ହେଡଲାଇନସ୍:

ମାଟିର ଗୌରବ କାର୍ତ୍ତିକ - କହିଲେ "କଠିନ ପରିଶ୍ରମ, ଆତ୍ମବିଶ୍ବାସ ଏବଂ ଆତ୍ମସମୀକ୍ଷା ହିଁ ସଫଳତାର ମୂଳମନ୍ତ୍ର"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର ( ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଙ୍କ ଅନୁରୋଧ କ୍ରମେ ସୁବର୍ଣ୍ଣପୁର ମାଟିର ସୁଯୋଗ୍ୟ ସନ୍ତାନ କାର୍ତ୍ତିକ ପାଣିଗ୍ରାହୀ ,ସ୍ଥାନୀୟ ଜିଲ୍ଲା ପାଠାଗାରର ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ସଫଳ ହେବା ପାଇଁ ଆବଶ୍ୟକ ଉଦବୋଧନ ଦେଇଛନ୍ତି l କାର୍ତ୍ତିକ ପାଣିଗ୍ରାହୀ ଚଳିତ ବର୍ଷ ସର୍ବ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୬୩ ତମ ସ୍ଥାନ ଅଧିକାର କରି ରାଜ୍ୟରେ ପ୍ରଥମ ହେବାର ଗୌରବ ଅର୍ଜନ କରିଛନ୍ତି l

ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ନରୱେଣେ କାର୍ତ୍ତିକ ଙ୍କୁ ସୁବର୍ଣ୍ଣପୁର ଜିଲ୍ଲାର ଗୌରବ ବୋଲି ଅଭିହିତ କରି ତାଙ୍କ ଆଦର୍ଶରେ ନିଜକୁ ପ୍ରସ୍ତୁତ କରିବା ପାଇଁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ l ପାଠକ ମାନଙ୍କୁ ନିଜ ସଫଳତାର ଉଦାହରଣ ଦେଇ କାର୍ତ୍ତିକ କହିଲେ ଯେ ଦୃଢ଼ ଇଚ୍ଛାଶକ୍ତି, ଆତ୍ମବିଶ୍ୱାସ ସହ ନିରନ୍ତର କଠିନ ପରିଶ୍ରମ ଦ୍ଵାରା ଜଣେ ପ୍ରଶାସନିକ ସେବା ବା ଯେ କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଲେ ନିଶ୍ଚିତ ଭାବରେ ସଫଳତା ପାଇବ I ସୁବର୍ଣ୍ଣପୁରରେ ଏହିଭିଳି ଗୋଟିଏ ଉନ୍ନତ ମାନର ପାଠାଗାର ରେ ଶହଶହ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ଦେଖି ସେ ଖୁସି ବ୍ୟକ୍ତ କରିଥିଲେ l ଦିଲ୍ଲୀ କିମ୍ବା ଭୁବନେଶ୍ବର ନ ଯାଇ ଜଣେ ପିଲା ଏହିଠାରେ ପ୍ରସ୍ତୁତି କରି ମଧ୍ୟ ପ୍ରଶାସନିକ ପରୀକ୍ଷାରେ ସଫଳ ହୋଇ ପାରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ l

ଏହି ଅବସରରେ ସେ ପାଠକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଅତି ସୁନ୍ଦର ଭାବରେ ପ୍ରଦାନ କରି ତାଙ୍କର ମନୋବଳ ଦୃଢ଼ କରିଥିଲେ l ଏହି ଭଳି ଜଣେ ଆଦର୍ଶ ବ୍ୟକ୍ତିତ୍ୱଙ୍କୁ ପାଖରେ ପାଇ ଛାତ୍ର ଛାତ୍ରୀମାନେ ଖୁସିବ୍ୟକ୍ତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ଵିନି କୁମାର ଭୋଇ ,ଜିଲ୍ଲା ଗ୍ରନ୍ଥାଳୟର ଗ୍ରନ୍ଥାଗାରିକ ବିଦ୍ୟାପତି ପଣ୍ଡାଙ୍କ ସମେତ ବହୁ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ l

0
0
0
s2sdefault