଲିକ ଙ୍କ ଝିଅ ଏହି କଥା ରେ ରାଜି ନହୋଇ ଘର ନ ଛାଡିଲେ ଚାବି ପକେଇବାକୁ ବାରମ୍ବାର ଧମକ ଦେବାରୁ ଶେଷରେ ଭଗବାନ କୋର୍ଟ ଙ୍କ ଆଶ୍ରୟ ନେଇଥିଲେ | ମାନ୍ୟବର କୋର୍ଟ ଜୁଲାଇ 11 ତାରିଖ ରେ ଅପରପକ୍ଷ ଙ୍କୁ ନୋଟିସ କରି ନିଜର ପକ୍ଷ ରଖିବାକୁ ନିର୍ଦେଶ ଦେବା ସହ ଘଟଣାର ତଦନ୍ତ କରି ଏକ ରିପୋଟ ଦେବାକୁ ଟାଉନ ପୋଲିସ କୁ ନିର୍ଦେଶ ଦେଇଥିଲେ | ହେଲେ ଅପରପକ୍ଷ କୋର୍ଟ ଙ୍କ ନିର୍ଦେଶ ନ ମାନି ଉକ୍ତ ଘରେ ଚାବି ପକେଇବାରୁ ନ୍ୟାୟ ପାଇଁ ଭଗବାନ ଟାଉନ ପୋଲିସ କୁ ଲିଖିତ ଅଭିଯୋଗ କରିଥିବା ସତ୍ୱେ ପୋଲିସ କେଉଁ ନିର୍ଦେଶ ବଳରେ ଓଲଟି ଭଗବାନ ଓ ତାଙ୍କ କର୍ମଚାରୀ ଙ୍କ ନାଁରେ ମାମଲା ରୁଜୁ କରିବା ସହିତ ପୋଲିସ ଉକ୍ତ ଘର ଚାବି ଭାଙ୍ଗି ଭିତରେ ଥିବା ଲକ୍ଷ୍ୟଧିକ ମୂଲ୍ୟର ଆସବାପତ୍ର ବାହାରେ ଫୋପାଡିବା ସହିତ ଅନେକ ଜିନିଷ କୁ ପୋଲିସ ନେଇ ଯାଇଥିବାର ଅଭିଯୋଗ ହୋଇଛି | କୋର୍ଟ ନିୟମ କୁ ଉଲ୍ହଘଂନ କରିଥିବା ଦୋଷୀ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ସହିତ ନ୍ୟାୟ ପାଇଁ ଭଗବାନ ଙ୍କ ପତ୍ନୀ ଭଦ୍ରକ ଏସପି ଙ୍କୁ ଲିଖିତ ଗୁହାରି କରିଛନ୍ତି |
ରାଜ୍ୟ
କୋର୍ଟ ନିର୍ଦ୍ଦେଶକୁ ନମାନି ଚାବି ଭାଙ୍ଗି ଆସବାପତ୍ର ଫିଙ୍ଗିଲା ପୋଲିସ !
- Hits: 493