ହେଡଲାଇନସ୍:

ଜନ୍ମ ବେଦୀ ରୁ ଫେରିଲେ କଳା ଠାକୁର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଞ୍ଜନଗର : ପବିତ୍ର ବାହୁଡା ଯାତ୍ରା ଅବସରରେ ଭଞ୍ଜନଗର ଓ ଏହାର ଆଖପାଖ ଗ୍ରାମ ଉତ୍ସବ ମୁଖର ହୋଇ ଉଠିଛି । ବାହୁଡା ଯାତ୍ରା ପାଇଁ ଆଜି ମନ୍ଦିର ଗୁଡ଼ିକ ରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହେବା ସହ ଚତୁର୍ଥାମୂର୍ତ୍ତି ଙ୍କ ପହଣ୍ଡି କରାଯାଇଥିଲା। ରଥରେ ପୂଜାର୍ଚ୍ଚନା ଓ ଛେରା ପହଁରା ପରେ ରଥଟଣା ଆରମ୍ଭ ହୋଇଥିଲା। ଭଞ୍ଜନଗର ସହର ସମେତ କୁଲାଡ଼, ବଡ଼କୋଦଣ୍ଡା, ଭେଜିପୁଟ, ଗାଲେରୀ ଦଧିବାମନ ଠାକୁର ଠାରେ ଧୁମଧାମରେ ପବିତ୍ର ବାହୁଡା ଯାତ୍ରା ପାଳିତ ହୋଇଛି । ପୋଲିସ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ପାଗ ଅନୁକୂଳ ରହିଥିବାରୁ ବହୁ ଜନସମର୍ଥନ ଦେଖିବାକୁ ମିଳିଛି।

0
0
0
s2sdefault