କାଶୀପୁର ରୁ ବୈକୁଣ୍ଠ ଦୁରିଆ: ପ୍ରତି ପାଞ୍ଚ ବର୍ଷରେ ସରକାର ବଦଳିଯାଏ, ବିଧାୟକ ବଦଳିଯାଏ, ସରପଞ୍ଚ ବଦଳିଯାଏ ଓ ସରକାରୀ ବାବୁ ମାନେ ମଧ୍ୟ ବଦଳି ଯାଆନ୍ତି |କିନ୍ତୁ ସ୍ୱାଧୀନତାର ୭୫ବର୍ଷ ବିତିଗଲେ ମଧ୍ୟ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସିନ୍ଦୁର ଘାଟି ପଞ୍ଚାୟତ ଅନ୍ତର୍ଗତ ସରମବାଇ ଗ୍ରାମର ଗୌଡ଼ ସାହି କୁ ଯିବାକୁ ହେଲେ ପକ୍କା ସଡ଼କଟିଏ ନାହିଁ |ଉକ୍ତ ସାହି କୁ ଯିବାକୁହେଲେ ଏକ ଛୋଟ ନଦୀ ସହ ନାଳ ମଧ୍ୟ ଦେଇ ଯିବାକୁ ପଡେ |କୋମଳମତି ଛାତ୍ର ଛାତ୍ରୀ ମାନେ ମଧ୍ୟ ନିଜେ ଜୀବନକୁ ବାଜି ଲଗାଇ ନଦୀ ଓ ନାଳ ପାର ହେବାକୁ ପଡୁଛି |କେତେବେଳ ଯେ ବଡ଼ ଅଘଟଣ ହେବ କେହି କହିପାରିବେ ନାହିଁ |ସେ ରୋଗୀ ହେଉ ବା ଗର୍ଭବତୀ ମାଁ ମାନଙ୍କୁ ମଧ୍ୟ ଉକ୍ତ ସାହି ରୁ ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ବିପଦ ସଂକୁଳ ଅବସ୍ଥାରେ ଆଣିବାକୁ ପଡିଥାଏ |
ଅନେକ ବର୍ଷ ଧରି ଏହି ନଦୀ ଓ ନାଳ ବର୍ଷା ଦିନେ ବଢି ପାଣିରେ ଅଧିକ ସଙ୍କଟ ପୂର୍ଣ ହେଇଥାଏ,ଯଦ୍ୱାରା ବିଦ୍ୟାଳୟ କୁ ଯାଉଥିବା ପିଲାଏ ଏବଂ ଗ୍ରାମବାସୀଙ୍କୁ ବିପଦ ର ସାମ୍ନା କରିବାକୁ ପଡୁଛି ।ସରକାର ତ ବାରମ୍ବାର ଡିଣ୍ଡିମ ପିଟୁଛନ୍ତି ଗାଁ କୁ ରାସ୍ତା ମାଁ କୁ ସମ୍ମାନ କିନ୍ତୁ କାଶୀପୁର ଏକ ଦୁର୍ଗମ ଅଞ୍ଚଳ ହୋଇଥିବାବେଳେ ଏଠି କିପରି ସରକାରଙ୍କ ଜୋଜନା କାର୍ଯ୍ୟକାରୀ ହେଉଛି ବାସ୍ତବରେ ଏହି ଚିତ୍ର ଦେଖିଲେ ଜାଣିପାରୁଥିବେ |ଗୌଡ଼ ସାହିରେ୪୦ରୁ ଉର୍ଦ୍ଧ ପରିବାର ବାସ କରୁଥିବା ବେଳେ ପ୍ରଶାସନ ପାଖରେ ଗୁହାରି କରୁଥିବାବେଳେ କେହି ଶୁଣୁନଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି |