ହେଡଲାଇନସ୍:

ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡାସ୍ଥିତ ଉଚ୍ଚ ବିଦ୍ୟାଳୟରେ ପରିସରରେ ପୁରାତନ ଛାତ୍ର ସଂସଦ ଏବଂ ପରିଚାଳନା କମିଟି ତରଫରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଲମକୁନ୍ଦ ସାହୁଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ବିଦ୍ୟାଳୟର ପୁର୍ବତନ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଂଚାନନ ଦଳପତୀଙ୍କ ସଭାପତୀତ୍ୱରେ ଏକ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଓଶସଏର ସଭାପତୀ ଛାୟାକାନ୍ତ ବାରିକ ସଂପାଦକ ଏଲିୟ ସାଗର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଡମ୍ବରୁଧର ପାଣିଗ୍ରାହୀ, ପ୍ରଫୁଲ୍ଳ କୁମାର ଦାସ, ସୂର୍ଯ୍ୟନାରାୟଣ ବାରିକ, ଅବସରପ୍ରାପ୍ତ ଶିକ୍ଷକ ଜିତେନ୍ଦ୍ରିୟ ଦେବତା, ଶିକ୍ଷକ ପ୍ରିୟବ୍ରତ ସାହୁ ପ୍ରମୁଖ ମଂଚାସିନ ଥିଲେ । ଆମନ୍ତ୍ରୀତ ଅତିଥି ଗଣ ବକ୍ତବ୍ୟ ମାଧ୍ୟମରେ ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସାହୁଙ୍କ ବିଦ୍ୟାଳୟ ପ୍ରତି ଥିବା ଅବଦାନକୁ ମନେ ପକାଇବା ସହ ସୁସ୍ଥ ଜୀବନ କାମନା କରିଥିଲେ । ଖେଳ ଶିକ୍ଷକ ସଂଜୀବ କୁମାର ନାୟକ ଅତିଥି ପ୍ରଦାନ କରିଥିବା ବେଳେ ଶିକ୍ଷୟତ୍ରୀ ସୁକୃତା ସୁନା ସଭାର ଉଦେଶ୍ୟ ଜ୍ଞାପନ କରିଥିଲେ । ଶେଷରେ ଖେଳ ଶିକ୍ଷକ ଶ୍ରବତ୍ସ ପୁରୋହୀତ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ସବୁକୁ ନିରଂଜନ ପରିଡା, ସୁବାଷ ବେହେରା, ହିଂମାଶୁ ପଧାନ ପ୍ରମୁଖ ସହଯୋଗ କରିଥିଲେ । ସଭାପରେ ବିଦାୟୀ ଶିକ୍ଷକଙ୍କୁ ଏକ ଶୋଭାଯାତ୍ରାରେ ପାଛୋଟି ନେଇ ତାଙ୍କ ବାସ ଗ୍ରାମ କୁର୍ଲୁବାହାଲରେ ଛାଡିଆସିଥିଲେ । ପ୍ରକାଶ ଯୋଗ୍ୟ ଯେ ବିଦାୟୀ ଶିକ୍ଷକ ଶ୍ରୀଯୁକ୍ତ ସାହୁ ଗତ ୨୦୦୪ରୁ ବିଦ୍ୟାଳୟର ଗୁରୁ ଦାୟୀତ୍ୱ ସୁଚାରୁରୁପେ ସମ୍ଭାଳି ଆସିଥିଲେ । ଅବସରପରେ ମଧ୍ୟ ଶ୍ରୀଯୁକ୍ତ ସାହୁ ବିଦ୍ୟାଳୟର ସମସ୍ତ କାର୍ଯ୍ୟରେ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।

0
0
0
s2sdefault