ହେଡଲାଇନସ୍:

ମା ଭଗବତୀ କଳା ନିକେତନର ସପ୍ତମ ବାର୍ଷିକୋତ୍ସବ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

 "କଳା ସଂକୃତିକୁ ବଜାଇ ରଖିଵ ଏ ଉତ୍ସବ"

ଖୋର୍ଦ୍ଧା (ସେକ କୌଶର )-ଜିଲ୍ଲା ବାଣପୁର ପଲଟନ ପଡିଆରେ ଆଜି ମା ଭଗବତୀ କଳା ନିକେତନ ସପ୍ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତିତ୍ୱ ସୁକାନ୍ତ କୁମାର ବିଶ୍ୱାଳ ପୌରହିତ୍ୟରେ ମୁଖ୍ୟ ଅତିଥି ଭାବେ. ସେଣ୍ଟ ଜନ ଆମ୍ବୁଲାନ୍ସର ସେକ୍ରେଟାରୀ କମ କମିଶନର ଡକ୍ଟର ସନତ କୁମାର ପଟନାୟକ. ଏଭଂ ଉପମୁଖ୍ୟ ଅତିଥି ଭାବେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ , ରାଜ୍ୟଧକ୍ଷ ସଂସ୍କୃତି ଓ କଳା ପରିଷଦ ଲକ୍ଷ୍ମୀଧର ସାହୁ ଯୋଗ ଦେଇ ଦୀପ ପ୍ରଜ୍ବଳନ କରିବା ଆଜିର ଦିନରେ ଲୁପ୍ତ ପାଇଯାଉଥିବା କଳା, ସଂସ୍କୃତିକୁ ବଜାୟ ରଖିବା ଦିଗରେ ଅନୁଷ୍ଠାନ ପ୍ରେରଣାର ଉତ୍ସ ଯୋଗାଇ ଦେଉଥିବା ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ କହିଥିଲେ।କଳା ପ୍ରତି ଆଗ୍ରହ ରଖୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଆଗାମି ଦିନରେ ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା କରାଯିବା ନେଇ ସଭାପତି ସୁକାନ୍ତ କୁମାର ବିଶ୍ୱାଳ ଓ ସମ୍ପାଦିକା ବିଷ୍ଣୁପ୍ରିୟା ବାରିକ ପ୍ରତିଶ୍ରୁତି ଦେଇଥିଲେ। ପରିଶେଷରେ ଅନୁଷ୍ଠାନର କୁନି କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ବିଗତ ଦୁଇ ବର୍ଷର କୋଭିଡ କଟକଣା ପରେ ଚଳିତ ବର୍ଷ ଏହି ଉତ୍ସବ ଧୁମ୍ ଧାମରେ ଅନୁଷ୍ଠିତ ହୋଇଯାଇଛି ।

0
0
0
s2sdefault