ପାରମ୍ପରିକ ଅସ୍ତ୍ରଶସ୍ତ୍ର ବାଦ୍ୟ ଯନ୍ତ୍ର ଧରି ସହରରେ ରାଲି
ଟିଟିଲାଗଡ଼/ରଶ୍ମି ରେଖା ମହାପାତ୍ର : ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ପ୍ରତିଷ୍ଠାତା ତଥା ସଚିବ ନିରଞ୍ଜନ ବିଶି ଙ୍କ ରାଜ୍ୟସଭା କୁ ନେଇ ଅତୀତ ରେ ଅନେକ ଆଦିବାସୀ ସଂଘ ତୀବ୍ର ବିରୋଧ କରିବା ସହ କଡା ସମାଲୋଚନା କରିଥିଲେ l ଏହାର ଦୃଢ ଜବାବ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ରବିବାର ଦେଇଥିବା ଏବେ ବେଶ ଚର୍ଚ୍ଚା ର ବିଷୟ ସାଜିଛି l ରବିବାର ଦିନ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କୁଏକ ବିରାଟ ପଟୁଆର ରେ ନେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛି l ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଆଜି ଟିଟିଲାଗଡ଼ ରେ ପହଂଚିବା ପରେ ପ୍ରଥମେ ଟିଟିଲାଗଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ଘଣ୍ଟାଶୁନି ମନ୍ଦିର ରେ ପୂଜାର୍ଚନା କରିଥିଲେ l ପରେ ଏକ ବାଇକ ଶୋଭାଯାତ୍ରାରେ ବିଶିଙ୍କୁ ଆଦିବାସୀ ସମ୍ପ୍ରଦାୟର ଯୁବକ ମାନେ ଏକ ବିରାଟ ଶୋଭାଯାତ୍ରା ରେ ପାଛୋଟି ନେଇ ଟିଟିଲାଗଡ଼ ଡ଼ାକ ବଙ୍ଗଳା କୁ ନେଇ ଥିଲେ l ପରେ ସେଠାରେ ପୂର୍ବରୁ ଥିବା ଆଦିବାସୀ ମାନଙ୍କ ବିଭିନ୍ନ ସଂଗଠନ ତରଫରୁ ନିରଞ୍ଜନ ବିଶିଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ l ପରେ ଏକବିରାଟ ପଟୁ ଆର ରେ ବାହାରି ଟିଟିଲାଗଡ଼ ସହର ପରିକ୍ରମା କରିଥିଲେ l ଏହିସ୍ୱାଗତ ରେଲି ରେ ଆଦିବାସୀ ମାନଙ୍କ ଢ଼ାପ ନାଚ, ପାରମ୍ପରିକ ଅସ୍ତ୍ର ଶସ୍ତ୍ର ସହ ବାଦ୍ୟ ଯନ୍ତ୍ର ନେଇ ଟିଟିଲାଗଡ଼ ସହର ପରିକ୍ରମା କରି ବିଜୁ ପଟ୍ଟନାୟକ ଛକରେ ପହଂଚିଥିଲେ l ସେଠାରେ ଥିବା ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୃତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଟିଟିଲାଗଡ଼ ମାଉସୀ ମା ମନ୍ଦିର ନିକଟରେ ଥିବା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର କାର୍ଯ୍ୟାଳୟ କୁ ଆସି ଏକ ସ୍ୱାଗତ ସମ୍ବର୍ଦ୍ଧନା ରେ ଯୋଗ ଦେବା ସହ ଆଦିବାସୀ ମାନଙ୍କ ଜଙ୍ଗଲ ଜମି ଉପରେ ଲଢେଇ ପୂର୍ବ ଭଳି ଜାରି ରହିବ, ସର୍ବନିମ୍ନ ମୌଳିକ ସମସ୍ୟା ପାଇଁ ଜୁଝୁଥିବା ଆଦିବାସୀ ମାନଙ୍କ ପାଇଁ ରାଜ୍ୟ ସଭା ରେ ସ୍ୱର ଉଠିବ ବୋଳି କହିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରିଥିଲେ l
ଅତୀତ ରେ ଆଦିବାସୀ ମାନେ ବିଭିନ୍ନ ସମସ୍ୟା କୁ ନେଇ ରାଜ ରାସ୍ତା କୁ ଓଲ୍ଲାଉଥିଲା l ଏବେ ସେହି ସ୍ୱର ସଦନ ରେ ଉଠିବ ବୋଳି କହିଥିଲେ l ଟିଟିଲାଗଡ଼ ବ୍ଲକ ସଭାପତି ପଦ୍ମନ ପ୍ରଧାନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାକୁ ପରିଚାଳନା କରିଥିବା ବେଳେ ସାଧାରଣ ସମ୍ପାଦକ ହେମେନ୍ଦ୍ର ହାଂସଦା, ନାରୀ ନେତ୍ରୀ ବନଳତା ମାଝୀ ପ୍ରମୁଖ ଉଦବୋଧନ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଗୋଲକ ସିଂ ଭୋଇ, ଥବିର ପୂଝାରୀ,ନିତ୍ୟାନନ୍ଦ ମାଝୀ, ପ୍ରଫୁଲ ପ୍ରଧାନୀ, ଘାସିରାମ ମାଝୀ, ଇନ୍ଦ୍ରମଣି ମାଝୀ, ସରୋଜ ପୁଜାରୀ, ଡମେନ ମାଝୀ, ନୂଆପଡା ଜିଲ୍ଲା ସାଧାରଣ ସମ୍ପାଦକ ବାଳକୃଷ୍ଣ ଶବର, କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ସଭାପତି ପରମାନନ୍ଦ ମାଝୀ, ଶୁକଦେବ ମାଝୀ, ସୋନପୁର ଜିଲ୍ଲା ଉପସଭାପତି ଗୁପ୍ତେଶ୍ୱର ମଲ୍ଲିକ, ବଙ୍ଗୋମୁଣ୍ଡା ବ୍ଲକ ସଭାପତି ଶରତ ଚନ୍ଦ୍ର ସିଂ ଭୋଇ, ନିରଞ୍ଜନ ମାଝୀ, ସଇଁତଲା ବ୍ଲକ ସଭପତି ସନ୍ତୋଷ ପୁଟା, ମୁରିବାହାଲ ବ୍ଲକ ସଭାପତି ରାଜୀବ କୁଆଁର,କଳାହାଂଡି ଜିଲ୍ଲା କନ୍ଧ ସମାଜ ସଭାପତି ସୁରେଶ ଭୋଇ, ଚୁଡା ମଣି ମାଝୀ, ଗଜେନ୍ଦ୍ର ମାଝୀ, ଶେଷ ଦେବ ମାଝୀ ସମେତ ହେମନ୍ ମାଝୀ, ସୁନୀଲ ମାଝୀ, ସୁଭାଷ ଭୋଇ, ଚୈତନ୍ୟ ମାଝୀ, ସୁଶୀଲ ଭୋଇ, ନାରୀ ନେତ୍ରୀ ରୀନା ମାଝୀ, ମାହେଶ୍ୱରୀ ମାଝୀ, ଲବଣ ମାଝୀ, ଚଞ୍ଚଳା ମାଝୀ, ପତରଙ୍ଗି ମାଝୀ ସମେତ ଶହ ଶହ ଆଦିବାସୀ ମହିଳା ପୁରୁଷ ଉପସ୍ଥିତ ଥିଲେ l