ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ରାଇକିଆ ବ୍ଲକ ଅନ୍ତର୍ଗତ ଗୁଜାପାଙ୍ଗା ଗ୍ରାମର କୃଷ୍ଣଚନ୍ଦ୍ର ରଣା I ତାଙ୍କର ୫ ଟି ପୁଆ ଓ ଝିଅ I ଆର୍ଥିକ ଅନାଟନ ହେତୁ ୧୯୯୩ ମସିହାରେ ନିଜର ୩ ମାସର ଶିଶୁ କନ୍ୟାକୁ ଘୁ.ଉଦୟଗିରି ସୁଭଦ୍ରା ମହତାବ ଆଶ୍ରମ ଠାରେ ଛାଡ଼ିଥିଲେ I କିଛି ଦିନ ପର୍ଯ୍ୟନ୍ତ ମାମିନାଙ୍କ ସମ୍ପର୍କରେ ରହି ଥିଲେ ପରିବାର ଲୋକ I ତାପରେ ପରିବାର ଲୋକଙ୍କ ସହ ମାମିନାର ସମ୍ପର୍କ ଛିନ୍ନ ହୋଇ ଥିଲା I ପରିବାର ଲୋକ ମାମିନାଙ୍କ କୌଣସି ଖୋଜ ଖବର ପାଇନ ଥିଲେ I ହେଲେ ଦୀର୍ଘ ୨୯ ବର୍ଷ ପରେ ମାମିନା ନିଜ ପରିଚୟ, ପରିବାର ଓ ଜନ୍ମମାଟିର ପରିଚୟ ପାଇବାରେ ସଫଳ ହୋଇଛି I ସେହି ଜନ୍ମମାଟି ଓ ପରିବାରର ସ୍ନେହ ଓ ଶ୍ରଦ୍ଧା ନିଜ ଜନ୍ମମାଟିକୁ ଟାଣିଆଣିଛି I ସେହି ୩ ମାସର ଶିଶୁକନ୍ୟା ମାମିନା ରାଣା ଆଜି ୩୦ ବର୍ଷ ବୟସରେ ନିଜ ମାତୃଭୂମିକୁ ଓ ପରିବାରକୁ ଫେରିଛନ୍ତି I ବହୁ ପୂର୍ବେ ୟୁକେ ବେଲଜିୟମ ଦମ୍ପତି ଏହି ଶିଶୁକନ୍ୟାକୁ ପୋଷ୍ୟା କନ୍ୟା ରୁପେ ସରକାରୀ ନିୟମ ଅନୁସାରେ ଗ୍ରହଣ କରିଥିଲେ I କିନ୍ତୁ କିଛି ବର୍ଷ ପରେ ସେହି ଝିଅ କମ୍ବୋଡିଆ ବୁଲିଯାଇଥିବା ବେଳେ ସେଠାକାର ଅଂଗ୍ଲୋ ଇଣ୍ଡିଆନମାନେ ମାମିନାକୁ ପ୍ରଶ୍ନ କରିଥିଲେ କି ତୁମେ କଣ ଅଂଗ୍ଲୋ ଇଣ୍ଡିଆନ କି?ଏହି ପ୍ରଶ୍ନ ମାମିନାକୁ ଜନ୍ମ ମାଟିକୁ ମନେ ପକେଇବା ପାଇଁ ବାଧ୍ୟ କରିଥିଲା I ଶେଷରେ ମାମିନା ନିଜର ପରିଚୟ ଖୋଜିବା ପାଇଁ ଆରମ୍ଭ କରି ଥିଲେ I ତାପରେ ସେ ନିଜ ପାଳିତ ବାପା ମାଁ ଙ୍କୁ ନିଜ ବିଷୟରେ ପଚାରିଥିଲେ I ସେ ଜଣେ ଭାରତୀୟ ତାଙ୍କୁ ପୋଷ୍ୟା କନ୍ୟା ରୂପେ ବେଲଜିୟମର ପରିବାର ଲାଳନ ପାଳନ କରି ଥିବା ଜାଣି ବାକୁ ପାଇ ଥିଲା ମାମିନା I ଏହି ସମୟରେ ବେଲଜିୟମର ଜଣେ ବ୍ୟକ୍ତି ତାଙ୍କର ଜନ୍ମ ସମ୍ପର୍କିତ ଦସ୍ତାବିଜ ମାମିନାକୁ ପ୍ରଦାନ କରିଥିଲେ I ଏହା ପାଇବା ପରେ ଅଞ୍ଜଳି ପାୱାର ନାମକ ଜଣେ ପୁନେର ମହିଳା ଆଇନ ଜୀବିଙ୍କ ସଂସ୍ଥା ସହ ସମ୍ପର୍କରେ ଆସିଥିଲେ ମାମିନା I ଶେଷରେ ମାମିନା ସେହି ସଂସ୍ଥାର ସହାୟତାରେ ନିଜ ଜନ୍ମମାଟି ନିଜ ସ୍ୱାମୀଙ୍କ ସହ ଦୀର୍ଘ ୨୯ ବର୍ଷ ପରେ ଆସି ପହଂଚି ଛନ୍ତି I ବର୍ତମାନ ସେ ଜଣେ ଉଚ୍ଚ ଶିକ୍ଷିତମହିଳା ଓ ବିବାହିତା ବେଲଜିୟମ ନାଗରିକ I ନିଜ ପରିବାରକୁ ପାଖରେ ପାଇ ମାମିନା ବହୁତ୍ ଖୁସି ଅନୁଭବ କରୁଥିବା ପ୍ରକାଶ କରିବା ସହ ଏହି ଅଞ୍ଚଳ ମୋ ଜନ୍ମଭୂମି ଓ ଭାରତ ମୋ ଦେଶ ବୋଲି ଗର୍ବର ସହ କହିବା ବେଳେ ଭାବୋ ବିହ୍ୱୋଳ ହୋଇଥିବା ଦେଖିବାକୁ ମିଳିଛି I ମାନିଆଙ୍କ ଭଉଣୀ ଓ ବାପ ଆଜି ଘୁ. ଉଦୟଗିରି ଠାରେ ଦୀର୍ଘ ସମୟ ଧରି ଚାତକ ପରି ଆସିବା ବାଟକୁ ଅନେଇ ବସିଥିଲେ I ସେହି ତିନି ମାସର ଶିଶୁ କନ୍ୟା ମାମିନା କେତେ ବେଳେ ପହଞ୍ଚିବ I ଘୁ. ଉଦୟଗିରିରେ ମାମିନା ପହଞ୍ଚିବା ପରେ ପରିବାର ଲୋକ ଦେଖି ବିହ୍ୱୋଳ ହୋଇ ଥିଲେ I
ରାଜ୍ୟ
ସାତଦରିଆ ପାର ହୋଇ ୨୯ ବର୍ଷ ପରେ ଜନ୍ମ ମାଟିରେ ପହଞ୍ଚିଲେ ମାମିନା ରାଣା
- Hits: 716