ବାଲେଶ୍ଵର ଖଇରା( ବୁଲୁ ଲେଙ୍କା): ଖଇରା ବ୍ଲକରେ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଟପର ହୋଇଥିବା ଛାତ୍ରୀଙ୍କୁଭେଟି ସମ୍ବର୍ଦ୍ଧନା କଲେ ଖଇରା ଅଞ୍ଚଳର ସମାଜସେବୀ ଇଂ ରାଜେଶ ମୋହାକୁଡ଼ ।ଚଳିତ ବର୍ଷ ଖଇରା ବ୍ଲକରେ ମୋଟ ୫୭ଟି ହାଇସ୍କୁଲରେ ୨୯୧୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୨୮୯୫ଜଣ କୃତକାର୍ଯ୍ୟ କରିଛନ୍ତି।ସେଥିମଧ୍ୟରୁ ଅନ୍ତରା ମହାତୀପୁର ବାଇଧର ପ୍ରସାଦ ସରକାରୀ ଉଚ୍ଚବିଦ୍ୟାଳୟର ଛାତ୍ରୀ ବର୍ଷା ମହାପାତ୍ର ୫୮୯ ମାର୍କ ରଖି ଖଇରା ବ୍ଲକରେ ସର୍ବୋଚ୍ଚ ନମ୍ବର ରଖି ଟପର ହୋଇଛନ୍ତି।ଆଜି ଖଇରା ଅଞ୍ଚଳର ଯୁବନେତା ତଥା ଯୁବ ସମାଜସେବୀ ରାଜେଶ ମୋହାକୁଡ଼ ବର୍ଷାଙ୍କ ଘରକୁ ଯାଇ ପୁଷ୍ପଗୁଛ ଏବଂ ଓତ୍ତରୀୟ ଦେଇ ସମ୍ୱର୍ଧିତ କରିଛନ୍ତି।ଯୁବ ସମାଜସେବୀଙ୍କ ଏହି ସମ୍ବର୍ଦ୍ଧନା ମୋତେ ଆଗକୁ ବଢିବାର ପ୍ରେରଣା ଯୋଗାଇବବୋଲି ବର୍ଷା ପ୍ରକାଶ କରିବା ସହିତ ସେ ବେଶ ଖୁସିଥିବା କହିଛନ୍ତି। ବର୍ଷା ଆଗକୁ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିବାବେଳେ ତାଙ୍କର ଏହି କୃତକାର୍ଯ୍ୟ ପାଇଁ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ବାପା ମାଙ୍କୁ ଶ୍ରେୟ ଦେଇଛନ୍ତି।ଝିଅ ବର୍ଷା ଖଇରା ଅଞ୍ଚଳରେ ସର୍ବୋଚ୍ଚ ନମ୍ବର ରଖି ଟପର ହୋଇଥିବାରୁ ତାଙ୍କ ବାପା ନଟବର ମହାପାତ୍ର ଏବଂ ମା ବିମଳିନୀ ମହାପାତ୍ର ବେଶ ଖୁସିଥିବା କହିଛନ୍ତି।
,
ରାଜ୍ୟ
ଖଇରା ବ୍ଳକରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ସମାଜସେବୀ ଇଂ ରାଜେଶ ମୋହାକୁଡ.
- Hits: 440