ହେଡଲାଇନସ୍:

ବାହୁଡ଼ିବେ ମହାପ୍ରଭୁ; ପୋଡ଼ପିଠା ପାଇଁ ମାଉସୀ ଘର ଚଳଚଞ୍ଚଳ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ପୁରୀ (ଅନିମେଶ ପଟ୍ଟନାୟକ): ଆସନ୍ତାକାଲି ଶ୍ରୀମନ୍ଦିର ବାହୁଡ଼ିବେ ମହାପ୍ରଭୁ । ସେଥିପାଇଁ ଚଳଚଞ୍ଚଳ ହୋଇଉଠିଛି ମାଉସୀ ଘର । ଯୋରସୋରରେ ଚାଲିଛି ପୋଡ଼ପିଠା ପ୍ରସ୍ତୁତି ।

ପୋଡ଼ପିଠା ହେଉଛି ମହାପ୍ରଭୁଙ୍କ ଅତିପ୍ରିୟ । ନବଦିନାତ୍ମକ ଯାତ୍ରା ସାରି ମାଉସୀମାଆଙ୍କ ହାତ ରନ୍ଧା ଖାଇବା ଏକ ଅପୂର୍ବ ପରମ୍ପରା । ମହାପ୍ରଭୁ ବାହୁଡ଼ାଯାତ୍ରା ସମୟରେ ଭାଇ ଭଉଣୀଙ୍କ ସହିତ କିଛି ସମୟ ବଡ଼ଦାଣ୍ଡ ସ୍ଥିତ ମାଉସୀମାଆଙ୍କ ଘର ପାଖରେ ଅଟକି ଯାଆନ୍ତି । ମାଉସୀମାଆଙ୍କ ସେବକ ମାନେ ପୋଡ଼ପିଠା ସମର୍ପି ଦିଅନ୍ତି । ତେବେ ଏ ପୋଡ଼ପିଠା ପ୍ରସ୍ତୁତି ଅତି ନିଆରା ।

ଏହା ବହୁତ କମ ଲୋକ ଜାଣନ୍ତି କି ମାଉସୀ ଘରେ ହେଉଥିବା ପୋଡ଼ପିଠା ପୋଡ଼ା ଯାଏନି । ବାମ୍ଫରେ ସିଝାଯାଇ ପ୍ରସ୍ତୁତ କରାଯାଇଥାଏ । ମାଉସୀମାଆଙ୍କ ସେବକ ବିଶ୍ୱନାଥ ମିଶ୍ର କୁହନ୍ତି, ନାଁ ସିନା ପୋଡ଼ପିଠା କିନ୍ତୁ ବାସ୍ତବରେ ଏହାକୁ ପୋଡ଼ାଯାଏନି । କାରଣ ଚତୁର୍ଦ୍ଧାବିଗ୍ରହଙ୍କୁ କୈଣସି ପୋଡ଼ା ଖାଦ୍ୟ ଭୋଗ କରାଯାଏନି । ଏ ପୋଡ଼ପିଠା ବର୍ଷକୁ ଥରେ ପ୍ରସ୍ତୁତ କରାଯାଏ । କେବଳ ବାହୁଡ଼ା ସମୟରେ ଏହି ପିଠାକୁ ଶ୍ରୀଜୀଉମାନଙ୍କୁ ଭୋଗ କରାଯାଇଥାଏ । ଅଟା, ଛେନା, ଦେଶିଘିଅ, କିସମିସ, ଲବଙ୍ଗ, ଗୁଜୁରାତି, ଅଳେଇଚ ଆଦିରେ ପ୍ରସ୍ତୁତ ହୋଇଥାଏ ଏହି ପିଠା । ମାଟି ପଲମରେ ଜଳୀୟବାଷ୍ପ ଦେଇ ପାଖାପାଖି ୭ରୁ୮ ଘଣ୍ଟା ସିଝାଯାଇଥାଏ । ପରେ ଥଣ୍ଡାକରି ଛୋଟ ଛୋଟ ଖଣ୍ଡ କରି କଟାଯାଏ । ସେହି ଖଣ୍ଡ ଗୁଡ଼ିକୁ ପୁଣି ଖାଣ୍ଟି ଦେଶି ଗୁଆ ଘିଅରେ ଛଣାଯାଇ ପିଠା ପ୍ରସ୍ତୁତ କରାଯାଏ । ଗୋଟେ ଭାରି ପିଠାକୁ ତିଆରି କରିବା ପାଇଁ ଦୁଇ ଦିନ ସମୟ ଲାଗିଥାଏ । ଏହି ପିଠା ୭ ଦିନ ଯାଏଁ ସେମିତି ସତେଜ ରହିଥାଏ । ରଥ ଉପରେ ଭୋଗ ପରେ ଏହା ଭକ୍ତମାନଙ୍କୁ ବଣ୍ଟାଯାଇଥାଏ ବୋଲି ମାଉସୀମାଆଙ୍କ ମୁଖ୍ୟ ପୂଜକ ବିଶ୍ୱନାଥ ପ୍ରକାଶ କରିଛନ୍ତି ।

0
0
0
s2sdefault