ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେଜଲ୍ଟ ବୁଧବାର ଦିନ ପ୍ରକାଶ ପାଇଛି। ଏଥିରେ ଗଜପତି ଜିଲ୍ଲାର ପାସ୍ ହାର ୯୦.୩୨% ପ୍ରତିଶତ ରହିଛି।
ଜିଲ୍ଲାର ୧୫୭ଟି ବିଦ୍ୟାଳୟରୁ ଚଳିତ ବର୍ଷ ୭୦୪୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ଯରୁ ୩୫୧୨ ଛାତ୍ର , ୩୪୮୯ ଜଣ ଛାତ୍ରୀ ମୋଟ ୭୦୦୧ ଜଣ ମାଟ୍ରିକରେ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଛନ୍ତି।
ପାରଳାଖେମୁଣ୍ଡିର ସରସ୍ୱତୀ ଶିଶୁ ମନ୍ଦିର ଛାତ୍ରୀ ମୀରା ପାଢ଼ୀ ସର୍ବାଧିକ ୫୮୦ ନମ୍ବର ରଖି ଗଜପତି ଜିଲ୍ଲାରେ ଟପ୍ପର ହୋଇଛନ୍ତି।
ସେଥିମଧ୍ୟରୁ ଜିଲ୍ଲାରେ ଏ-୧ ରେ ୭ ଜଣ , ଏ-୨ ରେ ୪୨୩ ଜଣ , ବି-୧ ରେ ୨୫୭୭ ଜଣ ବି-୨ ରେ ୨୬୩୫ ଜଣ , ସି ଗ୍ରେଡରେ ୧୦୩୩ ଜଣ , ଡ଼ି ଗ୍ରେଡରେ ୨୬୯ ଜଣ , ଇ ଗ୍ରେଡରେ ୫୭ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୪୭ ଫେଲ ହୋଇଛନ୍ତି ।
ସେହିପରି ପାରଳାଖେମୁଣ୍ଡିର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୯୦ ଜଣ ଛାତ୍ର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ ସେଥିମଧ୍ୟରୁ ୬ ଜଣ ଏ-୧ , ୨୮ ଜଣ ଏ-୨ , ୪୭ ଜଣ ବି-୧ , ୮ ଜଣ ବି-୨ ଓ ଜଣେ ସି ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସରସ୍ୱତୀ ଶିଶୁ ମନ୍ଦିର ଛାତ୍ରୀ ମୀରା ପାଢ଼ୀ ସର୍ବାଧିକ ୫୮୦ (୯୬.୬%) ଅଙ୍କ ରଖି ଗଜପତି ଜିଲ୍ଲାରେ ଟପ୍ପର ହୋଇଛନ୍ତି।
ରାଜ୍ୟ
ମାଟ୍ରିକ ପରୀକ୍ଷା ରେଜଲ୍ଟ : ମୀରା ପାଢ଼ୀ ଜିଲ୍ଲା ଟପ୍ପର
- Hits: 552