ହେଡଲାଇନସ୍:

ଅମରନାଥର ଯାତ୍ରାରେ ଫସି ରହିଛନ୍ତି ରାୟଗଡ଼ାର ୫ ଜଣ ଯାତ୍ରୀ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

 

ପ୍ରଦୀପ ଦଲାଇ ଙ୍କ ରିପୋଟ/ ଅମରନାଥରେ ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ ରାୟଗଡ଼ା ଜିଲାର ୫ ଜଣ ଯାତ୍ରୀ ଏବେ ବି ଫସି ରହିଛନ୍ତି । ସେମାନେ ନିରାପଦ ଅଛନ୍ତି। ସୂଚନା ଅନୁଯାୟୀ ରାୟଗଡ଼ା ଓ ଗଜପତି ଜିଲାର ୧୭ଜଣ ଯାତ୍ରୀ ଅମରନାଥ ଅଭିମୁଖେ ଯାତ୍ରା କରିଥିଲେ । ୫ ତାରିଖ ଦିନ ତାଙ୍କର ବାବା ଅମରନାଥଙ୍କ ଦର୍ଶନ କରିବା ପାଇଁ ସ୍ଥିର ହୋଇଥିଲା। ସେମାନେ ୪ ତାରିଖରେ ସେଠାରେ ପହଞ୍ଚିଥିଲେ। ତେବେ ବର୍ଷା ଯୋଗୁଁ ୪ରୁ ୭ତାରିଖ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିଥିଲା । ୮ତାରିଖ ପର୍ଯ୍ୟନ୍ତ ସେମାନେ ସେଠାରେ ଫସି ରହିଥିଲେ ।
ସେମାନେ ଦର୍ଶନ ସାରି ଫେରୁଥିବାବେଳେ ବାଦଲ ଫଟା ବର୍ଷା ହୋଇଥିଲା । ସୌଭାଗ୍ୟବଶତଃ ସେମାନେ ଜୀବନ ବଞ୍ଚାଇ ଫେରି ଆସିଥିଲେ | ମାଟି ଅତଡ଼ା ଧସିବାରୁ ସେଠାରେ ଶହଶହ ଯାତ୍ରୀଙ୍କ ସହ ଫସି ରହିଥିଲେ । ରାୟଗଡ଼ାରୁ ଯାଇଥିବା ଶ୍ରଦ୍ଧାଳୁମାନେ ସୂଚନା ଦେଇଛନ୍ତି ଯେ, ସିଆରପିଏଫ ଯବାନ ସେମାନଙ୍କୁ କ୍ୟାମ୍ପରେ ରହିବା ପାଇଁ କହିଛନ୍ତି। ଏବେ ସେମାନେ ବାଲଟାଲ କ୍ୟାମ୍ପରେ ରାତି ଯାପନ କରିବେ ଓ ଭୋରୁ ଭୋରୁ ଗାଡିରେ ଜାମ୍ମୁ ପଠାଇବେ। ସେମାନେ ବର୍ତ୍ତମାନ ସୁରକ୍ଷିତ ସ୍ଥାନରେ ଅଛନ୍ତି। ସେମାନଙ୍କ ଖାଇବା ଓ ରାତ୍ରି ଯାପନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି।

0
0
0
s2sdefault