ହେଡଲାଇନସ୍:

ରେଲ ସଂଯୋଗୀକରଣ ଦାବୀରେ ମିଳିତ କ୍ରିୟାନୁଷ୍ଠାନ  କମିଟୀର ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବରଗଡରୁ ନୁଆପଡା ପର୍ଯ୍ୟନ୍ତ ଭାୟା ବିଜେପୁର, ପଦ୍ମପୁର ଓ ପାଇକମାଲ ଦେଇ ପ୍ରସ୍ତାବିତ ରେଲ ଲାଇନ ପ୍ରକଳ୍ପ ଦାବୀକୁ ଜୋର କରିବା ପାଇଁ ଗଠିତ ମିଳିତ କ୍ରିୟାନୁଷ୍ଠାନ  କମିଟି  ଆଗାମୀ ଦିନରେ ସମଗ୍ର ଅଂଚଳରେ ଜନଆନ୍ଦୋଳନକୁ ବ୍ୟାପକ କରିବ

ପଦ୍ମପୁର(ନୀଳ ଦୀପ) - ସ୍ଥାନୀୟ ଓକିଲ ସଙ୍ଘ କାର୍ଯ୍ୟାଳୟରେ ରବିବାର ଦିନ ରେଲବାଇ ମିଳିତ କ୍ରିୟାନୁଷ୍ଠାନ କମିଟୀର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ କମିଟୀର ଆବାହକ ଅଜିତ କୁମାର ଶତପଥିଙ୍କ ସଂଯୋଜନାରେ ଅନୂଷ୍ଠିତ  ହୋଇଯାଇଛି  । ବରଗଡରୁ ନୁଆପଡା ପର୍ଯ୍ୟନ୍ତ ଭାୟା ବିଜେପୁର, ପଦ୍ମପୁର ଓ ପାଇକମାଲ ଦେଇ ପ୍ରସ୍ତାବିତ ରେଲ ଲାଇନ ପ୍ରକଳ୍ପ ଦାବୀକୁ ଜୋର କରିବା ପାଇଁ ପଦ୍ମପୁର, ବିଜେପୁର ଓ ପାଇକମାଲର ନାଗରୀକ କମିଟୀର ସଦସ୍ୟମାନଙ୍କୁ ନେଇ ଏକ ମିଳିତ କ୍ରିୟାନୁଷ୍ଠାନ  କମିଟି  ଗଠନ କରାଯାଇଛି  । ଏହି ପ୍ରକଳ୍ପ ଦାବୀକୁ ତ୍ୱରାନ୍ୱିତ କରିବା ପାଇଁ ଆଗାମୀ ଦିନରେ ସମଗ୍ର ଅଂଚଳରେ ଜନଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇ ଥିଲା  । ଆସନ୍ତା ସପ୍ତାହରେ ବିଜେପୁର ଅଂଚଳର ଜନସାଧାରଣଙ୍କୁ ନେଇ ବିଜେପୁରଠାରେ ଏକ ବୈଠକ ଅନୁଷ୍ଠିତ କରିବା ପାଇଁ ବିଜେପୁରର ସଦସ୍ୟମାନଙ୍କୁ ଏବଂ ଜାମସେଟଠାରେ ପାଇକମାଲ ଅଂଚଳର ଜନସାଧାରଣଙ୍କୁ ନେଇ ଏକ ବୈଠକ ପାଇଁ ପାଇକମାଲର ସଦସ୍ୟମାନଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା  । ଇତି ମଧ୍ୟରେ ବରଗଡ ଜିଲ୍ଲାପାଳ ଆବଶ୍ୟକୀୟ ସର୍ଭେ ରିପୋର୍ଟ ପ୍ରଦାନ କରି ସାରିଥିବାରୁ ମିଳିତ କ୍ରିୟାନୁଷ୍ଠାନ  କମିଟୀ ତରଫରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରାଯିବା ସହିତ ନୁଆପଡା ଜିଲ୍ଲାପାଳଙ୍କୁ ମଧ୍ୟ ଯଥାଶିଘ୍ର ଏହି ରିପୋର୍ଟ ପ୍ରଦାନ କରିବା ନିମନ୍ତେ ଅନୁରୋଧ କରାଯାଇଥିଲା  । ଏଥି ନିମନ୍ତେ ମିଳିତ କମିଟୀର ଏକ ପ୍ରତିନିଧି ଦଳ ଖୁବ ଶିଘ୍ର ନୁଆପଡା ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅନୁରୋଧ ଜଣାଇବା ସହିତ ନୁଆପଡା ଓକିଲ ସଙ୍ଘର କର୍ମକମର୍ତାମାନଙ୍କ ସହିତ ଯୋଗାଯୋଗ କରାଯିବ ବୋଲି ଆବାହକ ଶ୍ରୀ ଶତପଥି ସୁଚନା ଦେଇଥିଲେ  । ଏଥି ସହିତ ଯଥା ଶିଘ୍ର ଏକ ପ୍ରତିନିଧି ଦଳ ଦିଲ୍ଲୀ ଗସ୍ତ କରି ମାନ୍ୟବର ରେଲ ମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ସାକ୍ଷାତ କରିବା ସହ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ମଧ୍ୟ ଦାବୀ ଉପସ୍ଥାପନ ନିଷ୍ପତି ନିଆଯିବା ସହିତ ଆବଶ୍ୟକ ସ୍ଥଳେ ରେଲରୋକ ଆନେ୍ଦାଳନ କରିବା ପାଇଁ ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହିତ ହୋଇଥିଲା  । ବୈଠକରେ ଓକିଲ ସଙ୍ଘ ସଭାପତି ଯୋଗେନ୍ଦ୍ର ଭୋଇ, ଲାୟନ୍ସ କ୍ଲବର ବେଣୁମାଧବ ଦୋରା,  ବଣିକ ସଙ୍ଘ ସଭାପତି ପ୍ରତାପ ମିଶ୍ର, ନାଗରୀକ କମିଟୀର ଗୋବିନ୍ଦ ପ୍ରସାଦ ଅଗ୍ରୱାଲ, ରମେଶ ଗର୍ଗ, ସମିଉଲ ହୁସେନ, ଚିନ୍ମୟ ପଣ୍ଡା, ପାଇକମାଲ ଅଂଚଳର ନୀଲମଣୀ ପଣ୍ଡା, ରାଜକିଶୋର ସାହୁ,  ରମେଶ ଅଗ୍ରୱାଲ ଓ ବିଜେପୁର ଅଂଚଳର ସନତ ଗଡତିଆ, ରାମପ୍ରସାଦ ସାହୁ, ପରିକ୍ଷୀତ ମେହେର ପ୍ରମୁଖ ଉପସ୍ଥିତ ଥିଲେ  ।

 

0
0
0
s2sdefault