ହେଡଲାଇନସ୍:

"ମାଗିବା ଆଗରୁ ଭଉଣୀକୁ ଭାଇ ଭଳି ଯାଚିକି ଦେଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ମାଗିବା ଆଗରୁ ଭଉଣୀକୁ ଭାଇ ଭଳି ଯାଚିକି ଦେଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ମୋ ନାମ ଗଣମାଧ୍ୟମରେ ଚର୍ଚା ହେବା ମାତ୍ରେ ନିଜେ ସମର୍ଥନ ଘୋଷଣା କରିବା ସହ ମୋତେ ସମର୍ଥନ ଦେବାପାଇଁ ଦଳମତ ନିରବିଶେଷରେ ସମସ୍ତଙ୍କୁ ଅନୁରୋଧ କରି ଭିନ୍ନ ଏକ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ଓଡିଶା ଗସ୍ତରେ ଆସିଥିବା ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଭାବବିହ୍ୱଳ ହୋଇ ମତବ୍ୟକ୍ତ କରିଛନ୍ତି |
ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ ଦ୍ରୌପଦୀ ମୁର୍ମୁ । ଏହା ପରେ ସେ ଅତିଥି ଭବନ ଯାଇଥିଲେ ଓ ସେଠାରୁ ବିଧାନସଭା ଆସିଥିଲେ । ବିଧାନସଭାରେ ଭବ୍ୟ ସ୍ୱାଗତ କରି ସମ୍ମିଳନୀ କକ୍ଷକୁ ପାଛୋଟି ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ନେତୃବୃନ୍ଦ | ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଉପସ୍ଥିତିରେ ବିଧାୟକ, ସାଂସଦଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା।
ସମ୍ମିଳନୀ କକ୍ଷରେ ଚାଲିଥିବା ଭେଟଘାଟ୍ କାର୍ଯ୍ୟକ୍ରମରେ ଦ୍ରୌପଦୀ ମୁର୍ମୁ ମୁଖ୍ୟମନ୍ତ୍ରୀଙ୍କୁ ଭାଇ ବୋଲି କହି ସମ୍ବୋଧନ କରିଥିଲେ। ପୂର୍ବରୁ ରାକ୍ଷୀ ବାନ୍ଧିଥିଲେ ବୋଲି ଦ୍ରୌପଦୀ କହିଥିଲେ। ବିଦେଶରେ ରହି ମୋ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ। ମୁଁ ଗାଁର ଝିଅ, ମନ୍ତ୍ରୀ ଥିବା ବେଳେ ବହୁ କାମ କରିଛି। ଆହୁରି କାମ ବାକି ଅଛି, ଆପଣଙ୍କର ସହଯୋଗ ଦରକାର। ଆମ ଗାଁର ଅବସ୍ଥା ସୁଧୁରିବ। ଓଡ଼ିଶା ସୁନ୍ଦର ଭାବେ ବଢିବ ବୋଲି ଦ୍ରୌପଦୀ କହିଛନ୍ତି। ପରେ ସମସ୍ତଙ୍କ ଧନ୍ୟବାଦ ଜଣାଇଛନ୍ତି ଦ୍ରୌପଦୀ। ମାଗିବା ପୂର୍ବରୁ ଅଯାଚିତ ସମର୍ଥନ ମିଳିଯାଇଛି ବୋଲି ଦ୍ରୌପଦୀ ନିଜ ସମ୍ବୋଧନରେ କହିଛନ୍ତି। ଦ୍ରୌପଦୀ ମୁର୍ମୁଙ୍କୁ ଦଳମତ ନିର୍ବିଶେଷରେ ଭୋଟ ଦେବା ପାଇଁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଏହି ଅବସରେ ଅପିଲ କରିଛନ୍ତି। ଭୋଟ ବେଳେ ଯେପରି ଗୋଟିଏ ବି ଭୋଟ ନାକଚ ନ ହୁଏ ସେଥିପ୍ରତି ଧ୍ୟାନଦେବାକୁ କୁହାଯାଇଛି। ବିଧାନସଭାର ସମ୍ମିଳନୀ କକ୍ଷରେ ଭେଟଘାଟ୍ ଶେଷ ହବାପରେ ରାଜ୍ୟ ଅତିଥି ଭବନ ଯାଇଥିଲେ ଦ୍ରୌପଦୀ ମୁର୍ମୁ। ସେଠାରେ ବିଜେପି ସାଂସଦ ଓ ବିଧାୟକଙ୍କ ସହ ଆଲୋଚନା କରିଥିଲେ । ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟାହ୍ନ ଭୋଜନ ରେ ସାମିଲ ହୋଇଥିଲେ |

0
0
0
s2sdefault