ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ)-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କେଣ୍ଟ।ଳ ପଞ୍ଚାୟତ ଅଫିସ ରେ, ଦୈନିକ ଓଡ଼ିଆ ଖବର କାଗଜ ସମାଜର ପ୍ରାଣ ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ସ୍ମୃତି ଉଦେଶ୍ୟରେ କଟକ ସମାଜ କାର୍ଯ୍ୟାଳୟ ତରଫରୁ ସେବା ଓ ସେବକ ସପ୍ତାହ ପାଳନ ହୋଇଯାଇଛି । ସେହି ମହାନ ସେବକ ଙ୍କ ସ୍ମୃତିରେ ଏକ ଦାତବ୍ୟ ଚକ୍ଷୁ ଚିକିତ୍ସା ଶିବିର ସ୍ଥାନୀୟ ସମାଜ ପ୍ରତିନିଧି ସୁରେନ୍ଦ୍ର ନାଥ ରାଉତ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ବ ବଧାନରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡା ର "ଭୂମିକା" ନାମକ ଏକ ଚକ୍ଷୁ ଚିକିତ୍ସାଳୟ ର ଚିକିତ୍ସକ ମାନଙ୍କ ଦ୍ବାରା ପ୍ରାୟ ୨୫ ଜଣ ରୁ ଉର୍ଦ୍ଧ ରୋଗୀ ଙ୍କ ଚକ୍ଷ୍ୟୁ ପରୀକ୍ଷା କରାଯାଇଛି ଓ ସେମାନଂକୁ ଆବଶ୍ୟକୀୟ ଔଷଧ ଯୋଗାଇ ଦିଆଯାଇଛି । ଏହି ମହତ ସେବା କାର୍ଯ୍ୟକୁ ରଘୁନାଥ ଜୀଉ ମନ୍ଦିରର ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାହୁ ଉଦ୍ଘାଟନ କରିଥିଲେ ଓ ମୁଖ୍ୟ ଅତିଥି ଭାବେ ସରପଞ୍ଚ ତୃପ୍ତିରେଖା ନାୟକ ଯୋଗଦେଇ ଶିବିରାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ । ସମାଜ କାର୍ଯ୍ୟାଳୟ ତରଫରୁ ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ରାଉତ ମାଧ୍ୟମରେ ଏଭଳି ଏକ ମହତ ସେବା କାର୍ଯ୍ୟକୁ ସାଧାରଣ ଲୋକେ ପସନ୍ଦ କରିବା ସହିତ ଅନେକ ବୁଦ୍ଧିଜୀବି ସମାଜ କାର୍ଯ୍ୟାଳୟ ଓ ଶ୍ରୀଯୁକ୍ତ ରାଉତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ରାଜ୍ୟ
ପୁଣ୍ୟାତ୍ମା ଉକତ୍କଳମଣି ଗୋପବନ୍ଧୁ ଦାସ ଙ୍କ ୯୪ତମ ପୂଣ୍ୟତିଥିରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ।
- Hits: 243