ହେଡଲାଇନସ୍:

୧୮ ଜୁଲାଇ ରୁ ପଦ୍ମପୁର ସବ ଡିଭିଜନ କୁ ଅଚଳ କରିବ ରାଜ ବୋଡା ସମ୍ବର କୃଷକ ସଙ୍ଗଠନ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର: ରାଜବୋଡାସମ୍ବର୍ କୃଷକ ସଂଗଠନର ଗୋରୁବଜାର ପ୍ରାଙ୍ଗଣ ରେ ସ୍ଥାୟୀ ସଭାପତି ବାଞ୍ଛାନିଧି ସାହୁ ଙ୍କ ସଭାପତିତ୍ୱ ରେ ଫସଲବୀମା ବିଭ୍ରାଟ କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି l ଗତ ୨୦୨୧ ଖରିଫ ଋତୁ ରେ ଭୟଙ୍କର ମରୁଡି ସତ୍ବେ HDFC ଏଗ୍ରୋ କମ୍ପାନୀ ଆଜି ପ୍ରଯ୍ୟନ୍ତ ବୀମା କ୍ଷତି ପୁରନ ଦେଇନାହିଁ l ଖରିଫ ୨୦୨୧ ର ଫସଲବୀମା କ୍ଷତି ଅପୁରଣ ଓ ମରୁଡି ସହାୟତା ରାଶି ପ୍ରଦାନ ଦାବି ନେଇ ବାରମ୍ବାର ଆନ୍ଦୋଳନ ତାଲାବନ୍ଦ କରି ସାରିଥିଲେ ମଧ୍ୟ କମ୍ପାନୀ, ପ୍ରସାଶନ ଓ ଉଭୟ ସରକାର ନିରବ ଦ୍ରଷ୍ଟା ସାଜିଛନ୍ତି l ତେଣୁ ଆସନ୍ତା ଜୁଲାଇ ୧୮ ତାରିଖ ଠାରୁ ପଦ୍ମପୁର ଉପଖଣ୍ଡ ର ସମସ୍ତ ସରକାରୀ କାର୍ଯ୍ୟାଳୟ,ରାସ୍ତା ଘାଟ,ସୋହେଲା ରାଜରାସ୍ତା ଅବରୋଧ ସହ ସମସ୍ତ ରାଜରାସ୍ତା ଓ ଦୋକାନ ବଜାର କୁ ବୀମା କ୍ଷତି ପୂରଣ ନ ପାଇବା ଯାଏଁ ସମ୍ପୂର୍ଣ୍ଣ ସବଡିଭିଜନ କୁ ଅଚଳ କରିବାକୁ ନିଷ୍ପତ୍ତି ନିଆ ଯାଇଛି l ୨ୟ ପର୍ଯ୍ୟାୟ ରେ ଜିଲାପାଳ ଅଫିସ ଘେରାଓ ସହ ବରଗଡ଼ ଠାରେ ରେଳ ରୋକ କରିବାକୁ ସଂଗଠନ ନିଷ୍ପତ୍ତି ନେଇଛି l
ତେଣୁ ପଦ୍ମପୁର ଉପଖଣ୍ଡ ର ସମସ୍ତ କୃଷକ ସଙ୍ଗଠନ, ବଣିକ ସଂଘ,ଓକିଲ ସଂଘ, ନାଗରିକ କମିଟି ଓ ଅନ୍ୟାନ୍ୟ ସମସ୍ତ ସଂଗଠନ ସମସ୍ତ ଚାଷୀ , ମହିଳା ,ଯୁବକ ମାନକୁ ବହୁ ସଂଖ୍ୟାରେ ସାମିଲ ହେବା ପାଇଁ ଅନୁରୋଧ କରା ଯାଇଛି l ଆଜିର ଏହା ବୈଠକରେ ଚାଷୀ ନେତା ରମେଶ ମହାପାତ୍ର, ଆବାହକ ଅଶୋକ ସାହୁ,ଆଇନଜୀବୀ ଅଜିତ ଶତପଥି ଓ ଚିନ୍ମୟ ପଣ୍ଡା ,ଝାରବନ୍ଧ ବ୍ଲକ ରୁ କ୍ଷମା ନିଧି ସାହୁ,ଭଜନ ସାଗର,ଅବଧୂତ ଜଗତ,ଗାଇସିଲେଟ ରୁ ଅରବିନ୍ଦ ପଣ୍ଡା, ସରୋଜ ସାହୁ,ବିରେନ ପଧାନ, ଗଜପତି ସାହୁ,ପାଇକମାଲ ରୁ ବିଶ୍ୱନାଥ ରଣା ,ରାହାସ ସାହୁ ,ଦହିତ ସାହୁ,ବାଳକୃଷ୍ଣ ବନଛୋର, ପଦ୍ମପୁର NAC ରୁ ସୁବାଷ ବରିହା, କରମ ଚାନ୍ଦ ମେହେର, ଲୋହିତ ରଣା,ପଦ୍ମପୁର ରୁ ଅମୃତଲାଲ ସାହୁ,ପ୍ରଶାନ୍ତ ପଧାନ,ରୋହିତ ପଧାନ, ରାହାସ ବିହାରୀ ସାହୁ,ବିଜେପୁର ରୁ ଯଦୁମଣି ପୁଟେଲ,ସମ୍ବୋଦ ବାରିକ,ସୁବାଷ ପଧାନ, ପାଇକମାଲ (ଲଖମରା) ରୁ ଦହିତ ସାହୁ,ମଲୟ ଭୋଇ, କୁଳମଣି ବାରିକ,ଲିଙ୍ଗ ପଧାନ,ମନବୋଧ ବିଶ୍ୱାଳ ଅନେକ ଶତାଧିକ ସଂଗଠନ ର୍କର୍ମକର୍ତା ଉପସ୍ଥିତ ଥିଲେ l

0
0
0
s2sdefault