ହେଡଲାଇନସ୍:

ସିଂହଦ୍ୱାରେ ପହଞ୍ଚିଲେ ଚତୁର୍ଦ୍ଧାବିଗ୍ରହ; କାଲି ସୁନାବେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ (ଅନିମେଶ ପଟ୍ଟନାୟକ): ସିଂହଦ୍ୱାର ସମ୍ମୁଖରେ ତିନିରଥ । ନବଦିନାତ୍ମକ ଯାତ୍ରା କରି ଫେରିଲେ ଚତୁର୍ଦ୍ଧାବିଗ୍ରହ । ସିଂହଦ୍ୱାରରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବିଶ୍ୱବିଧାତା । ଆସନ୍ତାକାଲି ସୁନାବେଶ । ମହଣ ମହଣ ସୁନାରେ ସଜେଇ ହେଇ ଦର୍ଶନ ଦେବେ ଭାଇ ଭଉଣୀ ।

ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ସକାଳେ ପହଣ୍ଡି ଆରମ୍ଭ କରାଯାଇଥିଲା । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ରଥ ବିଜେ ପରେ ବଡଠାକୁର, ଦେବୀ ଶୁଭଦ୍ରା ଓ ପରେ ମହାପ୍ରଭୁ ଜଗନ୍ନାଥ ଧାଡ଼ି ପହଣ୍ଡିରେ ରଥାରୂଢ ହୋଇଥିଲେ । ଗଜପତି ମହାରାଜ ଦିବ୍ୟସିଂହ ଦେବ ଛେରା ପହଁରା କରିବା ପରେ ୧.୪୦ ମିନିଟରେ ବଡଠାକୁର ବଳଭଦ୍ରଙ୍କ ରଥ ଟଣାଯାଇଥିଲା । ପରେ ୨.୧୫ ମିନିଟରେ ଦେବୀ ଶୁଭଦ୍ରା, ୨.୩୫ରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଟଣା ଆରମ୍ଭ କରାଯାଇଥିଲା । ତିନି ଭାଇ ଭଉଣୀଙ୍କୁ ମାଉସୀମାଆଙ୍କ ମନ୍ଦିର ତରଫରୁ ପୋଡ଼ପିଠା ଭୋଗ କରାଯାଇଥିଲା । ମାଉସୀମାଆଙ୍କ ପୋଡ଼ପିଠା ଖାଇ ସିଂହଦ୍ୱାର ଅଭିମୁଖେ ତିନି ରଥ ଗଡ଼ିଥିଲା । ରଜାନହର ସମ୍ମୁଖରେ ଲକ୍ଷ୍ମୀନାରାୟଣ ଭେଟ ହୋଇଥିଲା । ପରେ ମହାପ୍ରଭୁଙ୍କ ରଥ ସିଂହଦ୍ୱାର ଲାଗିଥିଲା ।

ସେପଟେ ଆସନ୍ତାକାଲି ଏକାଦଶୀ ତିଥିରେ ପବିତ୍ର ସୁନାବେଶ ଅନୁଷ୍ଠିତ ହେବ । ଏକାଦଶୀରେ ତିନିଠାକୁରଙ୍କୁ ରଥ ଉପରେ ଚୁଡ଼ାଘଷା ଭୋଗର ଅନନ୍ୟ ପରମ୍ପରା ରହିଛି । ସୁନାବେଶରେ ମହଣ ମହଣ ସୁନାରେ ସଜେଇ ହୋଇ ବିଶ୍ଵବାସୀଙ୍କୁ ଦର୍ଶନ ଦେବେ ତିନି ଠାକୁର । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ୟବସ୍ଥା କରାଯାଇଛି ।

0
0
0
s2sdefault