ହେଡଲାଇନସ୍:

ମତ୍ତଗଜପୁର ଗ୍ରାମରେ ମା ମଙ୍ଗଳାଙ୍କ ପୀଠରେ ତୃତୀୟ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର /ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ମତ୍ତଗଜପୁର ଗ୍ରାମରେ ଥିବା ମା ମଙ୍ଗଳାଙ୍କ ପୀଠରେ ତୃତୀୟ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି | ଏହି ଉପଲକ୍ଷେ ଅଙ୍କୁରାରୋପଣ ଅନୁଷ୍ଠିତ ହେବା ସହିତ ପାଇକା ନଦୀର ମା ରାମଚଣ୍ଡୀ ଘାଟରେ ପୂଜାଅର୍ଚନା ପରେ ଶ୍ରଦ୍ଧାଳୁଙ୍କ ଦ୍ୱାରା ୧୦୮ କଳସରେ ପାଣି ଆଣି ଘଣ୍ଟ ଘଣ୍ଟା ହରିନାମ ସହିତ ଯଜ୍ଞ ମଣ୍ଡପରେ ପହଂଚିଥିଲେ l ପରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା l ପୂଜକ ପଣ୍ଡିତ ହେମନ୍ତ କୁମାର ପଣ୍ଡା,ନିରଞ୍ଜନ ପଣ୍ଡା, କ୍ଷୀରୋଦ କୁମାର କର, ଜଗନ୍ନାଥ ମିଶ୍ର, କୁନୁଆ ନନା ଏବଂ କର୍ତ୍ତା ଭାବେ ମନୋଜ ଭୂୟାଁ ଓ କର୍ତ୍ତୀ ଭାବେ ଅଞ୍ଜନା ସ୍ୱାଇଁ କାର୍ଯ୍ୟରତ ଥିଲେ | କଳସ ସ୍ଥାପନ, ଘଟସ୍ଥାପନ, ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା , ଗୁରୁ ଗୋବିନ୍ଦ ପୂଜା, ଧବଳେଶ୍ୱର ସମୀପେ ରୁଦ୍ରାଭିଷେକ, ଘୃତ ଯଜ୍ଞ, ହୋମ ଯଜ୍ଞ, ଚଣ୍ଡୀ ପାଠ ଆଦି ବିବିଧ ମାଙ୍ଗାଳିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା l ଏହି ବିଶ୍ୱ ଶାନ୍ତି ମହାଜଜ୍ଞ କାର୍ଯ୍ୟକ୍ରମ ଦୀର୍ଘ ପାଞ୍ଚ ଦିନଧରି ଚାଲିବାକୁ ଥିବା ବେଳେ ଅଷ୍ଟପ୍ରହର ନାମଜଜ୍ଞ ଓ ନଗର କୀର୍ତ୍ତନ ପରେ
୧୧ ତାରିଖ ଦିନ ଉଦଯାପନୀ କାର୍ଯ୍ୟକ୍ରମ କରାଯିବବୋଲି ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିଛି l ଦୀର୍ଘ ୫ ଦିନ ଧରି ଚାଲିବାକୁ ଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ଗ୍ରାମବାସୀଙ୍କ ପକ୍ଷରୁ ସୁପରିଚାଳନା କରାଯିବବୋଲି ସୂଚନାପ୍ରଦାନ କରାଯଇଥିଲା l

0
0
0
s2sdefault