(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହ ଇଦ-ଉଲ-ଜୁହା ପାଳିତ ହୋଇଯାଇଛି । ଏହି ଅବସରରେ କଟକ ଜିଲ୍ଲା ପ୍ରସିଦ୍ଧ ନିଶ୍ଚିନ୍ତକୋଇଲି ବ୍ଲକ ଜୟରାମପୁର ଗ୍ରାମପଞ୍ଚାୟତ ଜାମିଆ ଇସଲାମିଆ ମର୍କଜୁଲ ଉଲୁମ ସୁଙ୍ଗୁଡା ଠାରେ ମୌଲାନା ସୟଦ ନକିବୁଲ ଅମିନ ବର୍କୀ ନମାଜ ପାଠ କରିଥିଲା ବେଳେ ସମସ୍ତ ମୁସଲିମ ସମ୍ପ୍ରଦାୟ ଲୋକେ ଯୋଗଦାନ କରି ନମାଜ ପାଠ କରିବା ସହ ବହୁତ ଧୁମଧାମ ରେ ଇଦୁଲ ଜୁହା ପାଳନ କରିଛନ୍ତି । ପ୍ରକାଶଥାଉକି, କାଜିହାଟ ମସଜିଦ କଟକ ରୁ କେନ୍ଦ୍ରାପଡା ମଧ୍ୟରେ ଏକ ପ୍ରତିଷ୍ଠିତ ମସଜିଦ ଅଟେ । ଇସଲାମ ଧର୍ମର ପ୍ରଥା ପରମ୍ପରା ଅନୁସାରେ ଏଠାରେ ସେମାଙ୍କର ଧର୍ମୀୟ ପରମ୍ପରା ଗୁଡିକ ପାଳନ ହେବା ସମୟରେ ଅନେକ ମୁସଲମାନ ଭାଇ ମାନେ ଏକାଠି ହୋଇଥାନ୍ତି ଓ ପରମ୍ପରା ଅନୁସାରେ ନମାଜ ପଢିବା ସହିତ ପରସ୍ପର କୁ ଇଦ ମୁବାରକ ଜଣାଇଥାନ୍ତି । କରୋନା କଟକଣା ଯୋଗୁ ଦୁଇ ବର୍ଷ ବ୍ୟବଧାନ ପରେ, ଏହା ପାଳନ ହେଉଥିବାରୁ, ସେମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଥିଲା । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ବିଷୟ ହେଉଛି କି ଏହି ପର୍ବ ଅବସରରେ ଅନେକ ହିନ୍ଦୁ ଭାଇ ମାନଙ୍କୁ ସେମାନେ ନିମଂତ୍ରଣ ଦେଇଥିଲେ, ଓ ସେମାନଙ୍କ ପାଇଁ ସୁସ୍ୱାଦୁ ଭୋଜନ ର ମଧ୍ୟ ବ୍ୟବସ୍ତା କରିଥିଲେ । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା, ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧକ୍ଷା ରୋଜି ସେଠି, ଉପାଧକ୍ଷ ଅଶୋକ କୁମାର ଓଝା,ପ୍ରାକ୍ତନ ଅଧକ୍ଷ ଗିରିସରଞ୍ଜନ ମହାପାତ୍ର,ସବିତା ଓଝା, ଜିଲ୍ଲା ପରିଷଦ ବିପ୍ଳବକେଶରୀ କାପ, ବିଜେଡି ସଭାପତି ରମାକାନ୍ତ ମହାନ୍ତି ଙ୍କ ସମେତ ବହୁ ସରପଞ୍ଚ , ସମିତିସଭ୍ୟ , ଯୁବନେତା, ବରିଷ୍ଠ ନାଗରିକ ମାନେ ଇଦ-ଉଲ-ଜୁହା ଉପଲକ୍ଷେ ମୁସଲମାନ ଭାଇମାନଙ୍କୁ ଇଦ ମୁବାରଖ ଜଣାଇଛନ୍ତି । ତେବେ ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ସମସ୍ତ ମୁସଲମାନ ଭାଇମାନଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳା ର ସହିତ ଇଦ-ଉଲ-ଜୁହା ପାଳିତ ହୋଇଯାଇଛି ।
ରାଜ୍ୟ
ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହ ଇଦ-ଉଲ-ଜୁହା ପାଳିତ ।
- Hits: 500