ହେଡଲାଇନସ୍:

ଗାନ୍ଧୀ ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର(ପ୍ରକାଶ କୁମାର ହାତୀ): ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ଓ ଯୁବସେବା ବିଭାଗ ତରଫରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆଜି ଜିଲ୍ଲାପାଳ ସୁବର୍ଣ୍ଣପୁର ଅବୋଲୀ ସୁନିଲ ନରୱଣେ ଙ୍କ କରକମଳରେ ଉଦଘାଟିତ ହୋଇଯାଇଛି l କାର୍ଯ୍ୟକ୍ରମ ଉଦଘାଟନ ଅବସରରେ ଆରକ୍ଷୀ ଅଧିକ୍ଷକ ସୁବର୍ଣ୍ଣପୁର ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସୂର୍ଯ୍ୟନାରାୟଣ ଦାଶ, ଅତିରିକ୍ତ ଜିଲ୍ଲାପାଳ ନିଶିପୁନମ ମିଞ୍ଜ ପ୍ରମୁଖ ଉପସ୍ଥିତ ରହି କ୍ରୀଡ଼ାବିତ ଙ୍କୁ ଉତ୍ସାହିତ କରିବା ସହିତ ଏହାଦ୍ୱାରା ଲୁକାୟିତ କ୍ରୀଡା ପ୍ରତିଭା ଲୋକ ଲୋଚନ କୁ ଆସିବା ସହ ଯୋଗ୍ୟ ଓ ସଫଳ କ୍ରୀଡା ପ୍ରତିଭା ଙ୍କ ଉଜ୍ବଳ ଭବିଷ୍ୟତ ନିମନ୍ତେ ଏହା ବିଶେଷ ସୁଯୋଗ ବୋଲି ଗୁରୁତ୍ୱାରୋପ କରିଛନ୍ତି l ଜିଲ୍ଲା କ୍ରୀଡା ଅଧିକାରୀ ସୁବର୍ଣ୍ଣପୁର ଅଭିଳାଷ ପୁରୋହିତ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ରେ ଆଜି ସୋନପୁର, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ବରଗଡ଼, ନୂଆପଡା ପ୍ରଭୁତି 0୭ ଟି ଜିଲ୍ଲାର 0୯ ରୁ ୧୫ ବର୍ଷ ମଧ୍ୟରେ ସମୁଦାୟ ଯୋଗ୍ୟ ୮୩ ଜଣଙ୍କ ମଧ୍ୟରୁ ଆଜି କେବଳ ୫0 ଜଣ କ୍ରୀଡାପ୍ରତିଭାଗୀ ଅଂଶଗ୍ରହଣ କରି ସେମାନଙ୍କ କ୍ରୀଡା ନୈପୁଣ୍ୟତାର ପ୍ରଦର୍ଶନ କରିଛନ୍ତି l କ୍ରୀଡା ପ୍ରତିଭା ଅନ୍ୱେଷଣ କୁ ସ୍ୱଚ୍ଛ, ବ୍ୟବସ୍ଥିତ ଓ ସଠିକ ଭାବରେ ପରିଚାଳନା କରିବା ନିମନ୍ତେ ଜିଲ୍ଲା ଖେଳ ଶିକ୍ଷା ନିରୀକ୍ଷକ ଶ୍ରୀ ଦୁର୍ୟୋଧନ ରାଉତ ଙ୍କ ନେତୃତ୍ୱ ରେ ଜିଲ୍ଲାର ପ୍ରତିଭା ସମ୍ପନ୍ନ ଖେଳ ଶିକ୍ଷକ ସତ୍ୟନାରାୟଣ ତ୍ରିପାଠୀ, ରଘୁନାଥ ଥେନାପତି, ପଦ୍ମିନୀ ସାହୁ, ସନ୍ଧ୍ୟାରାଣୀ ଖେତୀ, ଶ୍ୟାମସୁନ୍ଦର ନାୟକ, ସଞ୍ଜୟ କୁମାର ସାହୁ, ମହମ୍ମଦ କଲିମ ଙ୍କୁ ନିୟୋଜିତ କରାଯାଇଛି l ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ଜିଲ୍ଲାରେ ଲୁଚିରହିଥିବା କ୍ରୀଡା ପ୍ରତିଭାମାନଙ୍କୁ ଲୋକଲୋଚନ କୁ ଆଣିବା ସହିତ ସେମାନଙ୍କୁ ସେମାନଙ୍କ ପ୍ରିୟ କ୍ରୀଡା ରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବା ନିମନ୍ତେ ଏକ ନିଶ୍ଚିତ ଭିତିଭୂମି ପ୍ରଦାନ କରି ଆଗାମୀ ଦିନରେ ଏକ ଶ୍ରେଷ୍ଠ କ୍ରୀଡ଼ାବିତ ଭାବେ ପରିଚିତ କରିବା ଲକ୍ଷ୍ୟ ରହିଥିବା ଜିଲ୍ଲା କ୍ରୀଡା ଅଧିକାରୀ ପୁରୋହିତ ପ୍ରକାଶ କରିଛନ୍ତି l ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ ରେ ଯୋଗ୍ୟ ବିବେଚିତ କ୍ରୀଡ଼ାବିତ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ l ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଏହି ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ଦୁଇଦିନିଆ | କ୍ରୀଡା ପରିଚାଳନା କୁ ସୁବ୍ୟବସ୍ଥିତ କରିବାରେ ଇନଫିନାଇଟି ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ l

0
0
0
s2sdefault