ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଓଡିଶା ସରକାରଙ୍କ ଓଡ଼ିଆଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଜଗତସିଂହପୁରର ଜିଲ୍ଲରେ ସାଂସ୍କୃତିକ ଦଳମାନଙ୍କର ଚୟନ ପ୍ରକ୍ରିୟା ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଆରମ୍ଭ ହୋଇଛି l ଏହି କାର୍ଯ୍ୟକ୍ରମ ଚଳିତ ମାସ ୬ ତାରିଖ ଠାରୁ ଆରମ୍ଭ ହୋଇ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ l ଏହି ଚୟନ ପ୍ରକ୍ରିୟା ର ୧ମ ଦିବସରେ ଜଗତସିଂହପୁର ଜିଲ୍ଲାର ପାଲା କଳାକାରମାନଙ୍କ ଦ୍ୱାରା ପାଲା ପରିବେଷଣ, ରାମନୀଳା ପ୍ରଦର୍ଶନ ଏବଂ ଯାଦୁକଳା ପ୍ରଦଶନ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ପ୍ରଦୀପ ପ୍ରଜ୍ବଳନ କରି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଜିଲ୍ଲା ସଂସ୍କୃତି ଅଧକାରୀ ଦିଲ୍ଲୀପ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ଅନୁଷ୍ଠିତ ହେଉଥିବା ଏହି ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମକୁ ସଂସ୍କୃତି ସଂଭାଗ ତରଫରୁ ବରିଷ୍ଠ ସହାୟିକା କବିତା ମୁର୍ମୁ ଓ ରାଧାମୋହନ ଜେନା ସହାୟତା କରିଥିଲେ l ଚୟନ ପ୍ରକ୍ରିୟାରେ ବିଚାରକ ଭାବେ ବରିଷ୍ଠ ସେବା ନିବୃତ୍ତ ଅଧ୍ୟାପକ ମହେନ୍ଦ୍ର କୁମାର ଚାନ୍ଦ ଏବଂ ଶିକ୍ଷାବିତ ଅଧ୍ୟାପକ ଭଗବାନ ଦାଶ ଉପସ୍ଥିତ ରହି ଚୟନ ପ୍ରକ୍ରିୟାକୁ ପରିଚାଳନା କରିଥିଲେ l ଆଦିର କାର୍ଯ୍ୟକ୍ରମରେ ୮ ଗୋଟି ପାଲା ପରିବେଷଣ ଦଳ, ଗୋଟିଏ ରାମନୀଳା ଦଳ ଏବଂ ଜଣେ ଯାଦୁଗର ତାଙ୍କର ଯାଦୁକଳା ପ୍ରଦର୍ଶନ କରିଥିଲେ l ରାଜ୍ୟ କଳା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସି.ଟି. ଏମ.ଏସ ୱେବ୍ସାଇଟରେ ଜିଲ୍ଲାର ୧୪୦ ସାଂସ୍କୃତିକ ଦଳ ପଞ୍ଜିକୃତ ହୋଇଛନ୍ତି l ଏହି ସାଂସ୍କୃତିକ ଦଳମାନଙ୍କୁ ଚୟନ କରାଯାଇ ରାଜ୍ୟ କଳା, ସଂସ୍କୃତି ଯୋଗକୁ ପ୍ରେରଣ କରାଯିବ l ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଏହି ଦଳ ମାନଙ୍କୁ ପ୍ରେରଣ କରାଯିବ ଏବଂ ସେମାନଙ୍କର ପାରିଶ୍ରମିକ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସରକାର ପ୍ରଦାନ କରିବେ l ଏହି କାର୍ଯ୍ୟକ୍ରମରେ ପାଲା ଗାୟକ, ପାଳିଆ, ରାମଲୀଳା ଦଳର କଳାକାରମାନେ ଉପସ୍ଥିତ ଥିଲେ l
ରାଜ୍ୟ
ଜିଲ୍ଲା ପ୍ରଶାସନ ତରଫରୁ ସାଂସ୍କୃତିକ ଦଳ ପରିଚାଳନା ଚୟନ ପ୍ରକ୍ରିୟା
- Hits: 371