ହେଡଲାଇନସ୍:

"ଆମ ମାହାଙ୍ଗା' ପକ୍ଷରୁ ସେବା ଓ ସେବକ ସପ୍ତାହ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୪ ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସଫେଇ ସହ ବୃକ୍ଷରୋପଣ

ମାହାଙ୍ଗା (ଦେବେନ୍ଦ୍ର ଷଡ଼ଙ୍ଗୀ)- ସମାଜସେବୀ, ସଂସ୍କାରକ, ସାମ୍ୱାଦିକ, କବି, ସାହିତ୍ୟିକ ତଥା ଓଡ଼ିଶାର ରତ୍ନ ଉତ୍କଳମଣୀ ଭାବେ ସମଗ୍ର କୋଣ ଅନୁକୋଣରେ ପରିଚିତ ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୪ ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳର 'ଆମ ମାହାଙ୍ଗା' ସ୍ୱେଚ୍ଛାସେବୀ ସଂଗଠନ ର ଅଧ୍ୟକ୍ଷ ଡ଼ଃ. ଅମରେନ୍ଦ୍ର ମହାନ୍ତି ଙ୍କ ପରାମର୍ଶ କ୍ରମେ ସେବା ଓ ସେବକ ସପ୍ତାହ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ମାହାଙ୍ଗା ବ୍ଲକ ଭଦରେଶ୍ଵର ଗ୍ରାମପଞ୍ଚାୟତ ବୀର ଭଦରେଶ୍ୱର ମନ୍ଦିର ସମ୍ମୁଖରେ ଥିବା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ "ଆମ ମାହାଙ୍ଗା" ପରିବାର ତରଫରୁ ସେବା ଓ ସେବକ ସପ୍ତାହ ଦିବସ ପାଳନ ଅବସରରେ ଡ଼ଃ ଅମରେନ୍ଦ୍ର ମହାନ୍ତିଙ୍କ ନିର୍ଦେଶ କ୍ରମେ ଆମ ମାହାଙ୍ଗା ର ସମସ୍ତ କର୍ମକର୍ତ୍ତା ପରିବେଶକୁ ସଫେଇ କରିବା ସହ ପରିବେଶର ସୁରକ୍ଷା ପାଇଁ ଚାରାରୋପଣ କରିଥିଲେ । ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦାନ କରି ଗୋପବନ୍ଧୁଙ୍କ ଆତ୍ମଜୀବନୀ ଉପରେ ଆଲୋଚନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ "ଆମ ମାହାଙ୍ଗା" ର ସମ୍ପାଦକ ପ୍ରମୋଦ ଦାସ,ସଂଯୋଜକ ସମାଜସେବୀ ବିଜୟ କୁଅଁର, ସମାଜ ସାମ୍ବାଦିକ ଲକ୍ଷ୍ମୀଧର ଖୁଣ୍ଟିଆ,ସରପଞ୍ଚ କମଳାକାନ୍ତ ରାଉତ, ରବିନ୍ଦ୍ରକୁମାର ପଟ୍ଟନାୟକ, ଭରତଚନ୍ଦ୍ର ପ୍ରଧାନ,ମଧୁସ୍ମିତା ପଟ୍ଟାୟତ,ପ୍ରକାଶଚନ୍ଦ୍ର ପ୍ରଧାନ,ମୁନ୍ନାମଞ୍ଜରୀ ପ୍ରଧାନ,ରୀତାମଣି ସେଠୀ, ରୀନାରାଣୀ ପ୍ରଧାନ, ତରଙ୍ଗୀଣି ପ୍ରଧାନ,ରଶ୍ମିତା ଦାସ, ସନ୍ଦୀପ ନାୟକ,ରତିକାନ୍ତ ଦାସ,ସ୍ୱାତିସ୍ୱାଗତ ଶତପଥି,ଅଜୟକୁମାର ମଲ୍ଲିକ, ବିଶ୍ଵଜିତ ଭୂୟାଁ,ବିଶ୍ୱଜିତ ଜେନା, ସତ୍ୟଜିତ ଭୂୟାଁ, ବିଶ୍ଵଜିତ ସାହୁ, ମଧୁସୂଦନ ନାୟକ,ପ୍ରସନ୍ନକୁମାର ଶତପଥୀ, କାମାକ୍ଷା ନାୟକ,ସନ୍ତୋଷ କୁମାର ନାୟକ,ମାନସ ରାଉତ, ରତିକାନ୍ତ ଦାସ ପ୍ରମୁଖ ସମସ୍ତ ସଦସ୍ୟ ମାନେ ଯୋଗଦାନ କରି ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିବାରୁ ଡ଼ଃ ମହାନ୍ତି ଧନ୍ୟବାଦ ଅର୍ପଣ କରିବା ସହିତ ପଣ୍ଡିତ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମସ୍ତେ ଜଣେ ଜଣେ ସେବକ ହେବାକୁ ଆହ୍ୱାନ ଦେଇଥିଲେ । ପୁରୀ ଜିଲ୍ଲା ସୁଆଣ୍ଡୋ ଗ୍ରାମରେ ୯ ଅକ୍ଟୋବର ୧୮୭୭ ମସିହାରେ ଜନ୍ମଗ୍ରହଣ କରିଥିବା ସମାଜସେବୀ ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୧୯୨୮ ମସିହା ଜୁନ ୧୭ ତାରିଖରେ ମୃତ୍ୟବରଣ ହୋଇଥିଲା । କିନ୍ତୁ ତାଙ୍କର ଦେଶ ପ୍ରତି ଯେଉଁ ସମାଜସେବା ମୂଳକ କାର୍ଯ୍ୟକ୍ରମ ରହିଥିଲା ତାହା ଆଜି ସମଗ୍ର ମାନବ ଜାତି ଙ୍କ ମଧ୍ୟରେ ଅମର ହୋଇ ରହିଛି । ସମାଜସେବା ଉଦେଶ୍ୟ ରେ ଗୋପବନ୍ଧୁ ଦାସ କହିଥିଲେ, 'ମିଶୁ ମୋର ଦେହ ଏ ଦେଶ ମାଟିରେ ଦେଶ ବାସୀ ଚାଲିଯାଆନ୍ତୁ ପିଠିରେ , ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ ପୁରୁ ତହିଁ ପଡି ମୋର ମାଂସ ହାଡ଼' ।

0
0
0
s2sdefault