ହେଡଲାଇନସ୍:

ଛତୁଆ ଯୋଗାଣରେ ଦୁର୍ନୀତି: ଅଭିଯୋଗ କଲେ ହେଉଛି ମାରଣାନ୍ତକ ଆକ୍ରମଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମେଲଛାମୁଣ୍ଡା(ଶାସକ ପ୍ରଶାସକ)-ଶିଶୁ ଏବଂ ଗର୍ଭବତୀ ମହିଳାଙ୍କୁ ସରକାର ପୃଷ୍ଟିକର ଖାଦ୍ୟ ହିସାବରେ ଛତୁଆ, ସୁଜି ହଳୁଆ, ଚିନା ବାଦାମ ଲଡୁ ଆଦି ଖାଦ୍ୟ ଏସଏଚଜି ଜରିଆରେ ପ୍ରସ୍ତୁତ କରି ଯୋଗାଇ ଦେଉଛନ୍ତି । ଏଥିପାଇଁ ସରକାର ଅପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରୁଛନ୍ତି । ଛତୁଆର ମାନ ଏବଂ ଓଜନ ଠିକ ରଖିବା ପାଇଁ ସିଡିପିଓଙ୍କ ଜରିଆରେ ଏକ ତଦାରଖ କମିଟି ମଧ୍ୟ ତିଆରି କରିଛନ୍ତି । ତଦାରଖ କମିଟିର ଉପସ୍ଥିତିରେ ଏସଏଚଜି ଗୋଷ୍ଠି ଛତୁଆ ପ୍ରସ୍ତୁତ ତଥା ପେକିଙ୍ଗ କରି ବିଭିନ୍ନ ଅଙ୍ଗନଓାଡି କେନ୍ଦ୍ର ମାନଙ୍କୁ ବିତରଣ କରିବାର ବ୍ୟବସ୍ଥା ଅଛି । ଏତେ ସବୁ ସୁବ୍ୟବସ୍ଥା ଥିବା ସତ୍ୱେ ବରଗଡ ଜିଲ୍ଳା ସମଗ୍ର ଗାଇସିଲେଟ ବ୍ଳକକୁ ଛତୁଆ ପ୍ରସ୍ତୁତି ଏବଂ ଯୋଗାଣର ଦାୟୀତ୍ୱ ନେଇଥିବା ମଲମଣ୍ଡା ଗ୍ରାମର ଶ୍ରୀ ମା ଏସଏଚଜି ଦିନ ଦିପହରରେ ସାରା ବ୍ଳକର ହିତାଧିକାରୀଙ୍କୁ କଳା କନା ବୋଲି ଦେବା ଭଳି ଗୁରୁତର ଅଭିଯୋଗ ହୋଇଛି ଗାଇସିଲେଟ ବିଡିଓଙ୍କ ପାଖରେ । ସବୁଠୁ ବିଡମ୍ବନାର ବିଷୟ ଏହି ଯେ ଏସଏଚଜି ଗୋଷ୍ଠିର ଠକାମୀକୁ ପ୍ରଥମେ ଅଭିଯୋଗ କରିଥିବା ମଲମଣ୍ଡା ଗ୍ରାମର ସ୍କୁଲ ଚେୟାରମେନ କୁଂଜବନ ସାହୁଙ୍କୁ ଏସଏଚଜି ଗୋଷ୍ଠି ଅଢୁଆଳରେ ଛତୁଆରେ ଦୁର୍ନୀତିର ମଂଜି ବୁଣୁଥିବା ମୁଷ୍ଟିମେୟ ବ୍ୟକ୍ତି ବିଶେଷଙ୍କ ମାରଣାନ୍ତକ ଆକ୍ରମଣର ଶିକାର ହେବାକୁ ପଡିଛି । ଛତୁଆ ପ୍ରସ୍ତୁତିରେ ଗୋଟିଏ ପଟେ ନିମ୍ନ ମାନର ଥିବା ବେଳେ ଅନ୍ୟ ପଟରେ ପ୍ରତେକ ପ୍ୟାକେଟରେ ଅଧ କେଜିରୁ କେଜିଏ ପର୍ଯ୍ୟନ୍ତ କମ ଥିବା ବିଷୟ ସିଡିପିଓ ଏବଂ ତାଙ୍କ ତଦାରଖ କମିଟିର ଭୁମିକାକୁ ନେଇ ବିଦ୍ଧିଜୀବି ମହଳରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରାପ୍ତସୂଚନାନୂସାରେ ମଲମଣ୍ଡା ଗ୍ରାମର ୨ ନମ୍ବର ଅଙ୍ଗନଓାଡି କେନ୍ଦ୍ରରେ କମିଟିର ଏକ ବୈଠକ ଚାଲିଥିଲା । ସେହି ସମୟରେ ଛତୁଆ ଯୋଗାଣ ଗାଡି ପହଂଚି ଛତୁଆ ବଂଟନ କରିଥିଲା । ଛତୁଆ ପ୍ୟାକେଟ ସବୁ ନିର୍ଦ୍ଧାରିତ ଓଜନଠାରୁ କମ ଓଜନର ଥିବା ଅନୁମାନ କରି କମିଟିର କର୍ମକର୍ତାଗଣ ସମସ୍ତ ପ୍ୟାକେଟକୁ ଓଜନ କରିବାରୁ ପ୍ରତ୍ୟେକ ପ୍ୟାକେଟରେ କମ ଓଜନର ଛତୁଆ, ସୁଜି ଓ ବାଦାମ ଲଡୁ ବାହାରିଥିଲା । ପ୍ୟାକେଟ ସବୁକୁ କମିଟି କର୍ମକର୍ତା ଜବତ କରି ଅଙ୍ଗନଓାଡି କେନ୍ଦ୍ରରେ ଜମାରଖି ଗାଇସିଲେଟ ବିଡିଓଙ୍କ ପାଖରେ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ ସହ ଦୋଷୀ ଏସଏଚଜି ଏବଂ ତଦାରଖ କମିଟି ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନ ନେଲେ ଅଙ୍ଗନଓାଡି ପରିଚାଲନା କମିଟି, ବିଭିନ୍ନ ଏସଏଚଜି ଗୋଷ୍ଠି ଏବଂ ଗ୍ରାମର ସଚେତନ ନାଗରିକ ଆଗକୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ ପାଇଁ ଚେତାବନୀ ଦେଇଛନ୍ତି । ଏ ସଂପର୍କରେ ଗାଇସିଲେଟ ବିଡିଓ, ସିଡିପିଓ ଏବଂ ସଂପୃକ୍ତ ଏସଏଚଜି ଗୋଷ୍ଠିର ମତାମତ ଲୋଡାଯାଇଥିଲେ ମଧ୍ୟ ସମ୍ଭବ ହୋଇନାହିଁ ।

0
0
0
s2sdefault