ଭୁବନେଶ୍ୱର : କ୍ରେଡାଇ ଭୁବନେଶ୍ୱର ଫାଉଣ୍ଡେସନ୍ ୨୦୨୨-୨୦୨୩ ନିମନ୍ତେ ନବନିର୍ବାଚିତ ସଦସ୍ୟଙ୍କୁ ଚୟନ କରଯାଇଛି । ଏହି ଫାଉଣ୍ଡେସନ୍ର ସଭାପତି ଭାବେ ପ୍ରଦୀପ୍ତ କୁମାର ବିଶ୍ୱାସରାୟ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ଇଂ ଉମେଶ୍ ପଟ୍ଟନାୟକ ଭାବେ ଦାୟିତ୍ୱ ବହନ କରିଛନ୍ତି । ତତ୍ ସହିତ ଅନ୍ୟ ନୂତନ ନିର୍ବାଚିତ ସଦସ୍ୟମାନଙ୍କ ମଧ୍ୟରେ ଉପସଭାପତି ସୂର୍ଯ୍ୟକାନ୍ତ ନନ୍ଦ ଏବଂ ପାର୍ଥଜୀତ୍ ପଟ୍ଟନାୟକ, ଯୁଗ୍ମସମ୍ପାଦକ ଜିତେନ୍ଦ୍ର କୁମାର ପାତ୍ର, ଏବଂ ସତ୍ୟଜ୍ୟୋତି ମହାନ୍ତି ଏବଂ ସିଦ୍ଧାର୍ଥ ଶେଖର ମହାପାତ୍ର କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଅପ୍ରତିଦ୍ୱନ୍ଦୀଭାବେ ସମସ୍ତ ସଦସ୍ୟ ନିର୍ବାଚିତ ହୋଇଛନ୍ତି ।