ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଙ୍କ ନିର୍ଦେଶ କ୍ରମେ ଜିଲ୍ଲରେ ବାଲ୍ୟ ବିବାହ ଓ କିଶୋରୀ ମାତୃତ୍ୱ କୁ ବନ୍ଦ କରିବା ଉଦେଶ୍ୟରେ ଜିଲ୍ଲାପ୍ରଶାସନ ତରଫରୁ ଜ଼ିଲ୍ଲାର ପ୍ରତ୍ୟେକ ସ୍ତରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି l ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଯେଉଁ ଅଂଚଳରେ ପାଠ ଛାଡିଥିବା କିଶୋରୀ ବାଳିକା ଙ୍କ ସଂଖ୍ୟା ରେ ବୃଦ୍ଧି ହେଉଛି ସେହି ସ୍ଥାନ ଗୁଡିକରେ ବାଲ୍ୟ ବିବାହ ର ବିଶେଷ ସମ୍ଭାବନା କୁ ଦୃଷ୍ଟିରେ ରଖି ଜ଼ିଲ୍ଲା ପ୍ରଶାସନ ତରଫରୁ ସେହି ସମ୍ପୃକ୍ତ ଅଞ୍ଚଳ ଗୁଡିକ ଉପରେ ସ୍ୱତନ୍ତ୍ର ପଦକ୍ଷପ ନିଆଯାଉଛି l ଏହି ପରିପ୍ରେକ୍ଷୀରେ ଆଜି ସୋନପୁର ବ୍ଲକ ରେ ଥିବା ଶିଳ୍ପ ତାଲିମ କେନ୍ଦ୍ର , ହ୍ୱିକୁଡ଼ି ରେ କୁଶଳୀ ତାଲିମ ପାଇଁ ପାଠ ଛାଡିଥିବା କିଶୋରୀ ମାନଙ୍କୁ ପୁନଃ ଶିକ୍ଷା ଗ୍ରହଣ ନିମନ୍ତେ ପରାମର୍ଶ ଦିଆଯାଇଛି l ଏଥିରେ ଉଲୁଣ୍ଡା, ବୀରମହାରାଜପୁର, ପଞ୍ଚମହଲା ପ୍ରଭୁତି ବାଳିକା ଉଚ୍ଚ ବିଦ୍ୟାଳୟ ର କିଶୋରୀ ବାଳିକା ଓ ଶିଶୁ ଗୃହ ରୁ ସମୁଦାୟ ୨୨ କିଶୋରୀ ବାଳିକା ମାନେ ଭାଗ ନେଇଥିଲେ I ଜ଼ିଲ୍ଲା ପ୍ରଶାସନ ତରଫୁରୁ ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ ଏବଂ ବାଲ୍ୟ ବିବାହ ନିଷେଧ ଜ଼ିଲ୍ଲା ସଂଯୋଜକ ଆକ୍ସନାଇଡ଼ୁ ରାକେଶ ପ୍ରଧାନ , ପ୍ରାଧ୍ୟାପକ ଆଇ ଟି ଆଇ ସଳିତ କୁମାର ନାୟକ ପ୍ରମୁଖ ଯୋଗଦାନ କରିଥିବା ୨୨ କିଶୋରୀ ବାଳିକା ମାନଙ୍କୁ ଜିଲ୍ଲା ଶିଳ୍ପ କେନ୍ଦ୍ର ରେ କୁଶଳୀ ତାଲିମ ତଥା କେନ୍ଦ୍ରରେ ଅଧ୍ୟୟନ ର ବିଭିନ୍ନ ଲାଭ ଏବଂ ରହିଥିବା ଚାକିରି ସୁଯୋଗ ବିଷୟରେ ଅବଗତ କରାଇଥିଲେ |ପରାମର୍ଶ ପରେ ୨୨ ଜଣ କିଶୋରୀଙ୍କ ମଧ୍ୟରୁ ୧୮ ଜଣ କିଶୋରୀ ବାଳିକା ଶିଳ୍ପ କେନ୍ଦ୍ରରେ ନାମ ଲେଖାଇବା ପାଇଁ ରାଜି ହୋଇଛନ୍ତି l ଏଣୁ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ବିଭିନ୍ନ ବିଭାଗରେ ସେମାନଙ୍କୁ ତାଲିମ କେନ୍ଦ୍ରରେ ଭର୍ତ୍ତି କରାଯାଇ ତାଲିମ ପ୍ରଦାନ କରାଯିବ ଯଦ୍ୱାରା ସେମାନେ ପୁନଃ ଶିକ୍ଷା କ୍ଷେତ୍ରରେ ଯୋଡିହୋଇ ଆଗାମୀ ଦିନରେ ଜିଲ୍ଲାରେ ଜଣେ ଜଣେ ସଫଳ କୁଶଳୀ ଓ ଆତ୍ମନିର୍ଭରଶିଳl ଭାବେ ନିଜ ଗୋଡ଼ରେ ଛିଡ଼ାହୋଇ ପାରିବେ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି l
ରାଜ୍ୟ
ଜିଲ୍ଲାରେ ପାଠ ଛାଡିଥିବା କିଶୋରୀ ବାଳିକା ପୁନଃ ପଢିବେ ପାଠ
- Hits: 292