ଖୋର୍ଦ୍ଧା/ ରବି ନାରାୟଣ ସାହୁ-ଖୋର୍ଦ୍ଧା ସହରରେ ରହିଛି ବହୁ ପୁରାତନ ଷ୍ଟାଡିୟମ । ଏହି ଷ୍ଟାଡିୟମରେ ଖେଳ ଅଭ୍ୟାସ କରି ବହୁ ଜାତୀୟ ସ୍ତରର ଫୁଟବଲ ଖେଳାଳି ସୃଷ୍ଟି ହୋଇଛନ୍ତି ଓ ବିଭିନ୍ନ ସ୍ତରରେ ସମ୍ମାନିତ ହେଇଛନ୍ତି । ବିଶେଷ କରି ବିଭିନ୍ନ ସରକାରୀ ସ୍କୁଲ ର ପିଲାମାନେ ମଧ୍ୟ ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗିତା ହୋଇଥାଏ । କିନ୍ତୁ କିଛି ବର୍ଷ ହେଲା ଏହି ପଡ଼ିଆଟି ବହୁ ଅବହେଳିତ ଅବସ୍ଥାରେ ପଡିରହିଥିଲା । କିନ୍ତୁ ଖୋର୍ଦ୍ଧାରେ ନୂତନ ଭାବେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଯୋଗଦାନ କରି ନୂତନ ଚିନ୍ତା ଧାରା ଅନୁଯାୟୀ ଏହି ଖେଳାପଡ଼ିଆର ଉନ୍ନତିକରଣ ପାଇଁ ଏକ ବୈଠକ ଆୟୋଜନ କରିଥିଲେ । ଏହି ବୈଠକରେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର, ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ଓ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଓସିଏ କୋଷାଧ୍ୟକ୍ଷ ବିକାଶ ପ୍ରଧାନ ଓ ଖୋର୍ଦ୍ଧା ର ବହୁ ବରିଷ୍ଠ ଖେଳାଳୀ,ବରିଷ୍ଠ ନାଗରିକ ଅଂଶ ଗ୍ରହଣ କରି କିପରି ଷ୍ଟାଡିୟମ ପୁନରୁଦ୍ଧାର କରି ଉନ୍ନତ ମାନର ଷ୍ଟାଡିୟମ ଭାବେ ଗଢିତୋଳାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ।ଏ ଅବସରରେ ସମସ୍ତେ ପଡ଼ିଆରେ ବୁଲି ପଡ଼ିଆର ସ୍ଥିତି ଅନୁଧ୍ୟାନ କରିଥିଲେ।
ରାଜ୍ୟ
ଖୋର୍ଦ୍ଧା ସହରରେ ଥିବା ପୁରୁଣା ଷ୍ଟାଡିୟମ ର ପୁନରୁଦ୍ଧାର କରିବା ପାଇଁ ପ୍ରସ୍ତୁତି ବୈଠକ।
- Hits: 282