ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଶନିବାର ଅପରାହ୍ନରେ ଉତରପ୍ରଦେଶ ଚିତ୍ରକୂଟରୁ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜେ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିର ପରିଦର୍ଶନ କରି ଭାବବିହ୍ୱଳ ହୋଇ ପଡିଥିଲେ । ପ୍ରଭୁଙ୍କ ସ୍ୱପ୍ନାଦେଶ ବଳରେ ରାମଭଦ୍ରାଚାର୍ଯ୍ୟ ଜି ଏଠାରେ ପହଁଚି ଶ୍ରୀଜିଉଙ୍କ ସାନିଧ୍ୟ ପ୍ରଭୁଙ୍କ ସାନିଧ୍ୟଲାଭ ପାଇବା ପରେ ପ୍ରସାଦ ସେବନ ଉଦେଶ୍ୟରେ ମନବଳାଇ ଅପେକ୍ଷା କରିବା ସମୟରେ ପ୍ରଭୁଙ୍କ ଗୁଣଗାନ କରିଥିଲେ । ସିକୁରିଟି ମଧ୍ୟରେ ରହିଥିବା ରାମଭଦ୍ରାଚାର୍ଯ୍ୟ ଜିଙ୍କ ମୁଖରୁ ଶ୍ରୀଜିଉଙ୍କ କଥା ଶ୍ରବଣ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିଯାଇଥିବା ଦେଖାଯାଇଥିଲା । କମ ବୟଷରୁ ଦୃଷ୍ଟିହୀନ ରାମଭଦ୍ରାଚାର୍ଯ୍ୟ ଜି ୧୭ବର୍ଷ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିନଥିବା ବେଳେ ରାମାୟଣ, ଭାଗବତ ଉପରେ ସେ ଜଣେ ଉଚ୍ଚକୋଟିର ପ୍ରବଚକ ଭାବେ ଜଣାଶୁଣା । ସଂସ୍କୃତ, ହିନ୍ଦି ଆଦି ଭାଷାର ଜଣେ କବି ଓ ଲେଖକ ଭାବେ ପରିଚିତ ଲାଭ କରିବା ସହିତ ବ୍ୟାକରଣ ବେଦ ବେଦାନ୍ତ ଉପରେ ତାଙ୍କର ଜ୍ଞାନଗାରିମାକୁ ସ୍ୱୀକୃତି ଦିଆଯାଇଛି । ତାଙ୍କ ଦ୍ୱାରା ସେଂଟ ତୁଳସୀ ଦାସ ଭିନ୍ନକ୍ଷମ ବିଶ୍ୱ ବିଦ୍ୟାଳୟରେ ୪ ପ୍ରକାରର ଭିନ୍ନକ୍ଷମଙ୍କୁ ସ୍ନାତକ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଉଥିବା ବେଳେ ସେ ଏହି ବିଶ୍ୱବିଦ୍ୟାଳୟର ଆଜୀବନ କୁଳପତି ଅଟନ୍ତି ।
ରାଜ୍ୟ
ଶ୍ରୀ ରଘୁନାଥ ଜିଉ ମନ୍ଦିର ପରିଦର୍ଶନ କଲେ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ
- Hits: 310