ହେଡଲାଇନସ୍:

ନିମାଇଁ ଚରଣ ପଟ୍ଟନାୟକ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ସଭା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,/ସୁମନ୍ତ କୁମାର ଦାସଜଗତସିଂହପୁର ର ଗର୍ବ , ଗୈାରବ, ଜଗତସିଂହପୁର ସହର କୁ ଜମି ଦାନ ଦେଇଥିବା, ଓଡ଼ିଶାର ଜଣେ ପ୍ରସିଦ୍ଧ ଓକିଲ, ଜମିଦାର ପରିବାରରେ ଜନ୍ମ ହୋଇ ଗରୀବ ମେହନତି ମଣିଷ ପାଇଁ ସଂଗ୍ରାମ ରେ ସାମିଲ ହୋଇଥିବା , ଆମ ଗ୍ରହଣରୁ ୧୯୯୦ ମସିହା ଜୁନ ୨୯ ତାରିଖ ରେ ସବୁଦିନ ପାଇଁ ହଜି ଯାଇଥିବା ନିମାଇଁ ଚରଣ ପଟ୍ଟନାୟକ ( ଧଡୁ ବାବୁ ) ,ଯେ କି ଆଜିର ତାରିଖ ରେ ୧୯୨୮ ମସିହା ଜୁଲାଇ ମାସ ୬ ତାରିଖ ବାହୁଡ଼ା ଦଶମୀ ଦିନ ଜନ୍ମ ଗ୍ରହଣ କରିଥିଲେ ଏବଂ ୬୨ ବର୍ଷ ବୟସରେ ଆମକୁ ଛାଡ଼ି ଚାଲି ଯାଇଥିଲେ , ତାଙ୍କରି ସ୍ମୃତିରେ ଆଜି ଜୁଲାଇ ମାସ ୬ ତାରିଖ ବୁଧବାର ଜଗତସିଂହପୁର ସହର ରେ ନିମାଇଁ ଭବନ ରେ ଜଗତସିଂହପୁର ର ପ୍ରସିଦ୍ଧ ଲେଖିକା , ପୂର୍ବତନ ଶିକ୍ଷୟିତ୍ରୀ ଶ୍ରୀମତୀ ସୈ।ଭାଗିନୀ ରାୟ ଙ୍କ ଦ୍ଵାରା ଲିଖିତ ପୁସ୍ତକ " ଏ ମାଟିର ଦାନଵୀର " ପୁସ୍ତକ ଓଡ଼ିଶା ହାଇକୋର୍ଟ ର ପୂର୍ବତନ ବିଚାରପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ତ୍ରିପାଠୀ ଉନ୍ମୋଚନ କରିବେ । ଏହି ଉତ୍ସବ ରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି,ସମ୍ମାନଷ୍ପଦ ଲୋକ ପ୍ରତିନିଧି, ମାନନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି,ଜଗତସିଂହପୁର ଜିଲ୍ଲା ଓକିଲ ସଂଘ ର ସଭାପତି ଶ୍ରୀ ପ୍ରମୋଦ କୁମାର ସ୍ଵାଇଁ ପ୍ରମୁଖ ଯୋଗ ଦେଉଛନ୍ତି।

0
0
0
s2sdefault