ହେଡଲାଇନସ୍:

ଗୁଦେରପାଲି ହାଇସ୍କୁଲ ରେ ବନମହୋତ୍ସବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଦେରପାଲି- ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ହାଇସ୍କୁଲ ର ବରିଷ୍ଠ ଶିକ୍ଷକ ଚନ୍ଦ୍ରମଣି ସାହୁ ଙ୍କ ଅଧ୍ୟକ୍ଷତାରେ ୭୩ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ରାମଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଘେଁସ ବନାଞ୍ଚଳ ର ବନପାଲ ରମେଶ ଚନ୍ଦ୍ର ପ୍ରଧାନ ଓ ବନରକ୍ଷୀ କୁଞ୍ଜଳତା ସତପଥି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ବେଳେ,ବନପାଳ ରାଜେନ୍ଦ୍ର ସିଂ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ଚାରା ରୋପଣ ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏହି ବିଦ୍ୟାଳୟଟି ସୁନ୍ଦର ପରିବେଶ ପାଇଁ ୨୦୦୯ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଖରୁ ପ୍ରକୃତିମିତ୍ର ପୁରସ୍କାର ପାଇଥିଲା।ପଣସ,ଦେବଦାରୁ,ଅଁଳା,ସାଗୁଆନ ଆଦି ଏକଶହ ଚାରା ରୋପଣ କରାଯାଇଥିଲା।ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଲଗାଯାଇଥିବା ସମସ୍ତ ବୃକ୍ଷକୁ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇ ଦେବା ପାଇଁ ଶପଥ ପାଠ କରିଥିଲେ। ଏଥିରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ କର୍ମଚାରୀ ଙ୍କ ସହ ପରିଚାଳନା କମିଟି ର ସଦସ୍ୟ ମାନେ ଉପସ୍ଥିତ ଥିଲେ।

0
0
0
s2sdefault