ହେଡଲାଇନସ୍:

ଇଣ୍ଡିଆନ ଇମ୍ୟୁନୋଲୋଜିକାଲ୍ସ ପକ୍ଷରୁ ବ୍ୟାପକ ରାବିସ୍‍ ପ୍ରତିଷେଧକ ଟିକାକରଣ ଅଭିଯାନ ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଦେଶବ୍ୟାପୀ ଟିକାକରଣ ଶିବିରରେ ୧ ଲକ୍ଷ ମାଗଣା ଟିକାକରଣ

  • ଭୁବନେଶ୍ୱର, ଜୟପୁର, ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ, ବାଙ୍ଗାଲୋର ଆଦି ସମେତ ୧୦୦ ସହରରେ ଅଭିଯାନ ଆୟୋଜିତ


ଭୁବନେଶ୍ୱର,: ଏକ ଅଗ୍ରଣୀ ଟିକା ଉତ୍ପାଦନକାରୀ କମ୍ପାନୀ ଇଣ୍ଡିଆନ ଇମ୍ୟୁନୋଲୋଜିକାଲ୍ସ ଲିମିଟେଡ (ଆଇଆଇଏଲ୍‍) ପକ୍ଷରୁ ଚଳିତ ମାସ ୬ ତାରିଖରେ ବିଶ୍ୱ ଜୁନୋସିସ୍‍ ଦିବସ ୨୦୨୨ ପାଳନ ଅବସରରେ ପ୍ରାଣୀମାନଙ୍କ ଦ୍ୱାରା ବ୍ୟାପୁଥିବା ରୋଗ ବିରୋଧରେ ଦେଶବ୍ୟାପୀ ମାଗଣା ଟିକାକରଣ ଶିବିର ଆୟୋଜିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ ପ୍ରାଣୀମାନଙ୍କ ଠାରୁ ମଣିଷଙ୍କୁ ବ୍ୟାପୁଥିବା ରୋଗକୁ ଜୁନୋଟିକ ରୋଗ ବୋଲି କୁହାଯାଉଛି । ଏକ ଜୁନୋଟିକ ଅସୁସ୍ଥତା ବିରୋଧରେ ପ୍ରଥମ ଟିକାକରଣକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁଲାଇ ୬ ତାରିଖକୁ ବିଶ୍ୱ ଜୁନୋସିସ୍‍ ଦିବସ ଭାବରେ ପାଳନ କରାଯାଉଛି । ଏହା ଜୁନୋଟିକ ରୋଗ ସମ୍ପର୍କରେ ଜନସାଧାରଣଙ୍କୁ ପ୍ରଶିକ୍ଷିତ କରାଇବା ଏବଂ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଦିଗରେ ଉଲ୍ଳେଖନୀୟ ଗୁରୁତ୍ୱ ବହନ କରୁଛି । ଆଇଆଇଏଲ୍‍ ପ୍ରତିବର୍ଷ ବ୍ୟାପକ ସଂଖ୍ୟାରେ ଟିକାକରଣ କରି ଜନସମାଜ ପ୍ରତି ଏହି କରୁଣା ଭାବ ପ୍ରଦର୍ଶନର ଶ୍ରେୟ ନେଉଛି ।
ଚଳିତ ବର୍ଷ ଜୁଲାଇ ୬ ତାରିଖରେ ଇଣ୍ଡିଆନ ଇମ୍ୟୁନୋଲୋଜିକାଲ୍ସ ପକ୍ଷରୁ ଏହାର ସମ୍ପୂର୍ଣ୍ଣ ନୂତନ ସ୍ୱାସ୍ଥ୍ୟସେବା ଉତ୍ପାଦଗୁଡିକ ଜରିଆରେ ମଣିଷ ଓ ପ୍ରାଣୀମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ଦିଗରେ ଏକ ସମ୍ମିଳିତ ପ୍ରୟାସ ‘ୱାନ ହେଲ୍‍ଥ’ ଆଭିମୁଖ୍ୟକୁ ନେଇ ମାଗଣାରେ ୧ ଲକ୍ଷ ଡୋଜ୍‍ ରକ୍‍ସାରାବ୍‍ ଏବଂ ଷ୍ଟାରଭାକ୍‍ ଆର (ଆଇଆଇଏଲ୍‍ର ରାବିସ୍‍ ପ୍ରତିଷେଧକ ଟିକା) ପ୍ରଦାନ କରିଛି । ବିଶ୍ୱର ଜଙ୍ଗଲ ସମ୍ପଦର ସ୍ଥିତି ୨୦୨୨ ସମ୍ପର୍କିତ ଏକ ତାଜା ରିପୋର୍ଟରେ ପୂର୍ବାନୁମାନ କରାଯାଇଛି ଯେ ଭାରତ ଜୁନୋଟିକ ଭୂତାଣୁଜନିତ ରୋଗର ଏକ ପେଣ୍ଠସ୍ଥଳ ପାଲଟିବାର ଯଥେଷ୍ଟ ଆଶଙ୍କା ରହିଛି । ରାବିସ୍‍, ସ୍ୱାଇନ ଫ୍ଲୁ, ନିପାହ, ବ୍ରୁସେଲୋସିସ୍‍, ଲେପ୍‍ଟୋସ୍ପାଇରୋସିସ୍‍, ପୋର୍ସିନ ସିଷ୍ଟିସେରକୋସିସ୍‍, ଜିକା ଆଦି ଭଳି ମଣିଷକୁ ଆକ୍ରାନ୍ତ କରୁଥିବା ନୂଆ ପ୍ରକାର ରୋଗଗୁଡିକ ମଧ୍ୟରୁ ୭୦% ବସ୍ତୁତଃ ପ୍ରାଣୀମାନଙ୍କ ଠାରୁ ବ୍ୟାପୁଛି । ଏହିଭଳି ଜୁନୋଟିକ ଭୂତାଣୁ ସଂକ୍ରମଣକୁ ରୋକିବା ଦିଗରେ ଚଳାଇଥିବା ଲଢେଇରେ ଆଇଆଇଏଲ୍‍ର ଟିକାକରଣ ଶିବିର ଚଳିତ ବର୍ଷ ପ୍ରାଣୀ ଚିକିତ୍ସା ଡିସ୍‍ପେନସାରୀ, ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ଏବଂ ଏନ୍‍ଜିଓ ଆଦି ଜରିଆରେ ଭୁବନେଶ୍ୱର, ଜୟପୁର, ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ, ବାଙ୍ଗାଲୋର, ଗୁଆହାଟି ଆଦି ସମେତ ଦେଶର ୧୦୦ ସହରକୁ ସମ୍ପ୍ରସାରିତ କରାଯାଇଥିଲା ।
ରାବିସ୍‍ ଭଳି ପ୍ରାଣୀଙ୍କ ଠାରୁ ବ୍ୟାପୁଥିବା ରୋଗ ପ୍ରାଚୀନ କାଳରୁ ମଣିଷର ସ୍ୱାସ୍ଥ୍ୟ ପ୍ରତି ସଙ୍କଟ ସୃଷ୍ଟି କରିଆସୁଛି । ରାବିସ୍‍ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଥିବା ମଣିଷଙ୍କ କ୍ଷେତ୍ରରେ କୁକୁର ହେଉଛନ୍ତି ମୁଖ୍ୟ କାରଣ, ଏବଂ ମଣିଷ ଶରୀରକୁ ରାବିସ୍‍ ସଂକ୍ରମଣ ବ୍ୟାପିବା କ୍ଷେତ୍ରରେ ଏହା ୯୯% ଦାୟୀ । ବିଶ୍ୱରେ ରାବିସ୍‍ଜନିତ ମୃତ୍ୟ ମଧ୍ୟରୁ ୩୬% ଭାରତରେ ଘଟୁଛି । ରାବିସ୍‍ର ପ୍ରକୃତ କେତେ ବୋଝ ପଡୁଛି ତାହା ସମ୍ପୂର୍ଣ୍ଣ ଭାବରେ ଜଣାପଡିନାହିଁ, ଯଦିଓ ଉପଲବ୍ଧ ସୂଚନା ଅନୁଯାୟୀ ଏହି କାରଣରୁ ପ୍ରତିବର୍ଷ ୧୮୦୦୦ରୁ ୨୦୦୦୦ ମୃତ୍ୟୁ ଘଟୁଛି । ରାବିସ୍‍ରେ ଆକ୍ରାନ୍ତ ହେବା ପରବର୍ତ୍ତୀ ଟିକାକରଣ ସମ୍ପର୍କରେ ଉପଯୁକ୍ତ ସଚେତନତା ଅଭାବରୁ ଏହା ମୁଖ୍ୟତଃ ଗ୍ରାମାଞ୍ଚଳରେ ବୟସ୍କ ଲୋକ ଓ ପିଲାଙ୍କ ଜୀବନ ହାନି ଘଟାଉଛି । ଅନେକ ରାଷ୍ଟ୍ର କୁକୁରମାନଙ୍କର ଟିକାକରଣ ଦ୍ୱାରା ରାବିସ୍‍ଜନିତ ମଣିଷଙ୍କ ମୃତ୍ୟୁ ସଂଖ୍ୟା ହ୍ରାସ କରିବାରେ ସମର୍ଥ ହୋଇପାରିଛନ୍ତି ।
ସଚେତନତା, ସଠିକ ରୋଗ ନିରୂପଣ, ପରିମଳ ବ୍ୟବସ୍ଥାରେ ଉନ୍ନତି, ବ୍ୟାପକ ଟିକାକରଣ ଆଦି ପଦକ୍ଷେପ ଏହି ରୋଗ ବ୍ୟାପିବାକୁ ରୋକିବା/ନିରାକରଣ ନିମନ୍ତେ ଆବଶ୍ୟକ ।
ବିଶ୍ୱ ଜୁନୋସିସ୍‍ ଦିବସ ପାଳନ ଅବସରରେ ପ୍ରକାଶ କରି ଡା. କେ.ଆନନ୍ଦ କୁମାର, ମ୍ୟାନେଜିଂ ଡାଇରେକ୍ଟର, ଇଣ୍ଡିଆନ ଇମ୍ୟୁନୋଲୋଜିକାଲ୍ସ ଲିମିଟେଡ କହିଛନ୍ତି, “ଆଇଆଇଏଲ୍‍ ଏକ ବାସ୍ତବ ୱାନ ହେଲ୍‍ଥ କମ୍ପାନୀ ଭାବରେ ଉଭୟ ପ୍ରାଣୀ ଓ ମଣିଷଙ୍କ ସ୍ୱାସ୍ଥ୍ୟ ନିମନ୍ତେ ସୁଲଭ ଟିକା ପ୍ରସ୍ତୁତ କରିବା ଦିଗରେ ପ୍ରତିବଦ୍ଧ ରହିଛି । ଆମର ‘ରାବିସ୍‍ ପ୍ରତିରୋଧୀ ଟିକାକରଣ ଅଭିଯାନ’ ଜରିଆରେ ଆମେ ଏହି ରୋଗ ସମ୍ପର୍କରେ ସଚେତନତା ଏବଂ ଏହାକୁ ରୋକିବାର ଆବଶ୍ୟକତା ସମ୍ପର୍କରେ ସଚେତନତା ପ୍ରସାର କରିବାକୁ ଲକ୍ଷ୍ୟ ରଖିଛୁ । ରକ୍‍ସାରାବ୍‍ ଏବଂ ଷ୍ଟାରଭାକ୍‍ ଆର୍‍ ବ୍ୟତୀତ ଆଇଆଇଏଲ୍‍ର ସିସ୍‍ଭାକ୍ସ, ବ୍ରୁଭାକ୍ସ ଆଦି ଭଳି ଭାରତରେ ସର୍ବାଧିକ ବର୍ଗର ଜୁନୋଟିକ ଟିକା ରହିଛି ଏବଂ ଆମେ ପ୍ରାଣୀମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ନୂଆ ନୂଆ ଆପଦର ମୁକାବିଲା କରିବାକୁ ନିରନ୍ତର ଭାବରେ ନୂତନ ଟିକା ଉଦ୍ଭାବନ କରିଚାଲିଛୁ ।”
ଇଣ୍ଡିଆନ ଇମ୍ୟୁନୋଲୋଜିକାଲ୍ସ ଲିମିଟେଡ (ନ୍ୟାସନାଲ ଡେରୀ ଡେଭଲପମେଣ୍ଟ ବୋର୍ଡର ଏକ ସହଯୋଗୀ କମ୍ପାନୀ) ଏକ ଅଗ୍ରଣୀ ବାୟୋଲୋଜିକାଲ୍ସ ଉତ୍ପାଦନକାରୀ । ଗବେଷଣା ଜରିଆରେ କମ୍ପାନୀ ଭାରତରେ ଗ୍ରାହକଙ୍କ ନିମନ୍ତେ ସୁଲଭ ମୂଲ୍ୟରେ ଟିକା ଉପଲବ୍ଧ କରାଉଛି । ଆଇଆଇଏଲ୍‍ ନିରବଚ୍ଛିନ୍ନ ଭାବରେ ଦେଶରେ ପଶୁ ରାବିସ୍‍ ଟିକା (ରକ୍‍ସାରାବ୍‍) ଏବଂ ମଣିଷ ରାବିସ୍‍ ଟିକା (ଅଭୟରାବ୍‍)ର ଏକ ଅଗ୍ରଣୀ ଉତ୍ପାଦନକାରୀ ହୋଇଛି । ଆଇଆଇଏଲ୍‍ର ସିସ୍‍ଭାକ୍ସ ଘୁଷୁରୀଙ୍କ ଠାରେ ଦେଖାଯାଉଥିବା ପୋର୍ସିନ ସିଷ୍ଟିସେରକୋସିସ୍‍ ନିମନ୍ତେ ବିଶ୍ୱର ପ୍ରଥମ ଟିକା ହୋଇଛି । ସିଷ୍ଟିସେରକୋସିସ୍‍ ଏକ ଗୁରୁତ୍ୱପୂର୍ଣ୍ଣ ଜୁନୋଟିକ ରୋଗ ଏବଂ ଜଣାଯାଏ ଯେ ଏହା ମଣିଷଙ୍କ ଠରେ ଏପିଲେପ୍ସିର ଏକ ମୁଖ୍ୟ କାରଣ । ପୋର୍ସିନ ସିଷ୍ଟିସେରକୋସିସ୍‍ ବିରୋଧରେ ଘୁଷୁରୀଙ୍କର ଟିକାକରଣ ଦ୍ୱାରା ମଣିଷଙ୍କ ଠାରେ ଏପିଲେପ୍ସି ଦେଖାଦେବା ଘଟଣାକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରାଯାଇପାରିବ ।

 

 

0
0
0
s2sdefault