ହେଡଲାଇନସ୍:

ମଲାଇଖମନ ଜଙ୍ଗଲରେ ବନ ମହୋତ୍ସବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମେଲଛାମୁଣ୍ଡା(ମନୋଜ ଭୋଇ)-ଘେଁସ ରେଂଜ ଅଧିନସ୍ଥ କେଲେଣ୍ଡା ମଲାଇଖମନ ସଂରକ୍ଷିତ ଜଙ୍ଗଳରେ ବନ ବିଭାଗ ତରଫରୁ ରେଂଜର ଗଜେନ୍ଦ୍ର ଏଣ୍ଡଜାଙ୍କ ନେତୃତ୍ୱରେ ୭୩ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ବନ ସୁରକ୍ଷା ସମିତି ସଭାପତୀ ଜିତେନ୍ଦ୍ର ପଧାନ, ସ୍ଥାନୀୟ ସରପଂଚ ସୁମତୀ ବୁଡେକ, ଓାଡସଭ୍ୟା କିଶୋରୀ ଧରୁଆ, ଅବସରପ୍ରାପ୍ତ ଶିକ୍ଷକ ସଂଜୀବ ଭୋଇ ଓ କିଶୋର ଚନ୍ଦ୍ର ପଧାନ, ଆମ ଜଙ୍ଗଲ ଯୋଜନାର ଦଳପତୀ ନବ କିଶୋର ପଧାନ ପ୍ରମଖ ଆମନ୍ତ୍ରୀତ ଅତିଥି ଭାବେ ଯୋଗ ଦେଇ ବନ ମହୋତ୍ସବର ଉଦେଶ୍ୟ ଓ ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ । ପ୍ରଥମ ଦିନରେ ୧୦୦୦ ଚାରା ରୋପଣ କରାଯାଇଥିଲା । ବନପାଳ ରାଜେନ୍ଦ୍ର କୁମାର ସିଂ, ବନରକ୍ଷୀ କିଶୋର କୁମାର ସେଠୀ, ବନରକ୍ଷୀ ଅନୁକମ୍ଫା ଭୁଏ ପ୍ରମୁଖ କର୍ମଚାରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ସବୁକୁ ସ୍କାଡ ବୟ ସହଯୋଗ କରିଥିଲେ । ଶେଷରେ କାର୍ଯ୍ୟକ୍ରମର ଆୟୋଜକ ବନପାଳ ରାଜେନ୍ଦ୍ର କୁମାର ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault