ହେଡଲାଇନସ୍:

ଖ୍ୟାତିସମ୍ପନ୍ନ ତଥା ଅଗ୍ରଣୀ ବିଶାରଦ କାରିଗରଙ୍କୁ ସମ୍ମାନିତ କଲା ଡାଲମିଆ ଭାରତ ଲିମିଟେଡ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ରଥଯାତ୍ରା ୨୦୨୨ ସଂସ୍କରଣ ଅବସରରେ ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍‍) ରଥ ନିର୍ମାଣରେ ସଂପୃକ୍ତ ଥିବା କାରିଗର ସମୁଦାୟଙ୍କ ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ‘ସାଲ୍ୟୁଟିଂ ଦି ଏକ୍ସପର୍ଟ’ ପ୍ରୟାସ ଜରିଆରେ ଓଡିଶାରେ ନିଜର ଅଞ୍ଚଳ-ନିର୍ମାଣ ପଦକ୍ଷେପ ପ୍ରତି ପ୍ରତିବଦ୍ଧତାକୁ ଦୋହରାଉଛି । ଓଡ଼ିଶାର କାରିଗରମାନଙ୍କ ନିକଟରେ ରହିଥିବା ସହଭାଗୀ କାରିଗରୀ କୁଶଳତାର ସମ୍ମିଶ୍ରଣ ଆଧାରରେ ଏବଂ ତତ୍‍ସହିତ ଏହାର ‘ଡାଲମିଆ ଡିଏସ୍‍ପି-ଢଳାଇ ଏକ୍ସପର୍ଟ’ର ପୂର୍ବାଞ୍ଚଳ ପାଇଁ ଉପଲବ୍ଧ ତାହାର ନିଜସ୍ୱ କ୍ଷେତ୍ରର ବିଶେଷ ଅନୁଭୂତିକୁ ନେଇ କମ୍ପାନୀ ରଥ ନିର୍ମାଣରେ ସଂପୃକ୍ତ ଚାରିଜଣ ବିଶିଷ୍ଟ କାରିଗର ସମୁଦାୟଙ୍କୁ ଡିଏସ୍‍ପି ଏକ୍ସପର୍ଟ ରଥ ଶିଳ୍ପକାର ସମ୍ମାନ ପ୍ରଦର୍ଶନ କରି ସମ୍ବର୍ଦ୍ଧିତ କରିଛି । ସଂସ୍ଥା ପକ୍ଷରୁ ପରିକଳ୍ପନା କରାଯାଇଥିବା ଏହା ଏକ ଅନନ୍ୟ ପ୍ରୟାସ ହୋଇଛି ଏବଂ ଏହା ଓଡ଼ିଶାରେ ପ୍ରଥମ ଥର ପାଇଁ ହାତକୁ ନିଆଯାଇଛି ।
ଶ୍ରୀ ବିଜୟ କୁମାର ମହାପାତ୍ର, ଶ୍ରୀ ନୃସିଂହ ମହାପାତ୍ର, ଶ୍ରୀ କୃଷ୍ଣଚନ୍ଦ୍ର ମହାରଣା ଏବଂ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପୁରୀଠାରେ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ରଥଗୁଡିକ ସମ୍ମୁଖରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା । ରଥର ଡିଜାଇନ ଓ ନିର୍ମାଣ କରୁଥିବା କାରିଗର ଗୋଷ୍ଠୀଗୁଡିକ ପ୍ରତି ସମ୍ମାନ ପ୍ରଦର୍ଶନ ସ୍ୱରୂପ ସେମାନଙ୍କୁ ଏକ ପ୍ରଶସ୍ତିପତ୍ର, ଏକ ଶାଲ୍‍ ଏବଂ ୧୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଡିବିଏଲ୍‍ ପକ୍ଷରୁ ମଧ୍ୟ ଅନ୍ୟ ୨୦ ଜଣ ଠିକାଦାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ଯେଉଁମାନେ ଗୃହନିର୍ମାଣ କ୍ଷେତ୍ରରେ ବିଶାରଦ ଅଟନ୍ତି । ଏଥିସହିତ ଏହାର ଚ୍ୟାନେଲ ସହଭାଗୀ, ଏହାକୁ ପ୍ରଭାବିତ କରୁଥିବା ଗୋଷ୍ଠୀ ଏବଂ ଗ୍ରାହକଙ୍କ ସମ୍ମୁଖରେ ଏକ ରଥ ଅନାବରଣ କରାଯାଇଥିଲା ।
ନିଜର ‘ସାଲ୍ୟୁଟିଂ ଦି ଏକ୍ସପର୍ଟ’ ପ୍ରୟାସ ଜରିଆରେ ଡିବିଏଲ୍‍ ଓଡ଼ିଶାର ଜନସାଧାରଣଙ୍କର ସାମର୍ଥ୍ୟ ଓ ଧୈର୍ଯ୍ୟକୁ ପ୍ରଶଂସା କରୁଛି । କମ୍ପାନୀ ମଧ୍ୟ ଏହାର ପ୍ରୟାସ ଓ ଗୋଷ୍ଠୀଗତ ଉଦ୍ୟମ ଜରିଆରେ ଏହି ଅଞ୍ଚଳର କୁଶଳତା ସାମର୍ଥ୍ୟ ପ୍ରତି ଅବଦାନ ରଖିବାକୁ ଲକ୍ଷ୍ୟ ରଖିଛି ଏବଂ ଏହା ସ୍ୱାମଲମ୍ବୀ ତଥା ଅଭିବୃଦ୍ଧିଶୀଳ ହେବା ନିମନ୍ତେ ଭାରତର ଲକ୍ଷ୍ୟକୁ ସୁନିଶ୍ଚିତ କରିବା ଦିଗରେ ସହାୟତା କରିବା ନେଇ ଆଶାବାଦୀ ରହିଛି ।
ଡାଲମିଆ ଭାରତ ଲିମିଟେଡ ନିଜର ଡିଜାଇନ କରାଯାଇଥିବା ଢାଞ୍ଚା ଜରିଆରେ ରଥ ଯାତ୍ରାରେ ଅଂଶଗ୍ରହଣ କରିଛି ଯାହା ଉଦୀୟମାନ ଓଡ଼ିଶାକୁ ପାଳନ କରିବା ନିମନ୍ତେ ଅତୀତରେ ଏହି ଉତ୍ସବକୁ ଆସୁଥିବା ଦର୍ଶକ ଓ ଭକ୍ତମାନଙ୍କ ଦ୍ୱାରା ବେଶ୍‍ ଆଦୃତ ହୋଇଛି ।
୨୦୨୨ ରଥ ଯାତ୍ରାରେ ଓଡ଼ିଶାର ପ୍ରଗତି ଏବଂ ରାଷ୍ଟ୍ରର ସାଂସ୍କୃତିକ ବିବଧତା ପ୍ରତି ଅବଦାନ ରଖୁଥିବା ରାଜ୍ୟର ମହାନ୍‍ ଓ ଅନନ୍ୟ କାରିଗରୀ ପରମ୍ପରାକୁ ବଜାୟ ରଖିଥିବା କାରିଗର ସମୁଦାୟ ବିଶ୍ୱସ୍ତରରେ ଖ୍ୟାତି ଅର୍ଜନ କରିଥିବା ଜଗନ୍ନାଥ ରଥ ଯାତ୍ରା ଏବଂ ଏହାର ପ୍ରଥାକୁ ସେମାନଙ୍କର ବିଶାରଦ କାରିଗରୀ ନିପୁଣତା ଏବଂ ଏକାଗ୍ର ଭକ୍ତିଭାବ ଜରିଆରେ ବଜାୟ ରଖିପାରିଛନ୍ତି ।

 

 

0
0
0
s2sdefault