ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ପିଡ଼ିଏସ ସାମଗ୍ରୀ ବଣ୍ଟନ କରୁଥିବା ସରକାରୀ ଡିଲର ସଂଘ ତରଫରୁ ଏକ ଶାନ୍ତି ପୂର୍ଣ୍ଣ ବିକ୍ଷୋପ ପ୍ରଦର୍ଶ କରାଯାଇଛି । ସମସ୍ତ ସରକାରୀ କୁଚୁରା ବିକ୍ରୟ କେନ୍ଦ୍ରର ଡିଲର ମାନେ ଏକତ୍ର ହୋଇ ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନ ଙ୍କୁ ସେମାନଙ୍କ ସମସ୍ୟା ଭିତ୍ତିକ ଏକ ଦାବୀପତ୍ର ଦେବା ଉଦେଶ୍ୟରେ ବ୍ଲକ ଛକ ନିକଟରେ ଧାରଣା ପ୍ରଦର୍ଶନ କରିଥିଲେ । ପରେ ପରେ ସେମାନେ ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ବିଶେଷ ସୂତ୍ରରୁ ପ୍ରକାଶ ଯେ କରୋନା କଟକଣା ସମୟରେ ସେମାନେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଠାରୁ ଆରମ୍ଭ କରି, ସାଧାରଣ ଖାଉଟିଙ୍କ ପାଇଁ ମାଗଣା ରାସନ ବଣ୍ଟନ, ଏପରିକି ସ୍କୁଲ ପିଲା ମାନଙ୍କ ପାଇଁ ମଧ୍ୟ ଆବଶ୍ୟକୀୟ ସାମଗ୍ରୀ ଯୋଗଗାଇ ଦେଇଛନ୍ତି, ହେଲେ ସେମାନଙ୍କୁ ଏପର୍ଯ୍ୟନ୍ତ କୌଣସି ପାରିଶ୍ରମିକ ମିଳି ନାହିଁ । ସେହିପରି କରୋନା ସମୟରେ ଜୀବନକୁ ବାଜି ଲଗେଇ ଲୋକଙ୍କୁ ସୁବିଧାରେ ସାମଗ୍ରୀ ଘରପାଖରେ ପହଞ୍ଚାଇ ମଧ୍ୟ ସରକାରଙ୍କ ଦୃଷ୍ଟି ସେମାନଙ୍କ ଆଡକୁ ପଡ଼ିନାହିଁ ବୋଲି ଅଧିକାଂଶ ଡିଲର କ୍ଷ୍ୟୋଭ ପ୍ରକାଶ କରିଥିଲେ । ଏପରିକି ମେସିନ ଖରାପହେଲେ ଡିଲର ନିଜେ ସଜାଡୁଛି ସରକାର କିମ୍ବା ବିଭାଗ କୌଣସି ଦାଇତ୍ୱ ନେଉନାହାନ୍ତି କିମ୍ବା ଜୀବନକୁ ପାଣି ଛଡେଇ କରୋନା ସମୟରେ ନିଜକୁ ଲୋକଙ୍କ ସେବାରେ ଲଗାଇ ପ୍ରାଣ ହରାଇଥିବା କୌଣସି ଡ଼ିଲରଙ୍କ ପରିବାରକୁ ନିଯୁକ୍ତି ସରକାର ଦେଇନାହାନ୍ତି । ଡିଲର ମହାସଂଘ ର ଡ଼ାକରାରେ ଆଜି ଅନେକ ସ୍ତାନରେ ସମସ୍ତେ ଏକାଠି ହେବା ସହିତ ଶାନ୍ତିପୂର୍ଣ୍ଣ ଭାବେ ଦାବି ପ୍ରଦାନ କରିଛନ୍ତି । ନିଶ୍ଚିନ୍ତକୋଇଲି ବ୍ଲକ ଡିଲର ସଂଘର ସଭାପତି ଅମୀୟ ଦାସଙ୍କ ନେତୃତ୍ୱରେ ବିଜୟ ସାହୁ, ପ୍ରଫୁଲ୍ଲ ପ୍ରଧାନ, ପ୍ରଦୀପ୍ତ ଦାସ, ଜଗନ୍ନାଥ ସ୍ୱାଇଁ ଓ ଗଗନ ମହାନ୍ତିଙ୍କ ସମେତ ଅନେକ ଡିଲର ବନ୍ଧୁମାନେ ଏଥିରେ ସାମିଲ ହୋଇଥିଲେ । ତେବେ ସରକାରଙ୍କ ପକ୍ଷରୁ ଡିଲରମାନଙ୍କ ସମସ୍ୟାକୁ ଗୁରୁତର ସହ ନେବା ସହିତ ସମୁଚିତ ପଦକ୍ଷେପ ନେବା ପାଇଁ ସମସ୍ତ ଡିଲର ଭାଇମାନେ ଦୃଢ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ଡ଼ିଲରମାନଙ୍କ ମଧ୍ୟରେ କୁହୁଳିଥିବା ନିଆଁ ଗଣ ଆନ୍ଦୋଳନର ରୂପ ନେବାର ସମ୍ଭାବନା ଉପୁଜିବାର ବୋଲି ବହୁ ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହୋଇଛି ।
ରାଜ୍ୟ
ଡିଲର ସଙ୍ଘ ତରଫରୁ ବିଡ଼ିଓଙ୍କ ମାଧ୍ୟମରେ ସରକାରଙ୍କୁ ସାତଦଫା ଦାବି ପତ୍ର ପ୍ରଦାନ ।
- Hits: 636